Advertisment

ପ୍ରଥମ ଚେଷ୍ଟାରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିଲେ ଏହି ୬ IAS ଅଫିସର

ଏମିତି IAS ଅଫିସର ଅଛନ୍ତି, ଯିଏ ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି...

ଅଦ୍ୟତନ ହୋଇଛି
know six IAS officers who cleared civil services examination in first attempt

know six IAS officers who cleared civil services examination in first attempt

Advertisment

ସମସ୍ତେ ଜାଣନ୍ତି... ଆଇଏଏସ୍‌ ପରୀକ୍ଷା ସବୁଠୁ ଟପ୍‌। ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ କରିବା ପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଥାଏ। ଏମିତି ବହୁତ କମ୍‌ ପରୀକ୍ଷାର୍ଥୀ ଅଛନ୍ତି, ଯିଏ ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ଜଣାଶୁଣା ଆଇଏଏସ୍‌ ଅଫିସର ବନିଛନ୍ତି।  

Advertisment
  • ଭାବନା ବର୍ଗ

୧୯୯୯ ମସହାରେ ପ୍ରଥମ ଆଟେମ୍ପ୍ଟରେ ଆଇଏଏସ୍‌ ପରୀକ୍ଷାରେ ସଫଳତା କରିଥିଲେ ଭାବନା ଗର୍ଗ। ଏହା ପୂର୍ବରୁ ସେ IIT କାନପୁରରେ ଇଂଜିନିୟରିଂ ଏବଂ ପ୍ରିନ୍ସଟୋନ୍‌ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ କରିଥିଲେ। ବର୍ତ୍ତମାନ ସେ Unique Identification Authority of India (UIDAI)ରେ ଡେପୁଟି ଜେନେରାଲ ଡାଇରେକ୍ଟର ଭାବେ କାର୍ଯ୍ୟଋତ।

  • ଅଙ୍କୁର ଗର୍ଗ

୨୦୦୨ରେ ହରିୟାଣାର ଜଣେ ପରୀକ୍ଷାର୍ଥୀ ଆଇଏଏସ୍‌ ପରୀକ୍ଷାରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ଯାହାଙ୍କ ନାଁ ଅଙ୍କୁର ଗର୍ଗ। ସେ ଟପ୍‌-୧୦ ରହିଥିବେ ବୋଲି ଦୃଢତାର ସହ କହିଥିଲେ। ଆଉ ସେହି ସମୟରେ ଅଙ୍କୁର ଦେଶର ସବୁଠୁ କନିଷ୍ଠ ଆଇଏସ୍‌ ଅଧିକାରୀ ଥିଲେ। ଜଣେ ଆଇଏଏସ୍‌ ଅଫିସର ହେବେ ବୋଲି ତାଙ୍କର ପିଲାଦିନୁ ହଁ ତାଙ୍କର ସ୍ୱପ୍ନ ଥିଲା। 

Advertisment
  • ରୂପା ମିଶ୍ର

ମଧ୍ୟପ୍ରଦେଶର ରୂପା ମିଶ୍ର ୨୦୦୩ରେ ହୋଇଥିବା ଆଇଏଏସ୍‌ ପରୀକ୍ଷାରେ ପ୍ରଥମଥରରେ ସେ କୃତକାର୍ଯ୍ୟ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ଓ ପ୍ରଥମ ବିବାହିତା ମହିଳା, ଯିଏକି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏହା ପୂର୍ବରୁ ସେ MBA କରିଥିଲେ। ଏବେ ସେ ନୂଆଦିଲ୍ଲୀ ଠାରେ Drinking Water and Sanitation for Jal Shaktiର ଡାଇରେକ୍ଟର ଅଛନ୍ତି। 

  • ଶାହ ଫୈସଲ

ଜାମ୍ମୁ କାଶ୍ମିରରୁ ପ୍ରଥର ଥର ପାଇଁ ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଶାହ ଫୈସଲ। ସେ ୨୦୦୯ରେ ହୋଇଥିବା ସିଭିଲ ସର୍ଭିସେସ ପରୀକ୍ଷାରେ ପ୍ରଥମ ଆଟେମ୍ପ୍ଟରେ ଟପ୍ପର ହୋଇଥିଲେ। ବର୍ତ୍ତମାନ ଏହି ଅଧିକାରୀ ସଂସ୍କୃତି ମନ୍ତ୍ରଣାଳୟର ଡେପୁଟି ସେକ୍ରେଟାରୀ ଅଛନ୍ତି। 

Advertisment
  • ଟିନା ଡାବି

ଚଳିତ ଦଶନ୍ଧିର ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରୁ ଆଇଏଏସ୍ ଟିନା ଡାବି ଅନ୍ୟତମ। ନୂଆଦିଲ୍ଲୀର ଟିନା ଡାବି ୨୦୧୫ରେ ପ୍ରଥମ ଥରରେ ସେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କେବଳ ସେତିକି ନୁହେଁ, ସେ ଦେଶରେ ଟପ୍ପର ହୋଇଥିଲେ। ତେବେ ବର୍ତ୍ତମାନ ରାଜସ୍ଥାନ ଜୈସାଲମେର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଅଛନ୍ତି। ନିକଟରେ ସେ ଦ୍ୱିତୀୟ ବିବାହ କରିଥିଲେ। 

  • କନିଷ୍କ କାଟାରିଆ

ରାଜସ୍ଥାନର କନିଷ୍କ କାଟାରିଆ ୨୦୧୮ ଆଇଏଏସ୍‌ ଏଗ୍‌ଜାମ୍‌ରେ ପ୍ରଥମଥରରେ ସେ କୃତକାର୍ଯ୍ୟ ହୋଇଥିଲେ। ସେ ଅଲ୍‌ ଇଣ୍ଡିଆରେ ଟପ୍ପର ହୋଇଥିଲେ। ଏହାପୂର୍ବରୁ ସେ IIT Bombayରେ ଇଂଜିନିୟରିଂ କୋର୍ସ କରିଥିଲେ। 

IAS Officers Civil Services Examination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ