Advertisment

ଥାନା ପାଲଟିଲା ବାହା ମଣ୍ଡପ : ପୋଲିସ୍‌ ମ୍ୟାଡାମଙ୍କ ଉପସ୍ଥିତିରେ ସାତ ଜନମର ସାଥୀ ହେଲେ ପ୍ରେମୀଯୁଗଳ

ପ୍ରେମ କଲେ। ଥାନାରେ ବାହା ହେଲେ। ମାଡାମ ଆଶୀର୍ବାଦ କଲେ।

ଅଦ୍ୟତନ ହୋଇଛି
Special story

Special story

Advertisment

ନା ଥିଲା ବାଣ ରୋଷଣୀ, ନା ଥିଲା ବାହା ବେଦୀ । ପରିବାର ଲୋକ ବି ନଥିଲେ । ହେଲେ କେବଳ ଫୁଲମାଳ ଅଦଳବଦଳ କରି ଅନୁଷ୍ଠିତ ହୋଇଗଲା ଆଦର୍ଶ ବିବାହ । ସାତ ଜନମର ସାଥି ହୋଇଗଲେ ପ୍ରେମୀଯୁଗଳ । ଆଉ ଏହି ବିବାହରେ ସାକ୍ଷୀ ରହିଲେ ଖୋଦ ଥାନା ଅଧିକାରୀ । ଏପରି ଏକ ବିବାହ ଦେଖିବାକୁ ମିଳିଛି ବରଗଡ଼ ସଦର ଥାନା ପରିସରରେ ।

Advertisment

ବରଗଡ଼ ରୁହୁନିଆ ଗାଁର ହରିହର ଭୋଇ ଓ ଖୁଣ୍ଟପାଲି ଗାଁର ଉର୍ମିତା ପ୍ରଧାନ । ଉଭୟ ଦୀର୍ଘ ଦିନରୁ ପରସ୍ପରକୁ ଭଲ ପାଉଥିଲେ, ଭବିଷ୍ୟତକୁ ନେଇ ନୂଆ ନୂଆ ସ୍ୱପ୍ନ ବୁଣୁଥିଲେ । କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା, ହେଲେ ଝିଅଘର ପରିବାର ବିବାହକୁ ବିରୋଧ କରିଥିଲେ । ଉଭୟେ ସମାନ ଜାତିର ହୋଇଥିଲେ ହେ ପାରିବାରିକ ସ୍ୱୀକୃତି ମିଳି ନଥିଲା । ଶେଷରେ ଅନ୍ୟଉପାୟ ନପାଇ ଗାଧୋଇ ଯିବାକୁ କହି ଉର୍ମିତା ନିଜ ଘରୁ ଗୋଡ଼ କାଢ଼ିଥିଲେ । ପ୍ରେମିକ ପାଇଁ ପରିବାର ଲୋକଙ୍କୁ ଭୁଲି ଚାଲିଆସିଲେ । 

ତେବେ ସିଧାସଳଖ ବିବାହ ନକରି ପ୍ରେମୀଯୁଗଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ସେଠାରେ ଓକିଲ ଓ ଥାନା ଅଧିକାରୀଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ । ବରଗଡ଼ ସଦର ଥାନା ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ଉଭୟଙ୍କ ବିବାହ କରାଇବା ସହ ଆଶୀର୍ବାଦ କରିଥିଲେ ।

Advertisment

ବର୍ତ୍ତମାନ ଵିଵାହ ଉତ୍ସବରେ ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବହୁ ସମୟରେ ନବ ବଧୂକୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବା ଦେଖିବାକୁ ମିଳୁଛି । ଆଉ ଏପରି ସମୟରେ ଦୁଇଟି ଫୁଲମାଲ ଦ୍ୱାରା ବିବାହ ବନ୍ଧନରେ ବାନ୍ଧି ହୋଇ ଏହି ପ୍ରେମୀଯୁଗଳ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

ବରଗଡ଼, ଦୀପକ ଶର୍ମା

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ