Advertisment

NGTରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

ଘସିପୁରା ତହସିଲ ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳିବା ମାମଲାରେ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ

ngt

ngt

Advertisment

NGTରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ । ଘସିପୁରା ତହସିଲ ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳିବା ମାମଲାରେ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ତାଙ୍କ ସହ ଘସିପୁରା ତହସିଲଦାର ମଧ୍ୟ ଏନଜିଟିରେ ହାଜର ହୋଇଛନ୍ତି । କେନ୍ଦୁଝର ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳାଯିବା ନେଇ ସ୍ଥାନୀୟ ଗ୍ରାମବାସୀ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ।

Advertisment

ମାମଲାରେ ଠିକାଦାରଙ୍କ ଉପରେ ୭ କୋଟି ୩୦ଲକ୍ଷ ଟଙ୍କା ଜରିମାନା କରିଥିଲେ ଟ୍ରିବ୍ୟୁନାଲ । ଏପରିକି ଜରିମାନା ଅର୍ଥରେ ଅଂଚଳକୁ ପୁନଃ ସବୁଜ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଟ୍ରିବ୍ୟୁନାଲଙ୍କ ଆଦେଶ କେତେ କାର୍ଯ୍ୟକାରୀ ହୋଇଛି ସେନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଥିଲା । ଆଜି ଉଭୟ ଜିଲ୍ଲାପାଳ ଏବଂ ତହସିଲଦାର ହାଜର ହୋଇ ପକ୍ଷ ରଖିଛନ୍ତି । 

Keonjhar Collector
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ