Advertisment

ତେନ୍ତୁଳି ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ, ନାକେଦମ୍ ହେଲା ପୋଲିସ୍‌

ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ।

Man Found Hanging In Tree In Koraput

Man Found Hanging In Tree In Koraput

Advertisment

ଗୁଣିଗାରେଡ଼ି ସନ୍ଦେହରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ନନ୍ଦିଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଏଥିପାଇଁ ରାତି ତମାମ ନନ୍ଦପୁର ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି।ମୃତଦେହକୁ ଅଟକ ରଖିଥିବା ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କୁ ନନ୍ଦପୁର ଏସ୍‌ଡିପିଓ ପହଞ୍ଚି ବୁଝାସୁଝା କରିବା ପରେ ପୋଷ୍ଟମର୍ଟମ ନିମନ୍ତେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଆକ୍ରୋଶର ଶିକାର ହେବା ପୂର୍ବରୁ ଗ୍ରାମବାସୀଙ୍କ ସନ୍ଦେହରେ ଥିବା ଏକ ପରିବାର ସଦସ୍ୟଙ୍କୁ ପୋଲିସ ଉଦ୍ଧାର କରିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ନନ୍ଦିଗାଁ ଗାଁର ୪୦ ବର୍ଷୀୟ ଭଗବାନ ଚମ୍ପିି, ତାଙ୍କ ପତ୍ନୀ ଏବଂ ଝିଅ ସହ ଅଦା ବଗିଚାକୁ ଯାଇଥିଲେ। ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ। 

ସେହି ଗାଁର ୩ ଜଣ ଗୁଣିକରି ମାରିଥିବା ଦାୟୀ କରି ତାଙ୍କ ଘର ଆଗରେ ସମସ୍ତେ ହୋହାଲ୍ଲା କରିଥିଲେ। ଗ୍ରାମବାସୀଙ୍କୁ ଡରି ୩ ଜଣ ଲୁଚି ପଳାଇ ଥିଲେ। ଖବରପାଇ ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ମୃତଦେହ ଛାଡିନଥିଲେ। ପୋଲିସ ବୁଝାସୁଝା କରିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ମୃତଦେହ ଛାଡିଥିଲେ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଗୁଣିଗାରେଡ଼ି ସନ୍ଦେହରେ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି। 

Advertisment

(ରିପୋର୍ଟ-ସୂର୍ଯ୍ୟ ନାରାୟଣ ପଣ୍ଡା, କୋରାପୁଟ) 

Man Ends Life
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ