Advertisment

ସିକ୍ୟୁରିଟି ଗାର୍ଡଙ୍କ ‘ଜୁଲି-ଜୁଲି’ ଗୀତରେ ଡ୍ୟାନ୍ସ ଦେଖି ଆପଣ ବି କହିବେ ସାବାସ!

ସେ ଜଣେ ଡ୍ୟାନ୍ସର ନୁହଁନ୍ତି। କାମ ତାଙ୍କର ସୁରକ୍ଷାଦେବା। ଅର୍ଥାତ ସେ ଜଣେ ସିକ୍ୟୁରିଟି ଗାର୍ଡ। ସେ କେଉଁଠୁ ଶିଖି ନାହାନ୍ତି ନାଚ। କିନ୍ତୁ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଅଦ୍ୟତନ ହୋଇଛି
JNU security guard dance with Julie Julie song

JNU security guard dance with Julie Julie song

Advertisment

ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଡ୍ୟାନ୍ସ ଭିଡିଓଗୁଡ଼ିକ ଅନେକ ସମୟରେ ଭାଇରାଲ୍‌ ହୋଇଥାଏ। ଏସବୁକୁ ଲୋକେ ପସନ୍ଦ କରୁଥିବା ବେଳେ ଏହାକୁ ଶେୟାର କରନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ କରନ୍ତି। ଅନେକ ଲୋକ ଏହାକୁ ସେଭକରି ମଧ୍ୟ ରଖନ୍ତି ପରବର୍ତ୍ତୀ ସମୟରେ ଦେଖିବା ନେଇ। କାରଣ ଏସବୁ ଭିଡିଓ ସେମାନଙ୍କୁ ମଜ୍ଜା ଦେଉଥିବା ବେଳେ ସେମାନଙ୍କ ଅବସାଦ ମଧ୍ୟ ଦୂର କରିଥାଏ।

Advertisment

ବର୍ତ୍ତମାନ ଜବାହରଲାଲ ବିଶ୍ୱବିଦ୍ୟାଳୟ(JNU)ର ଜଣେ ସୁରକ୍ଷାକର୍ମୀଙ୍କ ଏକ ଡ୍ୟାନ୍ସ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି। ଏଥିରେ ସେ ବଲିଉଡ୍‌ ଗୀତ 'ଜୁଲି-ଜୁଲି, ଜାନି କା ଦିଲ୍‌ ତୁମ୍‌ ପେ ଆୟା ଜୁଲି'ରେ ନାଚୁଥିବାର ନଜର ଆସିଛନ୍ତି।

ଏହି ଭିଡିଓଟି ଡିସେମ୍ବର ୭ରେ ଟ୍ୱିଟର ହ୍ୟାଣ୍ଡେଲରେ 'JNU ରାଉଣ୍ଡ ଟେବୁଲ' ନାମକ ଏକ ପେଜ୍ ଦ୍ୱାରା ଶେୟାର କରାଯାଇଥିଲା, ଯାହାକୁ ଏପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ଥର ଦେଖାଯାଇଛି ଏବଂ ଭିଡିଓଟି ଏପର୍ଯ୍ୟନ୍ତ ୧୪୦୦ରୁ ଅଧିକ ଲାଇକ୍ ପାଇଛି। ଭିଡିଓ ସହିତ ଥିବା କ୍ୟାପ୍‌ସନ୍‌ରେ ଲେଖା ଅଛି ଯେ ଜଣେ କଳାକାରଙ୍କ କଳା କଦାପି ମରେ ନାହିଁ। JNU ସିକ୍ୟୁରିଟି ଗାର୍ଡଙ୍କର ଡ୍ୟାନ୍ସ।

Advertisment

ଏହି ୧.୫୦ ମିନିଟ୍‌ର ଭିଡିଓ JNU ଡ୍ୟାନ୍ସ କ୍ଲବ୍‌ରେ ରେକର୍ଡ କରାଯାଇଛି। ଏହି ଭିଡିଓଟି ଜୁଲି-ଜୁଲି ଗୀତର ଧୂନ୍‌ରେ ୟୁନିଫର୍ମ ପିନ୍ଧିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ନୃତ୍ୟରୁ ଆରମ୍ଭ ହୋଇଛି। ଗୀତଟି ଆଗକୁ ବଢୁଥିବା ବେଳେ ସିକ୍ୟୁରିଟି ଗାର୍ଡଙ୍କ ଡ୍ୟାନ୍ସ ଷ୍ଟେପ୍ ମଧ୍ୟ ଜବରଦସ୍ତ ହେବାରେ ଲାଗିଛି। ଡ୍ୟାନ୍ସ ବେଳେ ସେ ତାଙ୍କ ହାତ ଏବଂ ଗୋଡକୁ ଏଭଳି ସୁନ୍ଦର ଭାବେ ବ୍ୟବହାର କରୁଛନ୍ତି ଯେ ଆଖପାଖରେ ଥିବା ଲୋକମାନେ ମଧ୍ୟ ତାଙ୍କ ସହ ନାଚିବାକୁ ବାଧ୍ୟ ହେଉଛନ୍ତି।

Advertisment

ଏହି ଭିଡିଓକୁ ଦେଖି ଜଣେ ଉପଭୋକ୍ତା କମେଣ୍ଟରେ ‘ଆମେଜିଙ୍ଗ୍’ ବୋଲି ଲେଖିଥିବା ବେଳେ ଅନ୍ୟଜଣେ ‘ବିଶ୍ୱାସ ହେଉ ନାହିଁ’ ବୋଲି ସେ କମେଣ୍ଟ ଦେଇ କହିଛନ୍ତି। ସେହିପରି ଆଉ ଜଣେ ଉପଭୋକ୍ତା କମେଣ୍ଟ ଦେଇ କହିଛନ୍ତି “ଆମେଜିଙ୍ଗ୍, ଏହି ବ୍ୟକ୍ତି ତ ଡ୍ୟାନ୍ସ ଫ୍ଲୋର୍‌ରେ ନିଆଁ ଲଗେଇଦେଲେ।” ଅନ୍ୟଜଣେ ଉପଭୋକ୍ତା ମଧ୍ୟ ତାଙ୍କୁ ମିଥୁନ୍ ଦା’ଙ୍କ ସହିତ ତୁଳନା କରିଛନ୍ତି।

ପ୍ରକାଶଥାଉ ଯେ ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଜିତେ ହେଁ ଶାନ୍ ସେ'ର' ଜୁଲି-ଜୁଲି' ଗୀତକୁ ଅନୁ ମଲିକ୍ ଏବଂ କବିତା କୃଷ୍ଣମୂର୍ତ୍ତି ଗାଇଥିଲେ। ଏହି ଚଳଚ୍ଚିତ୍ରରେ ମିଥୁନ ଚକ୍ରବର୍ତ୍ତୀ, ସଂଜୟ ଦତ୍ତ ଓ ଗୋବିନ୍ଦାଙ୍କ ସମେତ ଅନେକ ଆଗଧାଡିର କଳାକାର ଅଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ