Advertisment

ଗରିବ, ଖଟିଖିଆଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି

ଗରିବ ଖଟିଖିଆ ଲୋକଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।

Jeypore Police Station In Charge Allegedly Threatens To Poor People

Jeypore Police Station In Charge Allegedly Threatens To Poor People

Advertisment

ଗରିବ ଖଟିଖିଆ ଲୋକଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି। ୪ ଦିନ ଧରି ପୋଲିସ୍‌ ଆସି ଲୋକଙ୍କୁ ଧମକାଉଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ଜୟପୁର ସଦର ଅଞ୍ଚଳରେ ଏହି ଘଟଣା ଘଟିଛି। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଜୟପୁର ସହରର ପୁରୁଣାଗଡ଼ ଅଞ୍ଚଳର ଏକ ସରକାରୀ ଜାଗାରେ କୁଡ଼ିଆ ଘରେ ଦୀର୍ଘ ବର୍ଷ ହେଲା ୭ ପରିବାର ରହି ଆସୁଛନ୍ତି। ତେବେ ଗତ ୪ ଦିନ ଧରି ଟାଉନଥାନା ପୋଲିସ ସେମାନଙ୍କୁ ଜାଗା ଛାଡିବାକୁ ଧମକଚମକ ଦେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଭାଇରାଲ୍‌ ଭିଡିଓରେ ଲୋକଙ୍କ ସହ ପୋଲିସ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଯଦି ସରକାରୀ ଜାଗାରେ କେହି ଜୋରଜବରଦସ୍ତ ଘର କରି ରହିଛନ୍ତି, ତା’ହେଲେ ତହସିଲ ପକ୍ଷରୁ ନୋଟିସ୍ କରି ସେମାନଙ୍କୁ ହଟାଇବା କଥା।  ହେଲେ ପୋଲିସକୁ ଏ ଅଧିକାର କିଏ ଦେଲା ?

Advertisment

ବିନା ନୋଟିସ୍‌ରେ ଲୋକଙ୍କୁ ଧମକଚମକ ଦେବା ସହ ଜାଗା ଛାଡିବାକୁ କିଏ କହିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Police Threatening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ