Astrospeak
  • Live TV
  • Read In English

ରୋଗୀ ମୃତ୍ୟୁ ନେଇ ଉତ୍ତେଜନା : ମୃତଦେହ ରଖି ରାସ୍ତା ଅବରୋଧ

ମୃତଦେହ ରଖି ରାସ୍ତା ଅବରୋଧ । କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ । ଗତ ୩ ତାରିଖରେ ବାରିପଦା ପିଆରଏମ୍ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଛାତରୁ କଂକ୍ରିଟ ଖସି ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ

Family, Locals Block Road
କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍

News Summary

କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍

ବାରିପଦା ପିଆରଏମ୍ ମେଡିକାଲରେ ରୋଗୀଙ୍କର ହୋଇଥିଲା ମୃତ୍ୟୁ

ଚିକିତ୍ସାଧୀନ ରୋଗୀଙ୍କ ଉପରେ ଖସି ପଡ଼ିଥିଲା ଛାତରୁ କଂକ୍ରିଟ୍

ବାରିପଦା( ମାନିକ୍ ଲାଲ୍ ପାଣି ) : ମୃତଦେହ ରଖି ରାସ୍ତା ଅବରୋଧ । କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ । ଗତ ୩ ତାରିଖରେ ବାରିପଦା ପିଆରଏମ୍ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଛାତରୁ କଂକ୍ରିଟ ଖସି ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ । କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହେବା ପରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ପାଇଁ ପ୍ରଶାସନକୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ପରିବାର ଓ ସମ୍ପର୍କୀୟ । ଗତକାଲିଠାରୁ ବାରିପଦା ଉଦଳା ଛରାସ୍ତାର ପୋଡ଼ା ବସ୍ତିଆ ଛକରେ ଚକାଜାମ କରିଛନ୍ତି ଲୋକେ ।

ସୂଚନା ଅନୁସାରେ ଗତ ତିନି ତାରିଖରେ ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ତାଙ୍କ ମୁଣ୍ଡ ଉପରେ ଛାତରୁ କଂକ୍ରିଟ ଖସି ପଡ଼ିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ଦୁଇ ଦିନ ଧରି ତାଙ୍କ ଚେତା ନଫେରିବାରୁ ସେତେବେଳେ ଉତ୍ତେଜନା ଦେଖା ଦେଇଥିଲା । ମେଡିକାଲ କଲେଜ କର୍ତୁପକ୍ଷ ଆହତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଓ ଖର୍ଚ୍ଚ ପ୍ରତିଶ୍ରୁତି ଦେଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ ।

Also Read

ତେବେ ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହେବା ପରେ ଶବ ବାରିପଦା ଆସିବା ପରେ ଏହି ପରି ଧାରଣା ଜାରି ରହିଛି । ଲୋକେ ଜିଦ୍ ଧରି ବସିଛନ୍ତି ଉପଯୁକ୍ତ କ୍ଷତିପୂରଣ ନମିଳିବା ଯାଏଁ ରାସ୍ତାରୁ ହଟିବୁ ନାହିଁ । ଏପରିକି ଆଜି ସକାଳେ ମୂଷଳ ଧାରାରେ ବର୍ଷା ହେଉଥିଲେ ବି ନିଜ ଜିଦ୍‌ରୁ ଓହରି ନାହାନ୍ତି ମୃତକଙ୍କ ପରିବାର ଲୋକ । ପ୍ରଶାସନିକ ଅଧିକାରୀ ମଧ୍ୟ ଧାରଣା ଦେଇଥିବା ଲୋକଙ୍କୁ ବୁଝାସୁଝା କରିବାରେ ଫେଲ ମାରିଛନ୍ତି । ଫଳରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।