Puri Police
ପୁରୀ ଜିଲ୍ଲାରେ ପୋଲିସ ଅଧିକାରୀମାନେ ନିଶା ବେପାରୀଙ୍କଠାରୁ ମାସିକିଆ ବଟି ନେଉଥିବାର ଶୁଣିବାକୁ ମିଳିଛି । ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି ବୋଲି ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ଅବକାରୀ ବିଭାଗର ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଅବକାରୀ କମିଶନରଙ୍କୁ ଚିଠି ଲେଖିଛନ୍ତି ।
ସଞ୍ଜୟଙ୍କ ଏ ଚିଠି ପରେ ଅବକାରୀ ବିଭାଗ ଓ ଓଡ଼ିଶା ପୁଲିସରେ ହଟଚମଟ ସୃଷ୍ଟି କରିଛି । ତେବେ ଏ ଚିଠି ନେଇ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ମୁହଁ ଖୋଲିନାହାନ୍ତି । କେବଳ ଅବକାରୀ କମିଶନ ନୁହଁ, ସେ ପୁରୀ ଜିଲ୍ଲାପାଳ, ଏସ୍ପି ଓ ଅବକାରୀ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ।
ଗଲା ଏକ ବର୍ଷ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା ବେପାରୀଙ୍କୁ ଗିରଫ କରୁଛନ୍ତି, ସେମାନେ ପୋଲିସକୁ ମାସିକିଆ ବଟି ଦେଉଥିବା କହୁଛନ୍ତି ବୋଲି ସଞ୍ଜୟ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଯାହା ଫଳରେ ନିଶା ବେପାରୀମାନେ ଅବକାରୀ ବିଭାଗ ଅଫିସର ଓ କର୍ମଚାରକୀଙ୍କୁ କାତିର କରୁନାହାନ୍ତି ବୋଲି ସଞ୍ଜୟ ଚିଠିରେ ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654501096.jpg)