Advertisment

ମହଙ୍ଗା ହୋଇପାରେ ଜମି ଓ ଘର

ରାଜ୍ୟ ସରକାର ଅସ୍ଥାବର ସଂପତ୍ତିର ବେଞ୍ଚ ମାର୍କ ଭେଲ୍ୟୁ, ବିଏମ୍‌ଭି ସଂଶୋଧନ କରିବାକୁ ଯାଉଛନ୍ତି। ଏଥିପାଇଁ ବୋର୍ଡ ଅଫ୍ ରେଭିନ୍ୟୁ ଆଇଜିଆର୍‌ ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ମୂଲ୍ୟାୟନ କମିଟିକୁ ଚିଠି ଲେଖିଛନ୍ତି।

ଅଦ୍ୟତନ ହୋଇଛି
house

house

Advertisment
  • ବଢ଼ିପାରେ ଜମି ଓ ଘର ମୂଲ୍ୟ 
  • ଅସ୍ଥାବର ସଂପତ୍ତିର ବିଏମ୍‌ଭି ପୁନଃନିର୍ଦ୍ଧାରଣ ହେବ 
  • ଚିଠି ଲେଖିଲେ ବୋର୍ଡ ଅଫ୍ ରେଭିନ୍ୟୁ ଆଇଜିଆର୍‌
  • ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ମୂଲ୍ୟାୟନ କମିଟିକୁ ଚିଠି 
Advertisment

ଭୁବନେଶ୍ୱର: ରାଜ୍ୟ ସରକାର ଅସ୍ଥାବର ସଂପତ୍ତିର ବେଞ୍ଚ ମାର୍କ ଭେଲ୍ୟୁ, ବିଏମ୍‌ଭି ସଂଶୋଧନ କରିବାକୁ ଯାଉଛନ୍ତି। ଏଥିପାଇଁ ବୋର୍ଡ ଅଫ୍ ରେଭିନ୍ୟୁ ଆଇଜିଆର୍‌ ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ମୂଲ୍ୟାୟନ କମିଟିକୁ ଚିଠି ଲେଖିଛନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ପ୍ରକ୍ରିୟା ହେବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଜମି ଓ ଘର ମହଙ୍ଗା ହୋଇପାରେ।    

Advertisment

୨୦୨୦-୨୧ ଆର୍ଥିକ ବର୍ଷ ଶେଷ ଯାଏ ୨୦୧୯-୨୦ର ସଂଶୋଧିତ ବିଏମ୍‌ଭି ଲାଗୁ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା। ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏ ଏହି ସଂଶୋଧିତ ବିଏମ୍‌ଭିକୁ ସ୍ଥଗିତ ରଖାଯାଇଥିଲା। ଏବେ କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ ଓ କଟକଣା କୋହଳ ହୋଇଥିବାରୁ ବିଏମ୍‌ଭି ସଂଶୋଧନ କରି ପୁନଃ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ତହସିଲ ଓ ଜିଲ୍ଲା ସ୍ତରରେ ମୂଲ୍ୟାୟନ କମିଟି ଗଠନ କରିବାକୁ କୁହାଯାଇଛି।   

Odisha Land Property Cost
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ