Advertisment

ଦୁଇ ପିଲାଙ୍କ ସାମ୍ନାରେ ପ୍ରେମିକ ସହ ରୋମାନ୍ସ କରୁଥିଲା ମା’; କ’ଣ ହେଲା ଦେଖନ୍ତୁ…

ଦୁଇ ପିଲାଙ୍କୁ କାର୍ ବାହାରେ ଛାଡି ପ୍ରେମିକ ସହ ରୋମାନ୍ସ କରୁଥିଲା ମା’। ଏହି ଘଟଣା ଧରା ପଡିବା ପରେ ଉଭୟଙ୍କୁ ଗିରଫ କରିଛି ପୋଲିସ।

ଅଦ୍ୟତନ ହୋଇଛି
Kids stand outside car, Mother romance with boyfriend

Kids stand outside car, Mother romance with boyfriend

Advertisment

ଭାରତୀୟ ସଂସ୍କୃତିରେ ମା’ ଓ ପିଲାମାନଙ୍କ ସମ୍ପର୍କ ପ୍ରେମରେ ପରିପୂର୍ଣ୍ଣ ଏବଂ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ। ସେଥିପାଇଁ ଏହା କୁହାଯାଏ- 'ପୁତ୍ର କୁପୁତ୍ର ହୋଇପାରେ, କିନ୍ତୁ ମା’ କୁମାତା ହୋଇ ପାରେନା। ଅବଶ୍ୟ, ବିଶ୍ୱର ଅନ୍ୟ ଦେଶରେ ହୁଏତ ଏପରି ଦେଖାଯାଇ ନଥାଏ। ଯଦିଓ କୌଣସି ବ୍ୟକ୍ତିର ଚରିତ୍ର କିମ୍ବା ଦେଶର ସାମାଜିକ ଗଠନର ମୂଲ୍ୟାଙ୍କନ କରିବାର କାହାର ଅଧିକାର ନାହିଁ, କିନ୍ତୁ ଜଣେ ଆର୍ଜେଣ୍ଟିନା ମାତା ଏହା କରିବାକୁ ବାଧ୍ୟ କରିଛନ୍ତି। ମହିଳା ଜଣକ ତାଙ୍କର ୨ ନିରୀହ ପିଲାଙ୍କ ସାମ୍ନାରେ ଏପରି କାର୍ଯ୍ୟ କରିଥିଲେ ଯାହାକୁ ନେଇ ଲୋକେ ତାଙ୍କୁ ସମାଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି।

Advertisment

ରିପୋର୍ଟ ଅନୁଯାୟୀ ଆର୍ଜେଣ୍ଟିନାର ଲା ପ୍ଲାଟାରୁ ଏପରି ଏକ ଖବର ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ୨୮ ବର୍ଷ ବୟସ୍କା ମହିଳା ନିଜ ପିଲାମାନଙ୍କୁ କାର୍‌ରୁ ବାହାର କରି ନିଜ ପ୍ରେମିକ ସହିତ ରୋମାନ୍ସ କରିବାକୁ ଇଛା କରିଥିଲ। ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମା’ର ରୋମାନ୍ସ ବେଳେ ତାଙ୍କର ୨ ଓ ୫ ବର୍ଷର ଦୁଇ ପିଲା କାର୍‌ ବାହାରେ ଠିଆ ହୋଇ ଭିତରକୁ ଆସିବାକୁ ଅନୁରୋଧ କରୁଥିଲେ।

ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ପେରିୟାରା ଇରାଓଲା ପାର୍କରେ ଜଣେ ମହିଳା, ତାଙ୍କ ପ୍ରେମିକ ଓ ମହିଳାଙ୍କ ଦୁଇ ପିଲା ପହଞ୍ଚିଥିଲେ। ମହିଳାଙ୍କ ଝିଅର ବୟସ ୫ ବର୍ଷ ହୋଇଥିବାବେଳେ ପୁଅକୁ ମାତ୍ର ୨ ବର୍ଷ। ମହିଳା ଏବଂ ତାଙ୍କ ପ୍ରେମିକା ନିଜେ କାରରେ ରୋମାନ୍ସ କରିବା ପାଇଁ ଇଛା କରିଥିଲେ। ଏନେଇ ସେମାନେ ଉଭୟ ପିଲାଙ୍କୁ କାର୍‌ ବାହାରେ ଠିଆ କରେଇ ଭିତରୁ ଲକ୍ କରି ଦେଇଥିଲେ।

Advertisment

ଏହି ଭିଡିଓରେ ପିଲାମାନେ ଭିତରକୁ ଯିବାକୁ କହୁଥିବା ଶୁଣିବାକୁ ମିଳିଥିଲା। ଲଜ୍ଜାଜନକ କଥା ହେଉଛି କାର୍ ମିରରରେ ସବୁକିଛି ଦେଖାଯାଉଥିବା ବେଳେ ଝିଅର ଉଚ୍ଚତା ଅଧିକ ଥିବାରୁ ସେ ସବୁକିଛି ଦେଖିବାରେ ସକ୍ଷମ ହୋଇଥିଲା। ପୁଅଟି କିଛି କାର୍‌ର ହ୍ୟାଣ୍ଡେଲ ସହିତ ଖେଳିବାରେ ବ୍ୟସ୍ତ ଥିବା ଦେଖାଯାଏ। କିନ୍ତୁ ଏହା ମହିଳା ଏବଂ ତାଙ୍କ ପ୍ରେମିକ ପାଇଁ କୌଣସି ଫରକ ପଡୁ ନଥିଲା ଏବଂ ଦୁହେଁ ରୋମାନ୍ସରେ ବ୍ୟସ୍ତ ଥିଲେ।

ଏହି କାର୍‌ ନିକଟରେ ଯାଉଥିବା ଲୋକମାନେ ଏହି ଲଜ୍ଜାଜନକ ଦୃଶ୍ୟ ଦେଖି ତୁରନ୍ତ ପୋଲିସକୁ ଡାକିଥିଲେ। ପୋଲିସ୍‌ ସେମାନଙ୍କୁ ଗିରଫ କରିଛି। ଉଭୟ ପିଲାଙ୍କୁ ଚାଇଲ୍ଡ କେୟାର ସେଣ୍ଟର୍‌ରେ ରଖାଯାଇଛି।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ