Advertisment

ଜନ୍ ଆବ୍ରାହମଙ୍କ ମନ୍ତବ୍ୟ ଲୋକଙ୍କୁ କଲା ଅସନ୍ତୋଷ

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ହୃଦୟ ସ୍ପନ୍ଦନ ବଢିବା ପଛର କାରଣକୁ ନେଇ କ’ଣ କହୁଛନ୍ତି ଜନ୍‌ ଆବ୍ରାହମ୍। ଏହାକୁ ନେଇ ସେ ଯାହା କହିଛନ୍ତି ଲୋକେ ଅସନ୍ତୋଷ ଥିବା ଦେଖାଯାଇଛି।

ଅଦ୍ୟତନ ହୋଇଛି
John Abraham’s bizarre explanation on heart attack

John Abraham’s bizarre explanation on heart attack

Advertisment

ଜନ୍ ଆବ୍ରାହମଙ୍କ ନାମ ବଲିଉଡ୍‌ର ସବୁଠାରୁ ଫିଟ୍ ତାରକାଙ୍କ ତାଲିକାରେ ଆସେ। ତାଙ୍କର ଜବରଦସ୍ତ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଲୋକମାନେ ତାଙ୍କ ଫିଟ୍‌ନେସ୍‌ରୁ ପ୍ରେରଣା ପାଆନ୍ତି ଏବଂ ଯୁବକମାନେ ତାଙ୍କୁ ସେମାନଙ୍କର ଆଦର୍ଶ ବୋଲି ମଧ୍ୟ ମାନନ୍ତି। ଅନେକ ପ୍ରଶଂସକ ମଧ୍ୟ ତାଙ୍କୁ ଅନୁସରଣ କରିବାକୁ ଚେଷ୍ଟା କରନ୍ତି। ଏପରି ପରିସ୍ଥିତିରେ, ଏହି ତାରକା ଏମିତି ଏକ କଥା କହିଛନ୍ତି ଯାହାକୁ କେହି ପସନ୍ଦ କରୁ ନ ଥିବା ବେଳେ ସେମାନଙ୍କୁ ଏହା ମଧ୍ୟ ଠିକ୍ ଲାଗୁ ନଥିବା ଦେଖାଯାଏ। ସମସ୍ତେ ଏହାର ମଜା ଉଡାଉଥିବା ନଜର ଆସେ।

Advertisment

ନିକଟରେ ଜନ୍ ଆବ୍ରାହମଙ୍କର ଏକ ଭିଡିଓ ଇଣ୍ଟର୍‌ନେଟ୍‌ରେ ଦେଖାଯାଉଛି ଏବଂ ଏହା ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିନେତା ହୃଦୟର ସ୍ପନ୍ଦନର କାରଣ କଥା ବୁଝାଉଥିବା ଦେଖାଯାଆନ୍ତି। ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହେଉଥିବା ଦେଖିବାକୁ ମିଳେ।

ଭାଇରାଲ୍‌ ହେଉଥିବା ଏହି ଭିଡିଓଟି ଦି କପିଲ ଶର୍ମା ଶୋ’ର ସେଟ୍‌ରୁ ଆସିଛି, ଯେଉଁଠାରେ ଜନ୍ ଏବଂ ଦିବ୍ୟା ଖୋସଲା କୁମାର ସେମାନଙ୍କ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ ୨’ ର ପ୍ରମୋସନ୍ ପାଇଁ ଆସିଥିଲେ। ଭାଇରାଲ୍ ହେଉଥିବା ଭିଡିଓରେ, ଆପଣ ଜନ୍‌ ଆବ୍ରାହମ୍‌ଙ୍କୁ ହୃଦସ୍ପନ୍ଦନର କାରଣ କହୁଥିବା ଦେଖିପାରିବେ। ଏନେଇ ଚାପଯୁକ୍ତ ଜୀବନ ଓ ବିଶୃଙ୍ଖଳିତ ଖାଦ୍ୟ ଯେ କେତେ ବିପଜ୍ଜନକ ସେ ବିଷୟରେ ସେ କହିଛନ୍ତି।

Advertisment

ଭିଡିଓରେ ଆପଣ ଦେଖିପାରିବେ ଯେ ଅଭିନେତା ଟ୍ରାଇଗ୍ଲାଇସରାଇଡ୍ସକୁ ପାଣିଫୋଟକା ସହିତ ତୁଳନା କରିଛନ୍ତି। ଏହି ଭିଡିଓଟି ୟୁଜର୍ ପ୍ରେରଣା ଛେତ୍ରୀଙ୍କ ଦ୍ୱାରା ଟ୍ୱିଟରରେ ପୋଷ୍ଟ କରାଯାଇଛି। କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ " ଖାସ୍ ଆମ ଡାକ୍ତରୀ ଛାତ୍ରମାନଙ୍କ ପାଖରେ ଏତିକି ଆତ୍ମବିଶ୍ୱାସ ଥାଆନ୍ତା କି !!! ପ୍ରତ୍ୟେକ ସ୍ତରରେ ଭିତିହୀନ !!!"

Advertisment

ପୋଷ୍ଟ୍‌ ହେବା ପରଠାରୁ ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୮୫ ହଜାରରୁ ଅଧିକ ଥର ଦେଖାଯାଇଛି। ଜନ୍‌ଙ୍କ ଏହି ବାର୍ତ୍ତାଳାପରେ ଲୋକମାନେ ଆଡୌ ସନ୍ତୁଷ୍ଟ ନ ଥିବା ବେଳେ ସେମାନେ କମେଣ୍ଟ ବକ୍ସରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି, “ସମସ୍ତେ ତାଙ୍କ କଥାକୁ ଏପରି ଭାବେ ଶୁଣୁଛନ୍ତି ସତେ ଯେପରି ସେ ଜଣେ ବିଶ୍ୱ ପ୍ରସିଦ୍ଧ ଡାକ୍ତର।” ଅନ୍ୟ ଜଣେ ଲେଖିଛନ୍ତି, “ଟ୍ରାଇଗ୍ଲାଇସରାଇଡ୍ସକୁ ଛାଡିଦିଅ। ଏହି କଥା ମୋର ହୃଦ୍‌ସ୍ପନ୍ଦନକୁ ବଢେଇ ଦେବ।”

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ