ଦୃଢ଼ ମନୋବଳ ଆଗରେ ହାର ମାନିଛି ପ୍ରତିକୂଳ ପରିସ୍ଥିତି : ବୁଲି ବୁଲି ପାଉଁରୁଟି ବିକୁଛନ୍ତି ଦିବ୍ୟାଙ୍ଗ ବାବୁଲା

ସରକାରୀ ଯୋଜନା ବାବୁଲାଙ୍କ ପାଇଁ ସାତ ସପନ ।

‘ମୋର ସିନା ଆଖି ନାହିଁ, ପ୍ରଶାସନର କ’ଣ ଆଖି ନାହିଁ ? ’

ଜନ୍ମରୁ ଦୃଷ୍ଟି ଶକ୍ତି ହରାଇ ଥିଲେ ବି ଦୃଢ଼ ମନୋବଳ ଆଗରେ ପ୍ରତିକୂଳ ପରିସ୍ଥିତି ହାର ମାନିଛି । ଶତପ୍ରତିଶତ ଦୃଷ୍ଟିହୀନ ହୋଇ ବି ବାବୁଲା ଗାଁ ଗାଁ ବୁଲି ପାଉଁରୁଟି ବିକି ୭ ପ୍ରାଣୀ କୁଟୁମ୍ବକୁ ପୋଷୁଛନ୍ତି  । ମୁଣ୍ଣ ଗୁଂଜିବା ପାଇଁ ନିଜର ବୋଲି ଘର ଖଣ୍ଡେ ନାହିଁ। ଭଡା ଘରେ ଦିନ କଟୁଛିି । ଲୋନଟିଏ ପାଇଲେ ଘରେ ରହି ଦୋକାନ କରି ପରିବାର ପ୍ରତିପୋଷଣ କରିବେ ବୋଲି ଆଶା ରଖିଛନ୍ତି । ହେଲେ ସରକାରଙ୍କ ମାଳ ମାଳ ଯୋଜନା ବାବୁଲାଙ୍କ ପାଇଁ ଯେମିତି ସାତ ସପନ । ପରିସ୍ଥିତିର ଚାପରେ ବାବୁଲା ଆଉଟୁପାଉଟୁ ହେଉଥିବା ବେଳେ ତାଙ୍କ ପାଟିରୁ ବେଳେ ବେଳେ ବାହାରି ଆସୁଛି...ମୋର ସିନା ଆଖି ନାହିଁ ପ୍ରଶାସନର କ’ଣ ଆଖି ନାହିଁ । 

ଗଜପତି ଜିଲ୍ଲା ମେ।।ହନା ବ୍ଳକ ଲୁହାଗୁଡି ପଂଚାୟତ କମଳାପୁର ଗାଁର ବାବୁଲା ପ୍ରଧାନ । ପିଲାଟି ବେଳୁ ସେ ଦୃଷ୍ଟିହୀନ। ସରକାରଙ୍କ ତରଫରୁ ଏ ନେଇି ପ୍ରମାଣ ପତ୍ର ମଧ୍ୟ ମିଳିଛି । ପରିବାର କହିଲେ, ସ୍ୱାମୀ, ସ୍ତ୍ରୀ , ତିନି ଝିଅ ଓ ଦୁଇ ପୁଅ । ଏତେ ବଡ କୁଟୁମ୍ବ ଧରି ତେଲ ଲୁଣର ସଂସାର ଗଢିଛନ୍ତି ବାବୁଲା । ସକାଳ ହୋଇଗଲେ, ପରିବାର ପ୍ରତିପୋଷଣର ଚିନ୍ତା । ଗୋଟିଏ ହାତରେ ଆଶା ବାଡୀ ଓ ଅନ୍ୟ ହତାର ପାଉଁରୁଟି ବ୍ୟଗ୍ ଧରି ଗାଁ ଗାଁ ବୁଲି ସେ ଏବେ ପାଉଁରୁଟି ବିକୁଛନ୍ତି ଆଉ ସେତିକିରେ ହିଁ ତାଙ୍କ ପରିବାର ଚଳୁଛି।

ସରକାରୀ ସହାୟତା କହିିଲେ, ଭିନ୍ନକ୍ଷମ ଭତା ବାବଦକୁ ୭ଶହ ଟଙ୍କା ଓ  ୫ ଜଣଙ୍କ ନାମୋର ମିଳୁଛି ମୁଣ୍ଡ ପିଛା ୫ କିଲୋ ଚାଉଳି । ହେଲେ, ଏତେ ବଡ ପରିବାରକୁ ସେତିକିରେ ଚଳିବା କଷ୍ଟକର ହୋଇ ହୋଇ ପଡୁଛି । ନିଜ ଘର ନଥିବାରୁ ଭଡା ଘରେ ରହୁଛନ୍ତି । ସରକାରୀ ସହାୟତା ପାଇଁ ପଂଚାୟତ ପ୍ରତିନଧିଙ୍କ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନଙ୍କ ନିକଟରେ ଗୁହାରୀ କରିଥିଲେ ବି ଆଜି ଯାଏଁ କେହି ଗୁହାରୀ ଶୁଣୁନାହାଁନ୍ତି ।  

ଦୁର୍ଗମ ଘାଟି ପାହାଡ ରାସ୍ତାରେ ବାବୁଲା  ଗାଁ ଗାଁ ବୁଲି ପାଉଁରୁଟି ବିକିବା ସମ୍ଭବପର ନଥିବାରୁ ଘରେ ଦୋକାନଟିଏ କରିବା ପାଇଁ ଏକ ଲକ୍ଷ ଟଙ୍କା ଲୋନ ଆବେଦନ କରିଛନ୍ତି । ହେଲେ, ଲୋନ ପାଇଁ ପଂଚାୟତକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । କେବଳ ସରକାରୀ ସହାୟତାକୁ ଚାତକ ପକ୍ଷୀ ଭଳି ଚାହିଁ ବସିଛନ୍ତି ।  ଏ ନେଇ ଭାରପ୍ରାପ୍ତ ବିଡିଓ କହିଛନ୍ତି, ସେ ଦରଖାନ୍ତ କରିବା ପରେ ପ୍ରକୃତରେ ସେ ଯୋଗ୍ୟ ନା ନାହିଁ ଅନୁଧ୍ୟାନ କରିବା ପରେ ଘର ଯୋଗାଇବା ସହ ଲୋନ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ଦିବ୍ୟାଙ୍ଗ ବାବୁଲାଙ୍କ ପ୍ରତି ସରକାରୀଙ୍କ କେବେ ଶୁଭ ଦୃଷ୍ଟି ପଡୁଛ ି ଓ ସରକାରୀ ଯୋଜନାରୁ କି  ସହାୟତା ମିଳୁଛି, ତାକୁ ହିଁ ସମସ୍ତଙ୍କ  ଅପେକ୍ଷା ।

ରିପୋର୍ଟ- ମିହିର ଜତିି, ମୋହନା