Advertisment

ଅଦ୍ଭୁତ ଗାଁ; ଅଧିକାଂଶଙ୍କ ଗୋଟିଏ କିଡନୀ

ଆମ ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ସ୍ୱତନ୍ତ୍ରତା ହେତୁ ବହୁତ ପ୍ରସିଦ୍ଧ। ଏହି କାରଣରୁ, ‍ସେ ସବୁର ଆଲୋଚନା ଦେଶ ବିଦେଶରେ ହୋଇଥାଏ। ଦୁନିଆର ଏଭଳି ଏକ ଅନନ୍ୟ ଗାଁ ଅଛି ଯେଉଁଠାରେ ଅଧିକାଂଶ ଲୋକ କେବଳ ଗୋଟିଏ କିଡ୍‌ନୀ ସାହାଯ୍ୟରେ ଜୀବିତ ଅଛନ୍ତି। ଏହି ଗାଁର ନାମ ହେଉଛି କିଡ୍‌ନୀ ଭ୍ୟାଲି। ଅନେକ ଲୋକ ଏହାକୁ କିଡ୍‌ନୀ ଗାଁ ନାମରେ ମଧ୍ୟ ଜାଣନ୍ତି ।

Kidney Valley

Kidney Valley

Advertisment

ଆମ ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ସ୍ୱତନ୍ତ୍ରତା ହେତୁ ବହୁତ ପ୍ରସିଦ୍ଧ। ଏହି କାରଣରୁ, ‍ସେ ସବୁର ଆଲୋଚନା ଦେଶ ବିଦେଶରେ ହୋଇଥାଏ। ଦୁନିଆର ଏଭଳି ଏକ ଅନନ୍ୟ ଗାଁ ଅଛି ଯେଉଁଠାରେ ଅଧିକାଂଶ ଲୋକ କେବଳ ଗୋଟିଏ କିଡ୍‌ନୀ ସାହାଯ୍ୟରେ ଜୀବିତ ଅଛନ୍ତି। ଏହି ଗାଁର ନାମ ହେଉଛି କିଡ୍‌ନୀ ଭ୍ୟାଲି। ଅନେକ ଲୋକ ଏହାକୁ କିଡ୍‌ନୀ ଗାଁ ନାମରେ ମଧ୍ୟ ଜାଣନ୍ତି । କିନ୍ତୁ ଗାଁର ପ୍ରକୃତ ନାମ ହେଉଛି ହୋକସେ। ଏହା ନେପାଳରେ ଅବସ୍ଥିତ। ଗାଁର ଏହି ବିଚିତ୍ରତା ଯୋଗୁଁ ଏହା ଦେଶ ତଥା ବିଶ୍ୱରେ ବହୁତ ପ୍ରସିଦ୍ଧ।

Advertisment
Kidney Valleyକିଡନୀ ଭ୍ୟାଲୀ

ଏଠାରେ ଥିବା ପ୍ରାୟ ସମସ୍ତ ଲୋକ କେବଳ ଗୋଟିଏ କିଡ୍‌ନୀ ସାହାଯ୍ୟରେ ନିଜ ଜୀବନ ବିତାଉଛନ୍ତି। ଏହି କାରଣରୁ, ସେମାନେ ଅନେକ ସମୟରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ମଧ୍ୟ ହୁଅନ୍ତି। ଆପଣମାନଙ୍କ ମନରେ ନିଶ୍ଚିତ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ ଗାଁର ସମସ୍ତ ଲୋକଙ୍କର କେବଳ ଗୋଟିଏ କିଡ୍‌ନୀ କାହିଁକି ଅଛି? ତେବେ ଆସନ୍ତୁ ଜାଣିନେବା ଏ ବିଷୟରେ।

Advertisment

କିଡ୍‌ନୀ ଭ୍ୟାଲି ଭାବରେ ଜଣାଶୁଣା ହୋକସେ ଗ୍ରାମରେ ଦାରିଦ୍ର୍ୟ ବହୁତ ଅଧିକ। ଏହା ଗ୍ରାମର ଏକ ବଡ କାରଣ, ଯେଉଁ କାରଣରୁ ଏଠାକାର ଲୋକମାନେ ସେମାନଙ୍କର ଗୋଟିଏ କିଡନୀ ବିକ୍ରିକରି ରୋଜଗାର କରିବାକୁ ବାଧ୍ୟ ହେଉଛନ୍ତି।

Kidney Valleyକିଡନୀ ଭ୍ୟାଲୀ

ଏଠାକାର ଲୋକମାନେ ପ୍ରାୟତଃ ସେମାନଙ୍କର ପେଟ ପାଇଁ ସେମାନଙ୍କ ଗୋଟିଏ କିଡ୍‌ନୀକୁ ମାତ୍ର ୨୦୦୦ ଟଙ୍କାରେ ବିକ୍ରି କରିଦିଅନ୍ତି। ଅନେକ ଲୋକ କୁହନ୍ତି ଯେ ଏହି ଗ୍ରାମରେ ମାନବ ଅଙ୍ଗ ଚୋରା ଚାଲାଣ ବହୁତ ଅଧିକ। ଅଙ୍ଗ ଚୋରା ଚାଲାଣକାରୀମାନେ ଏଠାରେ ନିରୀହ ଲୋକଙ୍କୁ ଲୋଭ ଦେଖେଇ ସେମାନଙ୍କର କିଡ୍‌ନୀ ନେଇଯାଆନ୍ତି।

Advertisment

ଅନେକ କୁହନ୍ତି ଯେ ଅଙ୍ଗ ଚୋରାଚାଲାଣକାରୀମାନେ ଏଠାକାର ଲୋକଙ୍କୁ ଭୁଆଁବୁଲାଇ କୁହନ୍ତି ଯେ କିଡ୍‌ନୀ ବାହାର କରିଦେବା ପରେ ସେ ସ୍ଥାନରେ ଆଉ ଏକ ନୂଆ କିଡନୀ ଉଠିଯିବ। ଗାଁର ନିରୀହ ଲୋକମାନେ ସେମାନଙ୍କ କଥାରେ ପଡିଯାଆନ୍ତି ଏବଂ ଅଳ୍ପ ଟଙ୍କା ଲୋଭରେ ସେହି ଚୋରା ଚାଲାଣକାରୀଙ୍କୁ ସେମାନଙ୍କର ମୂଲ୍ୟବାନ ଅଂଶ ବିକି ଦିଅନ୍ତି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ