Advertisment

ଘର ପାଇଲେ, ଟଙ୍କା ପାଇଲେନି... ପଡ଼ିଯିବ ଅଭିଶାପ

ଝିମାଇ କିର୍ଷାନୀ... ଘର ଖଣ୍ଡେ ଲାଗି ବାରମ୍ବାର ଦଉଡ଼ିବା ପରେ ତାଙ୍କୁ ଘର ଖଣ୍ଡିଏ ମିଳିଲା । ପ୍ରଶାସନ ଦୁଇ କିସ୍ତିରେ ତାଙ୍କୁ ଟଙ୍କା ବି ଦେଲା । ହେଲେ ଟଙ୍କା ପାଇଲେନି କି ଘର କରିପାରିଲେନି ଝିମାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଅର୍ଥାତ୍‌ ଆବାସ ଯୋଜନାରେ ହୋଇଛି ଭୟଙ୍କର କେଳଙ୍କାରୀ । କାରଣ ଟଙ୍କା ତ ଆସିଛି ହେଲେ ୟାଙ୍କ ପାଖରେ ପହଞ୍ଚିନାହିଁ ।

ଅଦ୍ୟତନ ହୋଇଛି
 Awas Yojana

Awas Yojana

Advertisment

୮ ଫୁଟିଆ ଘର...ଘର ଭିତରେ ବସିଛି ବୁଢୀ ମାଉସୀ । ଘରର ଅବସ୍ଥା ଦେଖିଲେ ଲାଗିବ କି କେତେବେଳେ ବି ଗଳି ପଡ଼ିବ ଘର । କିନ୍ତୁ ରାହା ପାଇଁ ଆଉ କିଛି ନାହିଁ । ସେଇଥି ଲାଗି ତ ଭଙ୍ଗା କୁଡ଼ିଆରେ ଜୀବନ ଅତିବାହିତ କରୁଛନ୍ତି ବୁଢୀ ମାଉସୀ ।

Advertisment

କୋରାପୁଟ୍‌ର ଝିମାଇ କିର୍ଷାନୀ । ବୟସ ଏତେ ହେଲାଣି ଯେ କାନକୁ ଆଉ ଶୁଭୁନି କି ଆଖିକୁ ଭଲରେ ଦେଖାଯାଉନି । ଘର ଖଣ୍ଡିଏ ଲାଗି ବାରମ୍ବାର ସରକାରୀ ଦପ୍ତରରେ ଚକ୍କର କାଟିବା ପରେ ବି ଘର ଖଣ୍ଡିଏ ପାଇଲେ ନାହିଁ । ତେଣୁ ମନକୁ ମାରି ଏଇ ଝାଟିମାଟି ଘରେ କାଟୁଛନ୍ତି ଜୀବନ ।

ଝିମାଇ କିର୍ଷାନୀ...ଘର ଖଣ୍ଡେ ଲାଗି ବାରମ୍ବାର ଦଉଡ଼ିବା ପରେ ତାଙ୍କୁ ଘର ଖଣ୍ଡିଏ ମିଳିଲା । ପ୍ରଶାସନ ଦୁଇ କିସ୍ତିରେ ତାଙ୍କୁ ଟଙ୍କା ବି ଦେଲା । ହେଲେ ଟଙ୍କା ପାଇଲେନି କି ଘର କରିପାରିଲେନି ଝିମାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଅର୍ଥାତ୍‌ ଆବାସ ଯୋଜନାରେ ହୋଇଛି ଭୟଙ୍କର କେଳଙ୍କାରୀ । କାରଣ ଟଙ୍କା ତ ଆସିଛି ହେଲେ ୟାଙ୍କ ପାଖରେ ପହଞ୍ଚିନାହିଁ ।

Advertisment

ଜାଣି ଆଶ୍ଚର୍ଯ୍ୟ ହେବେ, ୨୦୧୬ – ୧୭ରେ ୨୦ହଜାର, ୨୦୧୭ – ୧୮ ରେ ୩୫ ହଜାର ଟଙ୍କା ଝିମାଇଙ୍କ ଆବାସ ପାଇଁ ଆସିଥିଲା । ଏମିତିକି ପେମେଣ୍ଟ ରେକର୍ଡରେ ଝିମାଇଙ୍କ ନାଁ ବି ଅଛି । ହେଲେ ଟଙ୍କା ଯାଇଛି କଟକର ଜଣେ ବ୍ୟକ୍ତିଙ୍କୁ । ତେବେ ଜଣଙ୍କ ନାଁରେ ଆବାସ ଯୋଜନାରେ ଘର ଆସିଲା ହେଲେ ଅନ୍ୟ ଜଣଙ୍କୁ ଟଙ୍କା କେମିତି ଗଲା ତାହା ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ୨୦୧୬ରେ ଏମିତି ଘଟଣାର ଜନଶୁଣାଣୀରେ ପରେ ଅଡିଟ ହୋଇଥିଲା । ଏହାପରେ ସତ୍ୟ ସାମ୍ନାକୁ ଆସିଥିଲା । ତେବେ ଏ ନେଇ ପିଓଙ୍କୁ ମଧ୍ୟ ତଦନ୍ତଭାର ଦିଆଯାଇଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ଓ ବ୍ଲକ ଅଧ୍ୟକ୍ଷା ।

ଏଠି ପ୍ରଶ୍ନ ଉଠୁଛି ଝିମାଇଙ୍କ ଆବାସ ଗୃହ ଗଲା କୁଆଡେ ? ସରକାରୀ ଟଙ୍କା ଆତ୍ମସାତ କଲା କିଏ ? ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କିଏ ଗ୍ରହଣ କରିବ? ପୂରା ଘଟଣା ସମ୍ପର୍କରେ କୋରାପୁଟ ବିଡିଓ ପ୍ରତିକ୍ରିୟା ଦେଇନଥିବା ବେଳେ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ତତକାଳୀନ ପିଓ କଣ କରିଥିବେ ମୁଁ ଜାଣିନାହିଁ କିନ୍ତୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଫା ସଫା କହିଛନ୍ତି।

Advertisment

ଗରିବ ଖଟିଖିଆଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର । ହେଲେ ପ୍ରକୃତ ହିତାଧିକାରୀ ଯୋଜନା ପାଇବାରୁ ଏମିତି ବଞ୍ଚିତ ହେଉଛନ୍ତି ।

(କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ