Advertisment

ମମିତା ହତ୍ୟା ମାମଲାରେ ଆଜି ବିଜେପିର ହଲ୍ଲାବୋଲ , ସେପଟେ ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ

ଅନ୍ୟପଟେ ବିଜେପିର ଆଟାକକୁ କାଉଣ୍ଟର କରିବା ଲାଗି ବିଜେଡିର ସଜବାଜ । ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରି

ଅଦ୍ୟତନ ହୋଇଛି
bjd-bjp

bjd-bjp

Advertisment

ଭୁବନେଶ୍ୱର : ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା ବିରୋଧରେ ଜାରି ରଖିଥିବା ଆନ୍ଦୋଳନକୁ ଆଜି ଆଉ ପାଦେ ଆଗକୁ ନେବ ବିଜେପି । ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେରେ ଆଜି ଭୁବନେଶ୍ୱରରେ ଗର୍ଜିବ ଦଳ ।ଆନ୍ଦୋଳନକୁ ହାଲ୍ଲାବୋଲ ନାଁରେ ନାମିତ କରି ନବୀନ ନିବାସ ଘେରାଉ କରିବାକୁ ବିଜେପି ନିଷ୍ପତ୍ତି ନେଇଛି । ଆଜି ପୂର୍ବାହ୍ନରେ ରାଜମହଲ ଛକରୁ ଏକ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଘେରାଉ କରିବ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ।

Advertisment

ସେପଟେ ଏସବୁର ତଦନ୍ତ ପାଇଁ ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୋଲିସ୍। ଗୋବିନ୍ଦଙ୍କ ହସ୍ତାକ୍ଷର ଯାଞ୍ଚ କରିବାକୁ ବଙ୍ଗୋମୁଣ୍ଡା ଜେଏମ୍ଏଫସିରେ ଆବେଦନ କରିଛି ପୋଲିସ୍। ଗୋବିନ୍ଦର ହ୍ୟାଣ୍ଡରାଇଟିଂର ଯାଞ୍ଚ କରିବା ପରେ କିଛି ଠୋସ୍ ପ୍ରମାଣ ଯୋଗାଡ଼ କରିବାକୁ ଯୋଜନା ରଖାଯାଇଛି।

ଅନ୍ୟପଟେ ବିଜେପିର ଆଟାକକୁ କାଉଣ୍ଟର କରିବା ଲାଗି ବିଜେଡିର ସଜବାଜ । ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦାୟୀ କରି ଆଜି ପ୍ରତିବାଦ କରିବ ବିଜେଡି ।

Advertisment

ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରିବେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ ତିନି ଦିନ ଧରି ଆନ୍ଦୋଳନ କରାଯିବ । ରାଜ୍ୟର ତିନିଟି ଯାକ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଛି । ଏହାସହ ଭୁବନେଶ୍ୱର ପଟିଆରେ ଥିବା ଆଇଓସିଏଲ୍ ଅଫିସ ମଧ୍ୟ ଘେରାଉ କରିବ ବିଜେଡି ।

BJDVsBJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ