Advertisment

ପ୍ରଜାକୋର୍ଟରେ ଅମାନବୀୟ କାଣ୍ଡ: ଯୁବକଙ୍କୁ ପିଟିପିଟି ମାରିଦେଲେ

ପ୍ରଜାକୋର୍ଟରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
Malkangiri man beaten to death in 'praja court' on suspicion of sorcery

Malkangiri man beaten to death in 'praja court' on suspicion of sorcery

Advertisment

ନ୍ୟାୟ ବଦଳରେ ମିଳିଲା ହତ୍ୟା । ପ୍ରଜାକୋର୍ଟରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ମାଲକାନଗିରିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ନାଁ ପଦିଆ ମାଡ଼କାମି ହୋଇଥିବା ଜଣାପଡିଛି ।

Advertisment

ଅଭିଯୋଗ ଅନୁଯାୟୀ, ମାଲକାନଗିରି କାଙ୍ଗୁରୁକୁଣ୍ଡା ଗାଁ ଲୋକେ ସନ୍ଦେହ କରୁଥିଲେ ଯେ, ପଦିଆ ମାଡ଼କାମି ଗୁଣିଗାରେଡ଼ି କରୁଛି । ଏହାକୁ ନେଇ ଗାଁରେ ପ୍ରଜାକୋର୍ଟ ଚାଲିଥିଲା । ବୈଠକ ଚାଲିଥିବା ସମୟରେ କିଛି ଲୋକ ଉତ୍ୟକ୍ତ ହୋଇ ଠେଙ୍ଗାରେ ପଦିଆକୁ ପାହାର ପରେ ପାହାର ଦେଇଥିଲେ । କିଛି ସମୟ ପରେ ପଦିଆ ଗୁରୁତର ଆହତ ହୋଇଥିଲେ । ଯାହା ପରେ ଘଟଣାସ୍ଥଳରେ ହିଁ ପଦିଆଙ୍କ ମୃତ୍ୟୁ ହୋଇଥିଲା ।

ତେବେ ରାଜ୍ୟରେ ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ କି ଗୁଣି ଗାରେଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ କରାଯାଇଥିବାର ଜଣାପଡିଛି । ଅଧିକାଂଶ ଗାଁରେ ଲୋକେ ନିଜ ପୁରାତନ ପ୍ରଥା ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଅନ୍ଧ ବିଶ୍ୱାସରେ ବିଶ୍ୱାସ ରଖୁଛନ୍ତି, ଯେଉଁଥିରେ ଗୁଣି ଗାରେଡି ମଧ୍ୟ ଅନ୍ତର୍ଭୁକ୍ତ । ଫଳରେ ରାଜ୍ୟରେ ଗୁଣି ଗାରେଡି ଆଦିକୁ ବିଶ୍ୱାସ କରି ଲୋକେ ଉଦ୍ଦେଶ୍ୟମୂଳକ ତଥା ଅଜାଣତରେ ଅପରାଧମାନ କରୁଛନ୍ତି । ତେବେ ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କରି ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି।

Advertisment
Malkangiri Praja Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ