Advertisment

ଖବର ସଂଗ୍ରହ କରିବାକୁ ଯାଇଥିଲେ ସାମ୍ବାଦିକ, ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ମୃତ୍ୟୁ

ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀ ବିଛାଇଥିବା ଲାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ୍ୟୁ

ଅଦ୍ୟତନ ହୋଇଛି
death

death

Advertisment

ଖବର ସଂଗ୍ରହ କରିବାକୁ ଯାଇ ପ୍ରାଣ ହରାଇଲେ ସାମ୍ବାଦିକ । ମାଓବାଦୀ ଖଞ୍ଜିଥିବା ଲାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଭଳି ଆଜି ଏକ ହୃଦୟ ବିଦରକ ଘଟଣା ଆସିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ । କର୍ଲାଖୁଣ୍ଟା ବ୍ରିଜ୍ ପାଖରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ ।

Advertisment

ଏସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିଲେ ଦୈନିକ ଖବର କାଗଜ ଧରିତ୍ରୀର ସ୍ଥାନୀୟ ପ୍ରତିନିଧି ରୋହିତ ବିଶ୍ୱାଳ । ମାଓବାଦୀ ଲଗାଇଥିବା ପୋଷ୍ଟର ପାଖରେ ବିସ୍ଫୋରଣ ହୋଇଛି । ଘଟଣାସ୍ଥଳରେ ହିଁ ରୋହିତଙ୍କ ପ୍ରାଣ ଚାଲି ଯାଇଥିଲା । ଘଟଣାସ୍ଥଳରେ ସିଆରପିଏଫ୍ ଓ ପୋଲିସ୍ ପହଞ୍ଚି କରୁଛି ତଦନ୍ତ ।

ସୂଚନାଯୋଗ୍ୟ ମାଓବାଦୀ ମାନେ ଆଜି ସେହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ସେଠାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବା ଦାବି କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ଵାନ କରିଥିଲେ । ଏହି ପୋଷ୍ଟର ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି । ତେବେ ମାଓବାଦୀ ତାଙ୍କର ସ୍ଥିତି ଜାହିର ରଖିଥିବା ଏଥିରୁ ସ୍ପଷ୍ଟ ଜଣାଯାଇଛି ।

Advertisment
Journalist Dies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ