Advertisment

ଏଭଳି ସ୍ୱାମୀ କାହାକୁ ନମିଳୁ; ମାଡ଼ ମାରି ସ୍ତ୍ରୀକୁ ଜୀଅନ୍ତା ପୋତି ଦେଲେ

ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜିଅନ୍ତା ପୋତି ଦେଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି।

 Man allegedly beats wife

Man allegedly beats wife

Advertisment

ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜିଅନ୍ତା ପୋତି ଦେଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି। ଗାଁର ରଞ୍ଜନ ସାହୁ ସ୍ତ୍ରୀ ସୁକାନ୍ତି ସାହୁଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ବାଡ଼ିରେ ଥିବା ଗାତରେ ପୋତି ଦେଇଥିଲେ। ସୁକାନ୍ତିଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। 

Advertisment

ସୂଚନା ଅନୁସାରେ, ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି ସେହି ଗାଁର ରଞ୍ଜନ ସାହୁଙ୍କୁ ୨ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୌତୁକକୁ ନେଇ ବାରମ୍ବାର କଳହ ଲାଗି ରହିଥିଲା। ଏନେଇ ଉଭୟ ପରିବାର ମଧ୍ୟରେ ସମାଧାନ ମଧ୍ୟ ହୋଇଥିଲା। ତେବେ ଗତକାଲି ଘଟଣାକୁ ନେଇ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ଯାହାକି ପରେ ଉଗ୍ରରୂପ ଧାରଣ କରିଥିଲା। 

ଏଥିରେ ଉତ୍‌କ୍ଷିପ୍ତ ହୋଇ ରଞ୍ଜନ, ସ୍ତ୍ରୀ ସୁକାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏହାପରେ ସ୍ତ୍ରୀକୁ ଘର ବାଡ଼ିରେ ଥିବା ଏକ ଗାତରେ ରଞ୍ଜନ ପକାଇ ଦେଇଥିଲେ। ଖବର ପାଇ ସୁକାନ୍ତିଙ୍କ ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ମେଡ଼ିକାଲରେ ପହଞ୍ଚି ସୁକାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment
Man Beats Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ