Advertisment

ଏମିତି ଗାଁ, ଯେଉଁଠି ଶରୀର ଠାରୁ ବି ଲମ୍ବା କେଶ; ଜାଣନ୍ତୁ କାରଣ

କେଉଁ ମହିଳା ବା ନ ଚାହେଁ ତା’ର ଲମ୍ବା, କଳା ଓ ଘଞ୍ଚ କେଶ ନ ହେଉ। କିନ୍ତୁ ପାରିପାର୍ଶିକ ପରିବେଶ, ଖାଦ୍ୟ ଓ ଜୀବନଶୈଳୀ କେଶ ସମସ୍ୟାର କାରଣ ହେଉଛି। କାହାର ଚୁଟି ଝଡି ପତଳା ହୋଇଯାଉଛି ତ କିଏ ପୁଣି ଚନ୍ଦା। ଅନେକ ମହିଳାଙ୍କ ଚୁଟି ବଢୁ ନ ଥିବା ମଧ୍ୟ ଦେଖାଯାଏ। କିନ୍ତୁ ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତ୍ୟେକ ମହିଳାଙ୍କ କେଶର ଲମ୍ବ ୫ ରୁ ୬ ଫୁଟ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଗାଁ…

ଅଦ୍ୟତନ ହୋଇଛି
Long hair village

Long hair village

Advertisment

କେଶ, ମହିଳାଙ୍କ ସୌନ୍ଦର୍ଯ୍ୟ। ମୋଟା, କଳା ଓ ଲମ୍ବା କେଶ କେଉଁ ମହିଳା ବା ନ ଚାହେଁ! କିନ୍ତୁ ସହରଗୁଡିକରେ ପ୍ରଦୂଷଣ ବୃଦ୍ଧି, ଖରାପ ଜଳ ଓ ମାନସିକ ଚିନ୍ତା ଆଦି ଚୁଟି ସମସ୍ୟାର କାରଣ ହୋଇଥାଏ। ବର୍ତ୍ତମାନ ଖାଲି ଯେ ମହିଳାମାନେ କେଶକୁ ଚିନ୍ତିତ ତାହା ନୁହେଁ, ପୁରୁଷମାନେ ମଧ୍ୟ ଏହାକୁ ନେଇ ଚିନ୍ତାରେ ଥିବା ଦେଖାଯାଏ। ବିଭିନ୍ନ ପ୍ରକାର ସାମ୍ପୁ ପରିବର୍ତ୍ତନ, କେଶ ଚିକିତ୍ସା ଆଦି ପରେ ମଧ୍ୟ ସେଭଳି କୌଣସି ଫଳ ମିଳୁ ନାହିଁ। କେଶ ସମସ୍ୟା ଏତେ ଦେଖାଦେଇଛି କେଉଁଠି ଯୁବ ଅବସ୍ଥାରୁ ପିଲାମାନେ ଚନ୍ଦା ହୋଇଯାଉଛନ୍ତି ତ ପୁଣି କେଉଁଠି ମହିଳାମାନେ ଛୋଟ ଚୁଟିକୁ ନେଇ ଚିନ୍ତାରେ ଅଛନ୍ତି।

Advertisment
Long hair villageଶରୀର ଠାରୁ ବି ଲମ୍ବା କେଶ; ଜାଣନ୍ତୁ କାରଣ

କିନ୍ତୁ ଏ ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ ଜଣେ କି ଦୁ‍ଇ ଜଣ ନୁହେଁ ପ୍ରତ୍ୟେକ ମହିଳାଙ୍କ କେଶ ଖୁବ ଲମ୍ବା ଓ ମୋଟା। ଏଭଳି କେଶ ଯୋଗୁଁ ଏହି ଗାଁ ନିଜ ନାମରେ ଏକ ସ୍ୱତନ୍ତ୍ର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଗାଁର ବିଶେଷତା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଦକ୍ଷିଣ ଚାଇନାରେ ରହିଛି ଏହି ଗ୍ରାମ। ଏହାର ନାମ ହେଉଛି ହୁଆଙ୍ଗଲୁଓ। ଏହା ଗୁଇଲିନ୍ ସହରଠାରୁ ମାତ୍ର ୨ ଘଣ୍ଟାର ରାସ୍ତା। ଯଦିଓ ଏହା ଏକ ସାଧାରଣ ଗାଁ ତଥାପି ଏହାର ବିଶେଷତ୍ୱ ​​ହେଉଛି ଏଠାରେ ଥିବା ମହିଳାମାନଙ୍କର କେଶ ଖୁବ ଲମ୍ବା। ଏହି କାରଣରୁ, ଏହି ଗାଁର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ‘ଦୁନିଆର ଲମ୍ବା କେଶ ଗାଁ’ ଭାବରେ ରେକର୍ଡ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ପ୍ରାୟ ମହିଳାମାନଙ୍କର କେଶ ୫ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏପରି କି କେତେକ ମହିଳା ମଧ୍ୟ ଅଛନ୍ତି ଯାହାଙ୍କର କେଶ ୬ ଫୁଟ ମଧ୍ୟ।

ଆଉଟ୍‌ଲୁକ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ୨୦୦୪ ମସିହାରେ ଜଣେ ମହିଳାଙ୍କ କେଶର ଲମ୍ବ ୭ ଫୁଟ ବୋଲି ମାପ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଠାରେ ଥିବା ମହିଳାମାନଙ୍କର କେଶର ଓଜନ ୧ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏହି ମହିଳାମାନଙ୍କ ମଧ୍ୟରେ ଏକ ବିଶ୍ୱାସ ଅଛି, ଯାହାକୁ ୟାଓ ମହିଳା ବୋଲି କୁହାଯାଏ। ଏହି ବିଶ୍ୱାସ ଅନୁଯାୟୀ ସେମାନେ କେଶ କାଟନ୍ତି ନାହିଁ।

Advertisment
Long hair villageଏଠାକାର ଲୋକମାନେ ମହିଳାଙ୍କ କେଶ ପାଇଁ ସ୍ୱତନ୍ତ୍ର ଧରଣ ସାମ୍ପୁ ମଧ୍ୟ ତିଆରି କରନ୍ତି

ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ମହିଳାମାନେ ୧୭ କିମ୍ବା ୧୮ ବର୍ଷରେ ଥରେ କେଶ କାଟନ୍ତି। କିନ୍ତୁ ଏହି କେଶ ଏମିତି ସେମିତି ସେଲୁନ୍ କି ପାର୍ଲର ଯାଇ କଟାଯାଏ ନାହିଁ। କେଶ କାଟିବା ପାଇଁ ଏଠାରେ ଏକ ଉତ୍ସବ ପାଳନ କରାଯାଏ। ଏଥିରେ ଗାଁର ଅନ୍ୟ ଲୋକମାନେ ମଧ୍ୟ ସାମିଲ ହୁଅନ୍ତି। ଏଠି କେଶ କଟା ହେବା ପରେ ମହିଳା ମାନେ ଆଉ କେବେ ବି କେଶ କାଟନ୍ତି ନାହିଁ। କେଶର ଯତ୍ନ ନେବା କେତେ କଷ୍ଟକର ପ୍ରାୟ ସବୁ ମହିଳା ଜାଣିଥିବେ। ଏଠାକାର ଲୋକମାନେ ମହିଳାଙ୍କ କେଶ ପାଇଁ ସ୍ୱତନ୍ତ୍ର ଧରଣ ସାମ୍ପୁ ମଧ୍ୟ ତିଆରି କରିଛନ୍ତି, ଯାହାକୁ ପ୍ରତ୍ୟେକ ମହିଳା ବ୍ୟବହାର କରନ୍ତି। ଏହି ସାମ୍ପୁକୁ ବିନା କେମିକାଲ୍ କେବଳ ପ୍ରାକୃତିକ ଉପାଦାନରେ ତିଆରି କରାଯାଏ। ଏହାକୁ ଚା, ପଶୁ ଲୋମ ଓ କେତେକ ଜଡି ବୁଟି ମିଶ୍ରଣରେ ପ୍ରସ୍ତୁତ କରାଯାଏ।

Long hair villageପ୍ରତ୍ୟେକ ମହିଳାଙ୍କ କେଶର ଲମ୍ବ ୫ ରୁ ୬ ଫୁଟ

ଏଠାକାର ମହିଳାମାନେ ବିଶ୍ୱାସ କରନ୍ତି ଯେ ଶରୀରରେ ବଢୁଥିବା ଏହି କେଶ ସେମାନଙ୍କ ପାଇଁ କିଛି ନୁହେଁ। ଏହା କେବଳ ସେମାନଙ୍କ ଏବଂ ସେମାନଙ୍କ ପୂର୍ବପୁରୁଷଙ୍କ ମଧ୍ୟରେ ଯୋଗାଯୋଗର ଏକ ମାଧ୍ୟମ। ଏନେଇ ସେମାନେ ତାଙ୍କର ପୂର୍ବପୁରୁଷମାନଙ୍କୁ ଖୁସି କରିବା ନେଇ କେବେ ବି କେଶ କାଟନ୍ତି ନାହିଁ।

ଦେଖାଯାଏ ଯେ ଅବିବାହିତ ମହିଳାମାନେ କେଶକୁ ଏକ ସ୍କାର୍ଫରେ ବାନ୍ଧି ରଖୁଥିବାବେଳେ ବିବାହିତ ମହିଳା ମୁଣ୍ଡର ସାମ୍ନାରେ ଏକ ବଡ଼ ଠେକା କରି ବାନ୍ଧି ଦିଅନ୍ତି। ୟାଓ ମହିଳାଙ୍କ ନୃତ୍ୟ ମଧ୍ୟ ବହୁତ ପ୍ରସିଦ୍ଧ ଏବଂ ଲୋକମାନେ ସେମାନଙ୍କର ସଂସ୍କୃତି ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି।

Special Story Long Hair Village
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ