Advertisment

ଭାଇରାଲ୍ ହେଉଥିବା ଏହି ଭିଡିଓ ଆପଣଙ୍କୁ ବି ଦ୍ୱନ୍ଦ୍ୱରେ ପକେଇବ

ସୋସିଆଲ୍ ମିଡିଆରେ ଏମିତି ଏକ ପଶୁର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଯେକେହି ବି ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହା କୁକୁର ନା ବିଲେଇ ଜାଣିବା କଷ୍ଟ ହେଉଛି।

ଅଦ୍ୟତନ ହୋଇଛି
Is this a cat or a dog did you recognize

Is this a cat or a dog did you recognize

Advertisment

ବିଭିନ୍ନ ପ୍ରକାରର ପଶୁମାନଙ୍କର ଭିଡିଓରେ ସୋସିଆଲ ମିଡିଆରେ ଭାଇରାଲ୍ ହେବା ଦେଖାଯାଏ। କେତେବେଳେ ଘୋଡା, କେତେବେଳେ ହାତୀ, କେବେ ସିଂହ ତ କେବେ ବାଘ ଇତ୍ୟାଦିଙ୍କ ଭିଡିଓ ଏଥିରେ ସାମିଲ ଥାଏ। କିନ୍ତୁ ପ୍ରାୟ କୁକୁର ଓ ବିଲେଇଙ୍କୁ ନେଇ ଅନେକ ଏଥିରେ ଦେଖାଯାଏ।

Advertisment

ଯେହେତୁ ଏହି ପଶୁ  ଗୃହପାଳିତ ପଶୁ ସେମାନଙ୍କୁ ଅନେକ ସ୍ନେହରେ ଘରେ ରଖନ୍ତି। ଯେଉଁମାନେ ସେମାନଙ୍କର ଯତ୍ନ ନିଅନ୍ତି ସେମାନେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରେ ସେମାନଙ୍କୁ ନେଇ କିଛି ଭିଡିଓ ବା ଫଟୋ ଶେୟାର କରନ୍ତି। ଏଥି ମଧ୍ୟରୁ ଅନେକ ଭିଡିଓ ଏତେ ମଜାଳିଆ ହୋଇଥାଏ ଯେ ଯିଏ ଦେଖନ୍ତି ସିଏ ହସନ୍ତି। ସେହିପରି ଅନେକ ଭିଡିଓ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡିଓଟିରେ ଦେଖାଯାଉଥିବା ପଶୁଟି କୁକୁର ହୋଇଥିବା ବେଳେ ତାହା କିନ୍ତୁ ବିଲେଇ ପରି ଦେଖାଯାଉଛି। ଏହା ଉଚ୍ଚତା ମଧ୍ୟ କୁକୁର ପରି ନୁହେଁ ଏବଂ ମୁହଁ ଦେଖିବାକୁ ଠିକ ବିଲେଇ ପରି। ତେଣୁ ଲୋକମାନେ ଏହି ଭିଡିଓ ଦେଖି ଏହା ବିଲେଇ କି କୁକୁର ଚିହ୍ନି ପାରୁ ନାହାନ୍ତି। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଏହି ହାଲୁକା ଲାଲ ରଙ୍ଗର କୁକୁରଟି ବିଲେଇ ପରି ଦେଖାଯାଉଥିବା ବେଳେ ଯାହା ଦେଖିବା ପରେ ଆପଣ ବି ଦ୍ୱନ୍ଦ୍ୱରେ ପଡ଼ିଯିବେ

Advertisment

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଥିବା ବେଳେ ଏହି ମଜାଳିଆ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ୱିଟରରେ @buitengebieden_ ନାମରେ ସେୟାର କରାଯାଇଛି। ଏହାର କ୍ୟାପ୍‌ସନ୍‌ରେ ଲେଖା ଅଛି ଯେ 'ବିଲେଇ ନା କୁକୁର?'

Advertisment

ଏହି ମଜାଳିଆ ଭିଡିଓକୁ ନେଇ ଖବର ହେବା ପର୍ଯ୍ୟନ୍ତ ଏହାକୁ ୨ ଲକ୍ଷ ୧୮ ହଜାରରୁ ଅଧିକ ଭ୍ୟୁ ମିଳିସାରିଥିବା ବେଳେ ୭ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଏହା ସହିତ ଅନେକ ଲୋକ ମଧ୍ୟ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ 'ମୁଁ ମୋର ମନକୁ ପରିବର୍ତ୍ତନ କରୁଛି। ବିଲେଇ? '। ସେହିପରି ଆଉ ଜଣେ ଏହା କୁକୁର ବୋଲି କହିଛନ୍ତି। ଆହୁରି ଅନେକ ଲୋକ ଏହି ଭିଡିଓ ଦେଖିବା ପରେ କେହି କେହି କୁକୁର କହୁଥିବା ବେଳେ ଅନ୍ୟ କେହି ବିଲେଇ ମଧ୍ୟ କହୁଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ