Advertisment

ପ୍ରକୃତ କୋକୋ କେଉଁଠି? ଏ ଶୁଆ ଦେଖେଇ କାହିଁକି ଲୋକଙ୍କୁ ଭୂଆଁ ବୁଲାଉଛି ବନ ବିଭାଗ?

ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛି ସିଏ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ? ଏହା ପଛରେ କଣ ରହିଛି କାରଣ?

ଅଦ୍ୟତନ ହୋଇଛି
Coco

Coco

Advertisment

କୋକୋ...ଏହି ନା ଶୁଣିଲେ ଆପଣ ସମସ୍ତେ ଜାଣିଯିବେ କି ଆମେ ସେହି ନିଖୋଜ ଶୁଆ, ଯିଏ କି କିଛି ଦିନ କଳେ କଟକ ତୁଳସୀପୁର ଅଂଚଳରୁ ନିଖୋଜ ହୋଇଯାଇଥିଲା ତାହାରି କଥା କହୁଛୁ। ଆଜ୍ଞା ହଁ, ଆମେ ସେହି କୋକୋର କଥା ହିଁ କହୁଛୁ....ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛି କୋକୋ। କାରଣ ଜାନୁଆରୀ ୫ ତାରିଖରୁ କୋକୋ ହଠାତ୍‌ ନିଖୋଜ ହୋଇଯାଇଥିଲା। ତାକୁ ଖୋଜାଖୋଜି କରିବା ପରେ ବି ସେ ମିଳିନଥିଲା। କୋକୋ ପ୍ରେମରେ ବାନ୍ଧି ହୋଇଥିବା ମାଲିକାଣୀ ସସ୍ମିତା ବି କୋକୋ ପାଇଁ ପାଗଳ ପ୍ରାୟ ହୋଇଯାଇଥିଲେ। ଶେଷରେ କୋକୋକୁ ଖୋଜିବା ଲାଗି ପେପର୍‌ଠୁ ଆରମ୍ଭ କରି ଡିଜିଟାଲ ପ୍ଲାର୍ଟଫର୍ମ ପର୍ଯ୍ୟନ୍ତ ସବୁ ଆଡ଼େ ବିଜ୍ଞାପନ ଦିଆଯାଇଥିଲା ଆଉ ୫ ହଜାର ପୁରସ୍କାର ବି ଘୋଷଣା ହୋଇ ଥିଲା। କିନ୍ତୁ ଏବେ ପୁଣି ଥରେ କାହିଁକି କୋକୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ଆସନ୍ତୁ ଜାଣିବା....

Advertisment

୧୮ ଜାନୁଆରୀ, ମଙ୍ଗଳବାର। ସମୟ ପାଖାପାଖି ୧୧ ଟା ହେବ। କୋକୋ ମିଳିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଭୁବନେଶ୍ୱରର କେଶୁରା ନିକଟସ୍ଥ କୁଆଖାଇ ନଦୀକୂଳରୁ କୋକୋ ମିଳିଥିବା ନେଇ ସସ୍ମିତା କହିଥିଲେ...ଆଉ ଏହାପରେ ସ୍ଥିତି ଆହୁରି ରୋଚକ ହୋଇଥିଲା। ସସ୍ମିତା ବନ୍ୟପ୍ରାଣୀ ନିୟମ ଉଲଘଂନ କରିଥିବା ନେଇ ଅଭିଯୋଗ ହେବା ପରେ ତାଙ୍କ ଘରେ ଚଢାଉ ହେଲା, ଆଉ କୋକୋକୁ ବନବିଭାଗ ନେବ ବୋଲି ନିଷ୍ପତ୍ତି ହେଲା। ପ୍ରଥମେ ଏହାକୁ ସହଜରେ ଗ୍ରହଣ କରିନଥିଲେ ସସ୍ମିତା କିନ୍ତୁ ପରେ ବନବିଭାଗର କର୍ମଚାରୀମାନେ ବୁଝାସୁଝା କରିବା ପରେ ସେ ରାଜି ହୋଇଥିଲେ ଆଉ ଏହି ପିଂଜରାରେ କୋକୋକୁ ନେଇ ଯାଇଥିଲା ବନବିଭାଗ।

ତେବେ ସେବେ ଯେଉଁ କୋକୋ ଗୋଡ଼ରେ ବସିଥିଲା, ଅଙ୍ଗୁର ଖାଉଥିଲା ସେ ବର୍ତ୍ତମାନ ଜଙ୍ଗଲରେ ଛଡାଯାଇଥିବା କୋକୋ ନୁହେଁ ବୋଲି ସନ୍ଦେହ ବଢିଲାଣି ? କାରଣ ସେହି ଶୁଆଟି ଯେମିତି ଥିଲା ଏହି ଶୁଆ ସେମିତି ଦେଖାଯାଉନି। ଯଦି କୋକୋକୁ ବନବିଭାଗ ସାଙ୍ଗରେ ନେଇଯାଇଛି ତେବେ ପୂର୍ବରୁ ପେପରଠୁ ଆରମ୍ଭ କରି ଡିଜିଟାଲରେ ଦିଆଯାଇଥିବା ବିଜ୍ଞାପନରେ ଯେଉଁ କୋକୋର ଫଟୋ ଦିଆଯାଇଥିଲା ତାହାଲେ ତାହା କେଉଁ ଶୁଆର ଫଟୋ ଥିଲା?  ପେପରଠୁ ଆରମ୍ଭ କରି ସସ୍ମିତାଙ୍କ ପକ୍ଷରୁ ଦିଆଯାଇଥିବା କୋକୋର ଭିଡ଼ିଓ ଓ ବନବିଭାଗ କୋକୋ କହୁଥିବା ଏହି ଶୁଆର ଭିଡ଼ିଓକୁ ଯଦି ଆପଣମାନେ ଭଲରେ ଦେଖିବେ ତେବେ ଜାଣିପାରିବେ କି ବନବିଭାଗ ଉଦ୍ଧାର କରିଥିବା ଶୁଆ କୋକୋ ନୁହେଁ। ଯଦି ବନବିଭାଗର କଥା ଠିକ୍‌ ତେବେ ଏହି ଶୁଆ କାହାର? ଯଦି ବନବିଭାଗ ଧରିଥିବା ଶୁଆ କୋକୋ ନୁହେଁ ତେବେ ପ୍ରକୃତରେ କୋକୋ ବର୍ତ୍ତମାନ କେଉଁଠି ଅଛି? କାହା ପାଖରେ ଅଛି? କୋକୋକୁ ନେଇ କାହିଁକି ଲୋକଙ୍କ ଭୂଆଁ ବୁଲାଗଲା ଓ ଏଥିପାଇଁ ଦାୟୀ କିଏ ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି...ଏହି ଦ୍ୱନ୍ଦ୍ୱକୁ ନେଇ ମୁହଁ ଖୋଲିଛନ୍ତି ସ୍ନେକ ହେଲପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। ସେ କହିଛନ୍ତି ବନବିଭାଗ ଯେଉଁ କୋକୋକୁ ଦେଖାଇଛନ୍ତି ତାହା କୋକୋ ନୁହେଁ। ପ୍ରକୃତ କୋକୋ କେଉଁଠି ଅଛି  ତାହା ଆମେ ସମସ୍ତେ ଜାଣିବା ଦରକାର।

Advertisment
Parrot Coco
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ