Advertisment

ମହାନଦୀରେ ବୁଲୁଛି କୁମ୍ଭୀର

କଟକ ମହାନଦୀ ରେ କୁମ୍ଭୀର ଆତଙ୍କ। ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି...

Gharial In Mahanadi

Gharial In Mahanadi

Advertisment

କଟକ ମହାନଦୀରେ କୁମ୍ଭୀର ଆତଙ୍କ। ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଆଜି ଏକ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଥିଲା। ତେବେ ବ୍ରିଜ ଉପରେ ଯାଉଥିବା ଲୋକମାନେ କିଛି ସମୟ ପାଇଁ ଅଟକି ରହି କୁମ୍ଭୀରଟିକୁ ଦେଖୁଥିଲେ।ଫଳରେ ବ୍ରିଜ ଉପରେ ଲୋକଙ୍କ ଭିଡ଼ ବଢିବାରେ ଲାଗିଥିଲା। ତେବେ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛି ବନବିଭାଗ। ଘଡିଆଳ କୁମ୍ଭୀରମାନଙ୍କର ବଂଶ ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସେମାନଙ୍କ ବଂଶ ବିସ୍ତାର କରିବା ଉଦ୍ଦେଶ୍ୟରେ ମହାନଦୀରେ ମୋଟ ୧୭ଟି ଘଡିଆଳ କୁମ୍ଭୀର ଛଡ଼ାଯାଇଛି ବୋଲି ସ୍ପଷ୍ଟ କରିଛି ବନ ବିଭାଗ।

Advertisment

ସେଥିରୁ ୪ଟି କୁମ୍ଭୀର ଦେହରେ ଜିପିଏସ୍ ଲଗାଯାଇ ସେମାନଙ୍କ ଗତି ବିଧି ଉପରେ ନଜର ରଖାଯାଇଛି ବୋଲି କହିଛି ବନବିଭାଗ। ଜିପିଏସ୍ ଲାଗିଥିବା ୪ଟି ଘଡିଆଳ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡ଼ିଛି ।ଏହି କୁମ୍ଭୀରମାନେ ସାଧାରଣଭାବେ ମାଛ ଖାଇ ବଞ୍ଚନ୍ତି। ଏମାନେ ମଣିଷର କୌଣସି କ୍ଷତି କରନ୍ତି ନାହିଁ। ତେଣୁ ଏ ନେଇ ବନ ବିଭାଗ ଏବେ ଗାଁ ରୁ ଗାଁ କୁ ବୁଲି ଆତଙ୍କିତ ନ ହେବା ପାଇଁ ଲୋକଙ୍କୁ ସଚେତନ କରୁଛି। ମଧୁସୁଦନ ସେତୁ ନିକଟରେ ଏବେ ୨ଟି ଘଡିଆଳ ରହିଛନ୍ତି ଏବଂ ଆଉ ଦୁଇଟି ବାଙ୍କୀରେ ଦେଖିବାକୁ ମିଳିଛି । ସେମାନେ ମଧ୍ୟ ସଠିକ୍ ଭାବେ ଚଳ ପ୍ରଚଳ କରୁଛନ୍ତି ବୋଲି ଜାଣିବାକୁ ପାଇଛି ବନବିଭାଗ। ତେବେ ବାକି ୧୩ଟି ବାବଦରେ ଜିପିଏସ୍ ଲାଗି ନ ଥିବାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ଦେଇନାହିଁ ବିଭାଗ।।ତଥାପି ସେମାନେ ସଠିକ୍ ଭାବେ ଚଳ ପ୍ରଚଳ କରୁଥିବେ ବୋଲି ଢେର ଆଶାବାଦୀ ବନ ବିଭାଗ।

Gharial In Mahanadi River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ