Advertisment

“ଖାଲି ଶରୀରର ଭୋକ ମେଣ୍ଟାଇବା ପାଇଁ ସେ ଭଲପାଉଥିଲେ”

ପ୍ରେମ କଲେ ପ୍ରତିଶୃତି ବି ଦେଲେ ହେଲେ ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମିଳିଛି କେବଳ ପ୍ରତାରଣା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରୁ ଅସିଛି ଏଭଳି ସଙ୍ଗୀନ୍‌ ଅଭିଯୋଗ । ଜଣେ ମହିଳା ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ।

ଅଦ୍ୟତନ ହୋଇଛି
Love Sex Dhoka! Girl Bring Allegation Against Lover In BhubaneswarLove Sex Dhoka! Girl Bring Allegation Against Lover

Love Sex Dhoka! Girl Bring Allegation Against Lover

Advertisment

ପ୍ରେମ କଲେ ପ୍ରତିଶୃତି ବି ଦେଲେ, ହେଲେ ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମିଳିଛି କେବଳ ପ୍ରତାରଣା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରୁ ଅସିଛି ଏଭଳି ସଙ୍ଗୀନ୍‌ ଅଭିଯୋଗ । ଜଣେ ମହିଳା ବୀରେନ୍ଦ୍ର ରଥ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ବିରୋଧରେ  ଏହି ଅଭିଯୋଗ ଆଣିଛନ୍ତି ।

Advertisment

ଏ ନେଇ ମହିଳା ଜଣକ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଥିବାବେଳେ ଅଭିଯୁକ୍ତ ବ୍ୟବସାୟୀ ଅଭିଯୋଗକୁ ଖଣ୍ଡନ କରିବା ସହ ମହିଳା ଜଣକ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସୁଦ୍ଧା ‌ଏହି ମାମଲାରେ ପୋଲିସର  ପ୍ରତିକ୍ରିୟା ମିଳିପାରିନାହିଁ ।

ମହିଳାଙ୍କ କହିବା ଅନୁସାରେ, ‘ସେ ବିଧବା ମହିଳା । ତାଙ୍କର ଗୋଟେ ଛୋଟ ଝିଅ ମଧ୍ୟ ଅଛି । ମହିଳା ଜଣକ ଟ୍ରାନ୍ସପୋର୍ଟ ବ୍ୟବସାୟକୁ ନେଇ ବୀରେନ୍ଦ୍ର ରଥ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ଧିରେ  ଧିରେ କଥାବାର୍ତ୍ତା ବଢିଥିଲା । ଯାହା ଦ୍ୱାରା ସେ ଜାଣିବାକୁ ପାଇଥିଲେ କି ବୀରେନ୍ଦ୍ରଙ୍କ ଡିଭୋର୍ସ ହୋଇଯାଇଛି । କିଛି ଦିନର କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥିଲା । ଯାହା ପରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଜଣକ ମହିଳାଙ୍କୁ ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଥିଲେ । ଏହିପରି ଭାବରେ ପ୍ରେମର ପ୍ରଲୋଭନ ଦେଖାଇ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ । ଏମିତିକି ବିବାହର ପ୍ରଲୋଭନ ଦେଖାଇ ପୁରୁଷ ଜଣକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଶେଷରେ ମହିଳା ଜଣକ ଜାଣିବାକୁ ପାଇଥିଲେ ଯେ ପୁରୁଷଙ୍କ ଡିଭୋର୍ସ ହୋଇନାହିଁ ବରଂ ସେ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଆସୁଛନ୍ତି । ସମ୍ପୂର୍ଣ୍ଣ ସତ ଜାଣିବା ପରେ ମହିଳା ଜଣକ ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି’ ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ