Advertisment

ରେକର୍ଡ ଭାଙ୍ଗିଲେ ଢ଼େଙ୍କାନାଳ ଝିଅ : ମାତ୍ର ୧୮ ସେକେଣ୍ଡରେ ପିରିୟଡିକ ଟେବୁଲର ୧୧୮ମୌଳିକର ନାଁ କହିଲେ ଶର୍ମିଷ୍ଠା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

ଅଦ୍ୟତନ ହୋଇଛି
dhenkanal

dhenkanal

Advertisment

କାମାକ୍ଷାନଗର( ବିଦ୍ୟାଧର ବରାଳ ) : କୁନି ଝିଅର ବିଚକ୍ଷଣତା । ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ନୂଆଁ କୀର୍ତ୍ତିମାନ ସ୍ଥାପନ କଲେ ୧୧ ବର୍ଷର ଓଡ଼ିଆ ଝିଅ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ମାତ୍ର ୧୮ ସେକେଣ୍ଡରେ (୧୮.୫୫ ସେକେଣ୍ଡ) ପିରିୟଡିକ ଟେବୁଲରେ ଥିବା ୧୧୮ ଗୋଟି ମୌଳିକକୁ କହି ଏହି ରେକର୍ଡ ସ୍ଥାପନ କରିଛନ୍ତି ।

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶତ୍ରୁଘ୍ନ ଭୂୟାଁ ଓ ସୁପ୍ରଭା ଭୂୟାଁ ଙ୍କର ବଡ଼ ଝିଅ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଶର୍ମିଷ୍ଠା ନବମ ଶ୍ରେଣୀରେ ଥିବା ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଉତ୍ତରପ୍ରଦେଶ ନୋଏଡାର ୧୪ ବର୍ଷର ଛାତ୍ରୀ ଜିଆ କୁମାରଙ୍କ ନାମରେ ରହିଥିଲା ।

ସେ ୨୦୨୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ କରିଥିଲେ । ୨୫ ସେକେଣ୍ଡ ୨୦ ମିଲିସେକେଣ୍ଡରେ ଏହି ରେକର୍ଡ ନିଜ ନାମରେ କରିଥିଲେ । ଜିଆଙ୍କ ଏହି ରେକର୍ଡକୁ ୧୧ ବର୍ଷର ଓଡ଼ିଆ ଝିଅ ଶର୍ମିଷ୍ଠା ଭାଙ୍ଗି ଇଣ୍ଡିଆ ବୁକ ଅଫ ରେକର୍ଡସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଶର୍ମିଷ୍ଠାଙ୍କ ଏହି ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ତାଙ୍କ ବାପା ମାଆ । ଆଗାମୀ ଦିନରେ ଝିଅର ନୂଆଁ ଉଦ୍ଭାବନରେ ସାହାଯ୍ୟ କରିବେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

Advertisment

ସରାଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଶର୍ମିଷ୍ଠାଙ୍କର ଏହି ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ କମିଟିର ସଦସ୍ୟ । ପୂର୍ବରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗରେ ଶର୍ମିଷ୍ଠା ଏନଆରଟିଏସ(NRTS) ଓ ବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରି ସାରିଛନ୍ତି । ଏବେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ନୂଆ ରେକର୍ଡ ସ୍ଥାପନ କରିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବେଶ ଉତ୍ସାହ ଦେଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଶର୍ମିଷ୍ଠାଙ୍କ ଏହି ସଫଳତାକୁ ନେଇ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

ତେବେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ଏହି ନୂଆ ରେକର୍ଡ ତିଆରି କରିବାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କେବଳ ଇଣ୍ଡିଆ ବୁକ ଅଫ ରେକର୍ଡସ ନୁହେଁ ବରଂ ଗିନିଜ ବୁକ ଅଫ ରେକର୍ଡସ ପାଇବାର ପ୍ରୟାସ ଏବଂ ନିଜର ଜ୍ଞାନ କୌଶଳରେ ଟେକ୍ନୋଲୋଜିକୁ ନେଇ କିଛି ନୂଆ କରିବାର ଅଭିଳାଷ ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଉ ବୋଲି ସମସ୍ତେ କାମନା କରିଛନ୍ତି ।

Advertisment
India Book Of Records
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ