Advertisment

ସଫେଇ କାମ କରି ପାଆନ୍ତୁ ମାସିକ ୮ ଲକ୍ଷ ଟଙ୍କା !

ଭଲ ରୋଜଗାର କରିବାକୁ ଚାହୁଁଛନ୍ତି କି ? ସଫେଇ କାମ କରି ପାଆନ୍ତୁ ମାସିକ ୮ ଲକ୍ଷ ଟଙ୍କା....

ଅଦ୍ୟତନ ହୋଇଛି
jobs for cleaners very high  salary cleaning job one crore rupees per year package

jobs for cleaners very high salary cleaning job one crore rupees per year package

Advertisment

ସଫେଇ କର୍ମଚାରୀଙ୍କ ପାଇଁ ଖୁସି ଖବର । ସଫେଇ କାମ କରି ପାଆନ୍ତୁ ମାସିକ ୮ ଲକ୍ଷ ଟଙ୍କା । ଏହି ଘୋଷଣା ପରେ ଏବେ ସଫେଇ କାମ କରିବାକୁ ଲୋକଙ୍କ ଲମ୍ୱା ଲାଇନ୍ ଦେଖିବାକୁ ମିଳିଛି । ସଫେଇ କର୍ମଚାରୀଙ୍କ ଅଭାବ ପଡ଼ିବାରୁ ସେମାନଙ୍କ ଦରମା ଆକାଶଛୁଆଁ ହୋଇଥିବା ଜଣାପଡିଛି । ଏମିତି କି ଏହି ସମସ୍ୟାର ସମାଧାନ ପାଇଁ କିଛି କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ଘଣ୍ଟା ହିସାବରେ ବୃଦ୍ଧି ମଧ୍ୟ କରିଛନ୍ତି । 

Advertisment

ସଫେଇ କର୍ମଚାରୀଙ୍କ ଘୋର ଅଭାବ ଦେଖାଯିବାରୁ ଅଷ୍ଟ୍ରେଲିଆରେ ଏହିପରି ନିୟମ ଲାଗୁ କରାଯାଇଛି । ତେବେ ଏହି ନୂଆ ନିୟମ ଅନୁଯାୟୀ, ବିନା ଅଭିଜ୍ଞତାରେ କାମ ଆରମ୍ଭ କରିବା କର୍ମଚାରୀଙ୍କୁ ଦିନକୁ ୮ ଘଣ୍ଟା ତଥା ସପ୍ତାହକୁ ୫ ଦିନ କାମ କଲେ ସେମାନଙ୍କୁ ବର୍ଷକୁ ୭୧ ଲକ୍ଷ ଟଙ୍କା ଦରମା ଦିଆଯିବ । ସେହିପରି କର୍ମଚାରୀ ନିଜ ଅଭିଜ୍ଞତାକୁ ବଢ଼ାଇଲେ ନିଜ ଦରମାକୁ ବି ବଢ଼ାଇପାରିବେ । ଏହିପରି ଭାବେ ସଫେଇ କର୍ମୀଙ୍କ ଦରମା ବର୍ଷକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । 

ନ୍ୟୁଜ୍ ଏଜେନ୍ସି ଡେଲିଟେଲିଗ୍ରାଫ୍‌’ର ଏକ ରିପୋର୍ଟ ଅନୁଯାୟୀ, ସିଡ୍‌ନିର ଏକ ସଫେଇ କମ୍ପାନି ‘ଆବ୍‌ସଲ୍ୟୁଟ୍‌ ଡୋମେଷ୍ଟିକ୍‌’ର ନିର୍ଦ୍ଦେଶକ ଜୋଏ ବେସ୍‌ କହିଛନ୍ତି ଯେ, ‘କର୍ମଚାରୀ ମିଳୁ ନଥିବାରୁ ସେମାନେ ବାଧ୍ୟ ହୋଇ ସଫେଇ କର୍ମୀମାନଙ୍କ ଦରମା ବଢ଼ାଇଛନ୍ତି । ଫଳରେ ସେମାନଙ୍କ ଦରମା ବୃଦ୍ଧି କରାଯାଇ ଘଣ୍ଟାକୁ ୩୬୦୦ ଟଙ୍କା କରି ଦିଆଯାଇଛି।’
ଜୋଏ ବେସ୍‌ ଆହୁରି ମଧ୍ୟ କହିଛନ୍ତି ଯେ, '୨୦୨୧ ମଧ୍ୟଭାଗରୁ ବହୁ କଷ୍ଟରେ ସଫେଇ କର୍ମଚାରୀ ମିଳୁଛନ୍ତି। ଗତ ୯ ମାସ ପୂର୍ବରୁ ସଫେଇ କର୍ମୀଙ୍କୁ ଘଣ୍ଟା ପ୍ରତି ୨୭୦୦ ଟଙ୍କା ଦିଆ ଯାଉଥିଲା। ହେଲେ ବିଗତ ୩ ସପ୍ତାହ ହେଲାଣି ସେମାନଙ୍କ ଦରମା ୩୬୦୦ ଟଙ୍କା କରି ଦିଆଯାଇଛି। ତେବେ ଦରମା ବଢ଼ାଇବା ପରେ ବି ସଫେଇ କର୍ମଚାରୀ ମିଳିବା ମୁସ୍‌କିଲ୍‌ ହୋଇପଡିଛି। '

Advertisment
Job For Cleaners
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ