Koraput’s Upper Kolab Dam Eco Park lies in utter neglect
ଖତ ଖାଉଛି ସାଇନ୍ସ୍ ପାର୍କ । ସତ୍ତା ହରାଉଛି କୋରାପୁଟର ଇକୋ ଟୁରିଜିମ୍ ସ୍ଥଳ । ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାବେଳେ ରକ୍ଷାଣା ବେକ୍ଷଣ ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାରେ ନିର୍ମିତ ସାଇନ୍ସ ପାର୍କ । ବୋଟିଂ ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଇକୋ ଟୁରିଜମ ପାଇଁ ଲକ୍ଷାଧିକ ଟଙ୍କା ରାଜସ୍ୱ ଆଦାୟ କରାଯାଉଥିଲେ ମଧ୍ୟ ଅବ୍ୟବସ୍ଥାର ସୁଧାର ଆସୁନାହିଁ ।
ଅନାବନା ଗଛ, ଜଙ୍ଗଲ ମଧ୍ୟରେ ବୋଟିଂ ହାଉସ ବୋଟିଂସ୍ଥଳକୁ ଯିବାକୁ ସଠିକ୍ ରାସ୍ତା ଟିଏ ନାହିଁ । ଏମିତି ଅନାବନା ଗଛ ଓ ଜଙ୍ଗଲ ଦେଇ ବୋଟ ପାଖକୁ ଆସନ୍ତି ପର୍ଯ୍ୟଟକ । ଯଦିଓ ପର୍ଯ୍ୟଟକ ଟିକିଏ ଅସାବଧାନତା ହୁଅନ୍ତି ତେବେ ଦୁର୍ଘଟଣାର ଶିକାର ନିଶ୍ଚିତ । ସେହିପରି ଲକ୍ଷାଧିକ ଟଙ୍କାରେ ନିର୍ମିତ ସାଇନସ୍ ପାର୍କ କଥା ନକହିଲେ ଭଲ । ସାଇନସ ପାର୍କ ମଧ୍ୟରେ ଥିବା ବିଭିନ୍ନ ଉପକରଣରରେ କଳଙ୍କି ଲାଗି ଖତ ଖାଉଛି ।
ବୁଲିବାକୁ ଆସୁଥିଲା ପର୍ଯ୍ୟଟକ, ଇକୋ ଟୁରିଜିମ ପରିଚାଳନା କରୁଥିବା ଅପରକୋଲାବ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଅପର କୋଲାବ ଇକୋ ଟୁରିଜିମ ପାର୍କ ମଧ୍ୟରେ ଥିବା ଶିଶୁ ଉଦ୍ୟାନ, ଗାର୍ଡେନିଂ ସହ ବିଭିନ୍ନ ପାର୍କ ସଫା ସୁତରା ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପାର୍କ ମଧ୍ୟରେ ସଠିକ ଆଲୋକ ବ୍ୟବସ୍ଥା ନଥିବାରୁ ସଂଧ୍ୟା ପୂର୍ବରୁ ପର୍ଯ୍ୟଟକ ଏହି ସ୍ଥାନ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଟେଲିଫୋନ ଟାଓ୍ୱାର ନଥିବାରୁ ଘଣ୍ଟା ଘଣ୍ଟା ଧରି ପର୍ଯ୍ୟଟକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହିସବୁ ସମସ୍ୟା ନେଇ ପର୍ଯ୍ୟଟକ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ବି କେହି କର୍ଣ୍ଣପାତ କରୁନାହାନ୍ତି ।
ତେବେ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି ପାର୍କ ଗତ ୭ ବର୍ଷ ଧରି ଅବ୍ୟବସ୍ଥା ଘେରରେ ରହିଛି । ଅସୁବିଧା ନେଇ ଅପର କୋଲାବ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ କହିଛନ୍ତି ।
ଟି. ଗୌରୀଶଙ୍କରଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659066935.jpg)