ଅବହେଳିତ ଅବସ୍ଥାରେ କବିସୂର୍ଯ୍ୟଙ୍କ ରାଜପ୍ରସାଦ

ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣାର କବିସୂର୍ଯ୍ୟ ବଳଦେବ ରଥଙ୍କ ପୌରାଣିକ ରାଜପ୍ରସାଦ ଏବେ ଭୂତ କୋଠି ପାଲଟିଛି । କେବଳ ନାଁକୁ ମାତ୍ର ହୋଇଛି ବଳଦେବ ରଥଙ୍କ ସ୍ମୃତି ପୀଠ । ପର୍ଯ୍ୟଟକଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ ।

ଅବହେଳିତ ଅବସ୍ଥାରେ କବିସୂର୍ଯ୍ୟଙ୍କ ରାଜପ୍ରସାଦ

ଭୁବନେଶ୍ୱର: କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ । ଯାହାଙ୍କ ଲେଖାର ପ୍ରତିଟି ଶବ୍ବ ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ହେଲେ ସେ ଜନ୍ମ ହୋଇଥିବା ସ୍ଥାନ, ଗବେଷଣା ଓ କଳା ପ୍ରଦର୍ଶନ କରିଥିବା ରାଜ ପ୍ରାସାଦ ଏବେ ବି ଅବହେଳିତ ଅବସ୍ଥାରେ ରହିଛି । ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣାର ପୌରାଣିକ ରାଜପ୍ରସାଦ ଏବେ ଭୂତ କୋଠି ପାଲଟିଛି । କେବଳ ନାଁକୁ ମାତ୍ର ହୋଇଛି ବଳଦେବ ରଥଙ୍କ ସ୍ମୃତି ପୀଠ । ପର୍ଯ୍ୟଟକଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ ।

କବିସୂର୍ଯ୍ୟ ବଳଦେବ ରଥଙ୍କ ରାଜପ୍ରସାଦ ଭାଙ୍ଗିରୁଜି ଯାଇଛି, ଘରର ଛାତ ମଧ୍ୟ ଭୁସୁଡ଼ି ପଡ଼ିଛି । କେଉଁଠି ଗଛ ବି ଉଠି ଯାଇଛି । ଯାହା ଏବେ ଭୂତ କୋଠି ପାଲଟି ଯାଇଛି । ରାତି ହେଲେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳି ପାଲଟିଛି । ୧୮ ଶତାଦ୍ଦୀର ଏହି ରାଜପ୍ରାସାଦରେ ବସୁଥିଲା କବିସୂର୍ଯ୍ୟ ବଳଦେବ ରଥଙ୍କ କବିତାର ଆସର । ଯାହା ପାଇଁ ଦିନେ ପ୍ରତିଟି ଓଡିଆଙ୍କ ଛାତି ଗର୍ବରେ ଫୁଲି ଉଠୁଥିଲା, ଓଡ଼ଇା ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ ମିଳିଥିଲା, ଆଜି ସେହି ସ୍ଥାନକୁ ଉପଯୁକ୍ତ ସମ୍ମାନ ମିଳୁପାରୁନି ।

ଆଠଗଡ଼ପାଟଣା ହେଉଛି କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ । ଏଠୁ ହିଁ ଛୋଟରୁ ବଡ଼ ହୋଇ ସାହିତ୍ୟ କ୍ଷେତ୍ରରେ ଅଦମ୍ୟ ଦକ୍ଷତା ପ୍ରଦର୍ଶନ କରିଥିଲେ କବିସୂର୍ଯ୍ୟ । ନିଜ ବାକ୍ ଚାତୁରିତା, ସୃଜନସିଳତା ଲେଖା, ଗୁରୁ ଗମ୍ଭୀର କବିତା ପାଇଁ ସେ ବେଶ ଜଣାଶୁଣା । ବଳଦେବ ରଥଙ୍କ ଜନ୍ମସ୍ଥାନ ଏବେ ଅବହେଳିତା ହୋଇ ପଡ଼ିରହିଛି । ହେଲେ ଏହି ଐତିହ୍ୟ ସ୍ଥାନକୁ ଦେଖିଲେ ଲାଗୁନି ଏହାର ବିକାଶ ପାଇଁ କେହି କେବେ କୌଣସି ଆନ୍ତରିକତା ଦେଖାଇଛନ୍ତି । ନାଁକୁ ମାତ୍ର କେବଳ ଏକ ସ୍ମୃତି ପୀଠ ରହିଛି । ହେଲେ କବିସୂର୍ଯ୍ୟଙ୍କ ସାହିତ୍ୟ ସମ୍ପର୍କରେ କିଛି ବି ସୂଚନା ନାହିଁ । ସେପଟେ କବିସୂର୍ଯ୍ୟଙ୍କ ଜନ୍ମସ୍ଥାନର ଉନ୍ନତି ଓ ଏଠି ପଯର୍ୟଟନର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ କହିଛନ୍ତି ।