Advertisment

ଚୋଟ ମାରିଲା ଲାଉଡଙ୍କିଆ : ବିଷାକ୍ତ ସାପକୁ ଧରି ହସ୍ପିଟାଲ ପହଞ୍ଚିଗଲେ ଯୁବକ

କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲରେ ଯୁବକ....

special story

special story

Advertisment

କୋବି ତୋଳିବାକୁ ଯାଇଥିବା ସମୟରେ କାମୁଡ଼ି ପକାଇଲା ଲାଉଡଙ୍କିଆ ସାପ । ଭୟରେ ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଗଲେ ଯୁବକ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଂଚାୟତର ଗାଙ୍ଗପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

Advertisment

ଗାଙ୍ଗପୁର ଗାଁର ଭାଗବତ ପ୍ରଧାନ ଆଜି ସକାଳୁ ନିଜ ବିଲକୁ କୋବି ତୋଳିବାକୁ ଯାଇଥିଲେ । ଆଉ ସେହି ସମୟରେ ଏକ ନାଉଡଙ୍କିଆ ସାପ ଭାଗବତଙ୍କୁ କାମୁଡି ଦେଇଥିଲା । ପ୍ରଥମେ ଭାଗବତ ଟିକେ ଡ଼ରିଯାଇଥିଲେ । ହେଲେ ପର ମୁହୂର୍ତ୍ତରେ ସାପକୁ ଜରିରେ ଭର୍ତ୍ତି କରି ଦେଇଥିଲେ । ଡାକ୍ତରଖାନାକୁ ଗଲେ ଡାକ୍ତର ପଚାରିଲେ, କ’ଣ କହିବେ ଚିନ୍ତା କରି ସେ ଏପରି କରିଥିଲେ । 

Advertisment

ଆଉ ତା’ପରେ ସାପକୁ ଧରି ସିଧା ଡାକ୍ତରଖାନାରେ ପହଞ୍ଚିଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଡାକ୍ତର ଭାଗବତଙ୍କୁ ଇଞ୍ଜେକ୍ସନ ଦେବା ପରେ ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ