Advertisment

ବାୟା କରୁଛି ସାର୍‌ଙ୍କ ବଂଶୀ ସ୍ୱର, ସ୍କୁଲ ଯିବା ପାଇଁ ତରତର କୁନି ପିଲା

କିମିଆ କରୁଛି ସାର୍‌ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍‌ଙ୍କ ବଂଶୀ ସ୍ୱର...

 Koraput Man Weaves Magic With Flute, Lights Way For Disciples

Koraput Man Weaves Magic With Flute, Lights Way For Disciples

Advertisment

ବଂଶୀ ବୁଝେ ବେଦନା । ସରୁ ବାଉଁଶ ଖଣ୍ଡିଏ ହେଲେ ସେଥିରୁ ଭାସି ଆସୁଥିବା ସ୍ୱରରେ ଭାଙ୍ଗିଯାଏ ଅନେକଙ୍କ ମନର ନୀରବତା । ସଙ୍ଗୀତକୁ ନୂଆ ରୂପ ଦିଏ ବଂଶୀର ମିଠା ସ୍ୱର । ସେଇଥିପାଇଁ ତ ଅନେକ ବଂଶୀ ବିଦ୍ୟାରେ ସାଧନା କରିଛନ୍ତି । ଠିକ୍‌ ସେମିତି ଜଣେ ବଂଶୀ ବାଦକ ହେଉଛନ୍ତି କୋରାପୁଟ ଜିଲ୍ଲା ଦେବିଘାଟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ସୁନାମଧନ୍ୟ ବଂଶୀ ବାଦକ ତଥା ପ୍ରଶିକ୍ଷକ ରବୀନ ଚନ୍ଦ୍ର ମହାନନ୍ଦିଆ । ବଂଶୀର ସ୍ୱରରେ ସେ କୁନିକୁନି ପିଲାଙ୍କୁ ମତୁଆଲା କରିଛନ୍ତି ।

Advertisment

ବଂଶୀର ସ୍ୱରରେ କମ୍ପୁଛି ବିଦ୍ୟାଳୟ, କେବଳ ଏତିକି ନୁହେଁ ବିଦ୍ୟାର୍ଥୀଙ୍କୁ କ୍ୟାରିଅର ଗଢିବାରେ ବାଟ ଦେଖାଉଛନ୍ତି ବାଦକ ଦେବିଘାଟ। ବଂଶୀ ବିଦ୍ୟାରେ ତାଙ୍କର ପ୍ରଗାଢ ଜ୍ଞାନ । ସେ ଭଳିକି ଭଳି ଗୀତରେ ଖୁବ ସୁନ୍ଦର ବଂଶୀ ବଜାଇ ପାରନ୍ତି । ତାଙ୍କର ଏହି କଳାକୁ ସେ ଅନେକଙ୍କ ମଧ୍ୟରେ ବାଣ୍ଟିଛନ୍ତି ।

ଆଗାମୀ ଭବିଷ୍ୟତ କିପରି ବଂଶୀ ବିଦ୍ୟାରେ ନିଜର ଭବିଷ୍ୟତ ଗଢିବେ ସେଥିପାଇଁ ଟ୍ରେନିଂ ମଧ୍ୟ ଦେଉଛନ୍ତି ।

Advertisment

ମହାମାରୀର ଦୀର୍ଘଦିନ ପରେ ଏବେ ନୂଆ ନୂଆ ସ୍କୁଲ ଖୋଲୁଛି। ଏହି ନିଆରା ଶୈଳୀରେ ପିଲାମାନଙ୍କର ସ୍କୁଲ ଆସିବାର ଆଗ୍ରହକୁ ଆହୁରି ମଜବୁତ୍‌ କରିବାକୁ ସେ ଚେଷ୍ଟା କରୁଛନ୍ତି । ବଂଶୀ ସ୍ବରରେ ଏବେ ବିଭୋର ହେଲେଣି ବିଦ୍ୟାର୍ଥୀ । ଏଇ କୁନି କୁନି ପିଲେ ବହି ଖାତା ପରି ବଂଶୀକୁ ସାଥୀ କରିଛନ୍ତି । ସ୍ଥିତି ଏମିତି ହେଲାଣି ଯେ ସାର୍‌ଙ୍କର ଏହି ବଂଶୀ ସ୍ୱର ଶୁଣିବା ପାଇଁ ପିଲାମାନେ ଜିଦ୍‌ ମଧ୍ୟ କରୁଛନ୍ତି। ଆଉ ସାର୍‌ ବି ପିଲାଙ୍କ କଥାକୁ ଅତି ସହଜରେ ଗ୍ରହଣ କରିନେଉଛନ୍ତି ।

ସ୍କୁଲର ପ୍ରାର୍ଥନା ହେଉ କି କୌଣସି ପିଲାର ଜନ୍ମଦିନ ହେଉ...ସାରଙ୍କ ସବୁଠି ସୁବୁଛି ସାର୍‌ଙ୍କ ବଂଶୀସ୍ୱର। ତେବେ ରବୀନ ସାର୍ ନିଜେ ବଂଶୀ ସ୍କୁଲର ପ୍ରାର୍ଥନାରେ ବଜାଇବା ସହ ପିଲାଙ୍କ ଜନ୍ମ ଦିନରେ ବି ବଜାଇ ପିଲାଙ୍କୁ ଆନଂଦ ବାଣ୍ଟୁଛନ୍ତି ଓ ପାଠ ସରିବା ପରେ ନିଜ ମୁଣାରୁ କିଛି ବଇଁଶୀ କାଢି ପିଲାଙ୍କ ହାତରେ ଧରାଇ ଦେଇଛନ୍ତି। ଖାଲି ସେତିକି ନୁହେଁ ରବୀନଙ୍କଠୁ ବଂଶୀ ବିଦ୍ୟା ଶିଖି ଅନେକ ପିଲା ସ୍ୱବଲମ୍ବୀ ମଧ୍ୟ ହୋଇଛନ୍ତି । ବାସ୍ତବରେ ରବୀନଙ୍କ ଏହି ପ୍ରୟାସ ବେଶ ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପାତ୍ର ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ