Advertisment

ଏହି ସବୁ ଗଣଦୁଷ୍କର୍ମ ମାମଲା ରାଜ୍ୟ ଶାସନଗାଦିକୁ ହଲଚଲ କରିଦେଇଥିଲା

ଛବିରାଣୀଙ୍କଠୁ ଅଂଜନା...ବେବିନାଙ୍କଠୁ କୁନ୍ଦୁଲି ଏମାନେ ସମସ୍ତେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନ୍ୟାୟ ଅପେକ୍ଷାରେ କିଏ ଆଖି ବୁଜିଛି ତ ଆଉ କିଏ ଏବେ ଅପେକ୍ଷା କରିଛି ନ୍ୟାୟ ପାଇବାକୁ। ନର ପିଶାଚଙ୍କ ସେହି ବର୍ବରକାଣ୍ଡ ପାଇଁ ଏମାନେ ସମସ୍ତେ ସାଙ୍ଘାତିକ କଷ୍ଟ ବି ଭୋଗିଛନ୍ତି।ତେବେ ରାଜ୍ୟର ଏହି ଗଣଦୁଷ୍କର୍ମ ଘଟଣା ଏମିତି ଥିଲା କି ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା।

Know The Rape Cases That Shocked Odisha

Know The Rape Cases That Shocked Odisha

Advertisment

ଗ୍ୟାଙ୍ଗ୍‌ ରେପ୍‌ ବା ଗଣଦୁଷ୍କର୍ମ। ଏହି ନାଁକୁ ଶୁଣିଲା ମାତ୍ରେ ଆମେ ସମସ୍ତେ ଜାଣିସାରିଥାଆନ୍ତି କି ଘଟଣାଟି ବେଶ୍‌ ବର୍ବର ଓ ସଙ୍ଗୀନ। ଆଉ ଓଡ଼ିଶାରେ ମଧ୍ୟ ଗଣଦୁଷ୍କର୍ମର ମାମଲା ବି କିଛି କମ୍‌ ନାହିଁ। ଛବିରାଣୀଙ୍କଠୁ ଅଂଜନା...ବେବିନାଙ୍କଠୁ କୁନ୍ଦୁଲି ଏମାନେ ସମସ୍ତେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନ୍ୟାୟ ଅପେକ୍ଷାରେ କିଏ ଆଖି ବୁଜିଛି ତ ଆଉ କିଏ ଏବେ ଅପେକ୍ଷା କରିଛି ନ୍ୟାୟ ପାଇବାକୁ। ନର ପିଶାଚଙ୍କ ସେହି ବର୍ବରକାଣ୍ଡ ପାଇଁ ଏମାନେ ସମସ୍ତେ ସାଙ୍ଘାତିକ କଷ୍ଟ ବି ଭୋଗିଛନ୍ତି।

Advertisment

ତେବେ ରାଜ୍ୟର ଏହି ଗଣଦୁଷ୍କର୍ମ ଘଟଣା ଏମିତି ଥିଲା କି ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା। କେତେବେଳେ ସରକାର ଭାଙ୍ଗିଯାଇଥିଲା ତ କେତେବେଳେ ମନ୍ତ୍ରୀ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ବେଳେ ବେଳେ ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଖସିଯିବାକୁ ସକ୍ଷମ ହୋଇଥିଲେ ।

  • ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ଏହି ଘଟଣା ଏତେ ଭୟଙ୍କର ଥିଲା ଯେ, ତାହାକୁ ଭାଷାରେ ବୁଝାଇବା ଆମ ପକ୍ଷରେ ସମ୍ଭବ ନୁହେଁ। ୧୯୮୦ ମସିହାରେ ବହୁ ଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ସେତେବେଳେ ଓଡ଼ିଶାରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା ।

Advertisment

ଜଗତସିଂହପୁର ଜିଲ୍ଲାରେ ନଦୀ ପଠାରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସମର୍ଥକ କୁହାଯାଉଥିବା କିଛି ଯୁବକ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ। ଏହାପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି କାଣ୍ଡ ଏତେ ଭୟାନକ ଥିଲା ଯେ, ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଥିଲା।

ବିରୋଧୀ ଦଳମାନେ ଏହାକୁ ନେଇ ଆନ୍ଦୋଳନ କରିଥିଲେ। ଛବିରାଣୀଙ୍କ ସ୍ୱାମୀ ଜଣେ ସାମ୍ବାଦିକ ଥିଲେ । ସେ ସରକାରଙ୍କ ବିରୋଧରେ ଖବର ପ୍ରକାଶ କରୁଥିଲେ। ଏହି କାରଣରୁ ଛବିରାଣୀଙ୍କୁ ସେତେବେଳେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଏହି ମାମଲାରେ ତତ୍‌କାଳୀନ କଂଗ୍ରେସ ସରକାର ନିନ୍ଦିତ ହୋଇଥିଲା।

Advertisment

ପୂର୍ବରୁ ଓଡ଼ିଶାରେ ଏପରି କାଣ୍ଡ କେବେ ଘଟିନଥିଲା। ଏହି ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଓଡ଼ିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଯାଇଛି। ଏହି ମାମଲାରେ ଅଭିଯୁକ୍ତମାନେ ସୁପ୍ରିମକୋର୍ଟରେ ଦଣ୍ଡିତ ହୋଇଛନ୍ତି।

  • ଅଞ୍ଜନା ଗଣଦୁଷ୍କର୍ମ ମାମଲା

1999 ମସିହା, ଜାନୁଆରୀ 9 ତାରିଖ। ରାତିରେ କଟକ-ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନିକଟରେ ଘଟିଥିଲା ଏହି ଭୟାନକ ଘଟଣା। ଅଞ୍ଜନା ମିଶ୍ରଙ୍କର ତାଙ୍କ ଆଇ.ଏଫ.ଏସ୍. ସ୍ୱାମୀଙ୍କ ସହ ଏକ ପାରିବାରିକ ମାମଲା ଚାଲିଥିଲା।

ଭୁବନେଶ୍ୱର ନୟାପଲ୍ଲୀରୁ ଅଞ୍ଜନା ମିଶ୍ର ଓକିଲଙ୍କ ସହ ପରାମର୍ଶ କରିବାକୁ କଟକ ଯାଇଥିଲେ। ତାଙ୍କ ସହିତ ତାଙ୍କର ଜଣେ ସାମ୍ୱାଦିକ ବନ୍ଧୁ ବି ଥିଲେ। ସେ ସନ୍ଧ୍ୟାବେଳେ କଟକରୁ ବାରଙ୍ଗ ବାଟେ କାରରେ ଫେରୁଥିଲେ। ବାରଙ୍ଗ ପୂର୍ବରୁ ତ୍ରିଶୂଳିଆ ନିକଟରେ ଏକ ଢାବାରେ ଖାଇବାକୁ ଓହ୍ଲାଇଥିଲେ। ଖାଇସାରି ଭୁବନେଶ୍ୱର ଆଡକୁ ଆସିଥିଲେ। ଢାବାରେ ହିଁ ଦୁର୍ବୃତ୍ତମାନେ ତାଙ୍କୁ ଦେଖିଥିଲେ। କିଛି ବାଟ ଆସିବା ପରେ ଦୁର୍ବୃତ୍ତମାନେ ତାଙ୍କ କାରକୁ ଅଟକାଇଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ତାଙ୍କ କାରକୁ ହାଇଜାକ କରିନେଇଥିଲେ। ତ୍ରିଶୂଳିଆ-ବାରଙ୍ଗ ମଝିରେ ଥିବା ଏକ ଗାଁଠାରୁ ଅଳ୍ପ ଦୂରକୁ ଏକ ନିଛାଟିଆ ସ୍ଥାନକୁ କାରକୁ ନେଇଯାଇଥିଲେ। ରାତିରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ରାତି ପାହିବା ପୂର୍ବରୁ କାରକୁ ନେଇ ତ୍ରିଶୂଳିଆ-ବାଙ୍କୀ ରାସ୍ତାରେ ଛାଡି ଦେଇଥିଲେ। ବାରଙ୍ଗ ପୋଲିସ ରାତିରେ ପାଟ୍ରୋଲିଂ କରିଥିଲେ ମଧ୍ୟ ଏହି ଘଟଣା ସଂପର୍କରେ କିଛି ଜାଣିପାରି ନଥିଲା। ତା ପରଦିନ ସକାଳେ ଅଞ୍ଜନା ମିଶ୍ରଙ୍କୁ କଟକ ନିଆଯାଇଥିଲା। ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଦୋଷାରୋପ କରିଥିଲେ।

ଅପରାଧୀମାନେ କଂଗ୍ରେସର ସମର୍ଥକ ଥିଲେ ଓ ଅପରାଧ ଘଟାଇବା ସମୟରେ ତାଙ୍କ ଡାକ ନାଁରେ ଡାକୁଥିଲେ ବୋଲି କହିଥିଲେ। ଏପରିକି ଅପରାଧୀମାନେ କାର ଛାଡିବା ପୂର୍ବରୁ ପୁଣି ଗଣଦୁଷ୍କର୍ମ କରିଥିଲେ। ତେବେ ଏହି ଘଟଣାର ୨୨ ବର୍ଷ ପରେ ଓଡ଼ିଶା ପୋଲିସ ଅନ୍ୟତମ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା।

  • ବେବିନା ଗଣଦୁଷ୍କର୍ମ ମାମଲା

୨୯ ନଭେମ୍ବର ୨୦୧୧...ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଅର୍ଜ୍ଜୁନଗୋଦା ଗ୍ରାମର ଦଳିତ ଝିଅ ବେବିନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଆଉ ଘଟଣା ଜଣାପଡ଼ିବା ପରେ ମଧ୍ୟ ପୋଲିସ ଅଧିକାରୀମାନଙ୍କ ନିଷ୍କ୍ରିୟତା ଏବଂ ରାଜନେତା ମାନଙ୍କ ହସ୍ତକ୍ଷେପ ଫଳରେ ପୋଲିସ ମାମଲା ରୁଜୁ କରିନଥିଲା କି ପୀଡ଼ିତାଙ୍କର ଡାକ୍ତର ସଠିକ ଭାବରେ ଚିକିତ୍ସା କରିନଥିଲେ । ଏହା ରାଜ୍ୟରେ ବିରୋଧୀ ଦଳ ପାଇଁ ଏକ ପ୍ରସଙ୍ଗ ହୋଇଯାଇଥିଲା ।

ଶେଷରେ ବିଜେଡି ସରକାର ବାଧ୍ୟହୋଇ ଦୋଷୀ ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଆଦେଶ ଦେଇଥିଲେ । ସେତେବେଳର କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା । କିନ୍ତୁ ଏହି ମାମଲାରେ ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ଖସିଯାଇଥିଲେ । ଏଥିପାଇଁ ପୋଲିସର ଅପାରଗତାକୁ ଦାୟୀ କରାଯାଇଥିଲା ।

  • କୁନ୍ଦୁଲି ଗଣଦୁଷ୍କର୍ମ ମାମଲା

୨୦୧୭ ମସିହା ଅକ୍ଟୋବର ୧୦ ତାରିଖ.... କୋରାପୁଟଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁନ୍ଦୁଲିରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା। ଜନୈକା ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ। ତାହା ପୁଣି ପୁଲିସ ଯବାନ ପୋଷାକ ପିନ୍ଧା ୪ଜଣ ବ୍ୟକ୍ତିଙ୍କ ବିରୋଧରେ। କିନ୍ତୁ ଦୁଃଖର କଥା ହେଲା ଗଣଦୁଷ୍କର୍ମ ସମ୍ପର୍କରେ ପୋଲିସ କିମ୍ବା ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତର କୌଣସି ପ୍ରମାଣ ପାଇନଥିଲେ।

ଆଉ ଏହାରି ମଧ୍ୟରେ ୨୨ ଜାନୁଆରୀ ୨୦୧୮ରେ ମାନସିକ ଭାରସାମ୍ୟ ହରାଇ ପୀଡିତା ଆତ୍ମହତ୍ୟା କରିଥିଲେ । କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ରାଜ୍ୟ ରାଜନୀତି ହଲଚଲ ହୋଇଯାଇଥିଲା। କୁହାଯାଉଛି କି ପୀଡ଼ିତା ଜଣକ ଫଟୋ ଉଠାଇବାକୁ ଯାଉଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ।

ବାରିପଦା ଗଣଦୁଷ୍କର୍ମ

ଜାନୁଆରୀ ୧୯...୨୦୧୩। ସ୍ୱାମୀଙ୍କର ଦେହ ଖରାପ ଥିଲା । ସେ ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ। ଆଉ ଏହି ସମୟରେ ସ୍ତ୍ରୀ ତାଙ୍କ ପାଖରେ ଦେଖାଶୁଣା ପାଇଁ ରହିଥିଲେ। କିନ୍ତୁ ଶୌଚ ହେବା ପାଇଁ ନିକଟସ୍ଥ ପଡ଼ିଆକୁ ଯାଇଥିବା ବେଳେ ୬ ଜଣ ନର ରାକ୍ଷସ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା କରିଥିଲେ କୋର୍ଟ।

ଗଣଦୁଷ୍କର୍ମ ଘଟଣା ଯେତିକି ଯନ୍ତ୍ରଣା ଦାୟକ ସେତିକି ସ୍ପର୍ଶକାତର। ଯାହାକୁ ନେଇ ବିଭିନ୍ନ ସମୟରେ ଦୋହଲି ଯାଇଛି ରାଜନୀତି ଗାଦି। ଅତୀତକୁ ଦେଖିଲେ ବିଭିନ୍ନ ରାଜନୈତିକ ଦଳ ଉପରେ ପଡ଼ିଛି ଗଣଦୁଷ୍କର୍ମର ପ୍ରଭାବ। ଦେଶ ହେଉ କି ରାଜ୍ୟ ସବୁଠି ଗଣଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାର ଲୁହରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ରାଜନୈତିକ ଦଳ।

Rapes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ