Advertisment

ନୂଆ ହାତ ପାଇ ଖୁସିରେ ଝୁମିଯାଉଛି ଛୋଟ ପିଲା

ପିଲାଟିର କଟିଯାଇଥିଲା ହାତ। ଡାକ୍ତର ଲଗେଇଦେଲେ ନୂଆ ହାତ। ନୂଆ ହାତ ଦେଖି ପିଲାଟିର ଖୁସି କହିଲେ ନ ସରେ। ଆପଣ ବି ଦେଖି ଖୁସି ହୋଇଯିବେ।

ଅଦ୍ୟତନ ହୋଇଛି
Kid gets new prosthetic hand beautiful smile

Kid gets new prosthetic hand beautiful smile

Advertisment

ଏ ଦୁନିଆରେ ସୁଖର କୌଣସି ସୀମା ନାହିଁ। ଏକ ଛୋଟ ଜିନିଷ ବି ଜଣକୁ ଅସୀମ ସୁଖ ଦେଇପାରେ। ସେହିପରି କେହି କେହି ବି ବଡ଼ ସଫଳତା ପରେ ମଧ୍ୟ ଖୁସି ହେବାକୁ ସକ୍ଷମ ହୁଅନ୍ତି ନାହିଁ। କୁହାଯାଏ ଯେ ଖୁସି ହେବା ବ୍ୟକ୍ତି ଉପରେ ନିର୍ଭର କରେ। ସବୁକିଛି ଥାଇ ବି ଲୋକେ ଦୁଃଖୀ ହୋଇପାରନ୍ତି ଏବଂ କିଛି ନଥାଇ ମଧ୍ୟ ଲୋକେ ଖୁସିରେ ରହିପାରନ୍ତି। ଆଜିକାଲି, ଜଣେ ଛୋଟ ପିଲା ଖୁବ୍ ହସୁଥିବା ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କ ଭିତରେ ମଧ୍ୟ ସକାରାତ୍ମକତା ଆଣିଦେବ। ଆପଣ ଯେକୌଣସି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ଏହି ପିଲାଟିର ହସ ଦେଖିଦେଲେ ଆପଣଙ୍କୁ ମନ ଖୁସିରେ ଭରିଯିବ।

Advertisment

ନିକଟରେ EB30X ଫିଟ୍‌ନେସ୍ ଷ୍ଟୁଡିଓ ନାମକ ଏକ ଫେସବୁକ୍ ପେଜ୍‌ରେ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓ ଦେଖିଲେ ହୁଏତ କେହି କହିପାରନ୍ତି ଯେ ଏଥିରେ କ’ଣ ବା ଏମିତି ଅଛି ଯାହା ଜଣକୁ ଭାବନାତ୍ମକ କରିଦେବ? କିନ୍ତୁ ଯେଉଁମାନଙ୍କର ଏହି ଭିଡିଓ ସହିତ କିଛି ନା କିଛି ଘଟଣା ଜଡିତ ଥିବ ସେମାନଙ୍କର ଆଖି ଆପେ ଭିଜିଯିବ। ଏହି ଭିଡିଓରେ ଏକ ଛୋଟ ପିଲା ନଜର ଆସୁଥିବା ବେଳେ ତା’ର ହାତ ନାହିଁ। ଡାକ୍ତର ଏହି ଶିଶୁକୁ ପ୍ରୋସ୍ଥେଟିକ୍ ଦ୍ୱାରା ନିର୍ମିତ ଏକ ହାତ ଲଗେଇବା ଦେଖାଯାଉଛି।

ପିଲାଟି ଏକ ହ୍ୱିଲ୍ ଚେୟାରରେ ବସିଥିବା ବେଳେ ଡାକ୍ତର ତା’ର କଟା ହାତରେ ଏକ ନକଲି ହାତ ଲଗାଉଥିବାର ଦେଖାଯାଉଛି। ଏହି ସମୟରେ, ପିଲା ଖୁସି କହିଲେ ନ ସରେ। ପିଲାଟି ଖିଲି ଖିଲି ହୋଇ ହସି ଉଠୁଛି। ଡାକ୍ତର ଯେତେବେଳେ ତା’ ଶରୀରରେ ହାତ ଲଗେଇ ଦେଇ ଦୁଇ ହାତକୁ ସାମ୍ନାରେ ରଖିଦେଲେ ସେ ଖୁସିରେ ଝୁମିଯିବା ଦେଖାଯାଏ। ପିଲାଟି ତା’ର ଅସଲି ହାତରେ ନକଲି ହାତକୁ ଛୁଇଁ ଦେଖୁଛି ଏବଂ ଏତେ ଜୋରରେ ହସିଛି ଯେ ଯିଏ ତା’ ହସକୁ ଦେଖିବ ତା’ର ସବୁ ଦୁଃଖ ପାଣି ଭଳି ବୋହିଯିବ ଆଉ ସେ ବି ଖୁସିରେ ଝୁମିଯିବ। ପିଲାଟି କ୍ୟାମେରା ଆଗକୁ ବାରମ୍ବାର ଦେଖିଛି ଆଉ ତା’ର ନୂଆ ହାତକୁ ଦେଖାଉଛି।

Advertisment

ଏହି ଭିଡିଓଟିକୁ ଏଯାଏ ୭୩ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି। ୪ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ହଜାର ହଜାର ଲୋକ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ଲୋକଙ୍କ ଭାବପ୍ରବଣ ମନ୍ତବ୍ୟ ପଢିବା ପରେ ଲାଗୁଛି ଯେ ଏହି ଭିଡିଓ ପ୍ରାୟ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି। ସମସ୍ତେ ପିଲାଟିର ନିରୋଳା ହସକୁ ଦେଖି ତାକୁ ଆଶୀର୍ବାଦ ଦେଉଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି ଯେ ‘ମୁଁ ଖୁସି ଯେ ପିଲାଟି ଏକ ନୂଆ ହାତ ପାଇଲା ଏବଂ ଆମ ପିଲାମାନଙ୍କର ଯତ୍ନ ନେଉଥିବା ଡାକ୍ତରମାନଙ୍କ ପାଇଁ ମୁଁ ଗର୍ବିତ।’

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ