Advertisment

ଦୁନିଆର ସବୁ ବଡ ଘଟଣା ପଛରେ ଇଲୁମିନାଟୀର ହାତ!

ଆପଣମାନେ ବେଳେ ବେଳେ ରହସ୍ୟମୟ ସଂଗଠନ ଇଲୁମିନାଟୀ ବିଷୟରେ ଶୁଣିଥିବେ। ତେବେ ଏହି ସଂଗଠନ କ’ଣ ଓ ଏହା ପଛରେ କି ସତ ଲୁଚିରହିଛି, ଯାହା ଆଜି ବି ରହସ୍ୟ ହୋଇ ରହିଛି। ଅନେକ ଲୋକ କୁହନ୍ତି ଯେ ଦୁନିଆରେ ଯାହାବି କିଛି ହେଉଛି ଏହାର ପଛରେ ଏହି ସଂଗଠନର ହାତ ରହିଛି। ଫ୍ରାନ୍ସର କ୍ରାନ୍ତି ପଛରେ ଏହି ରହସ୍ୟମୟ ସଂଗଠନର ହାତ ଅଛି ବୋଲି ଅନେକ ବିଶ୍ୱାସ କରନ୍ତି। ୧୮୦୦ ଶତାବ୍ଦୀରେ ଏହି ସଂଗଠନର ଆରମ୍ଭ ହୋଇଥିଲା। ସେତେବେଳେ ଏହା ଏକ ଗୁପ୍ତଚର ସଂଗଠନ ଥିଲା।

Illuminaty

Illuminaty

Advertisment

ଆପଣମାନେ ବେଳେ ବେଳେ ରହସ୍ୟମୟ ସଂଗଠନ ଇଲୁମିନାଟୀ ବିଷୟରେ ଶୁଣିଥିବେ। ତେବେ ଏହି ସଂଗଠନ କ’ଣ ଓ ଏହା ପଛରେ କି ସତ ଲୁଚିରହିଛି, ଯାହା ଆଜି ବି ରହସ୍ୟ ହୋଇ ରହିଛି। ଅନେକ ଲୋକ କୁହନ୍ତି ଯେ ଦୁନିଆରେ ଯାହାବି କିଛି ହେଉଛି ଏହାର ପଛରେ ଏହି ସଂଗଠନର ହାତ ରହିଛି। ଫ୍ରାନ୍ସର କ୍ରାନ୍ତି ପଛରେ ଏହି ରହସ୍ୟମୟ ସଂଗଠନର ହାତ ଅଛି ବୋଲି ଅନେକ ବିଶ୍ୱାସ କରନ୍ତି। ୧୮୦୦ ଶତାବ୍ଦୀରେ ଏହି ସଂଗଠନର ଆରମ୍ଭ ହୋଇଥିଲା। ସେତେବେଳେ ଏହା ଏକ ଗୁପ୍ତଚର ସଂଗଠନ ଥିଲା। ଆଜି ବି ଇଲୁମିନାଟୀ ଗୁପ୍ତ ରୂପରେ କାମ କରୁଥିବା ଅନେକ କୁହନ୍ତି। ସେମାନଙ୍କ କହିବା କଥା ଆଜି ବି ଦୁନିଆରେ ଯେକୌଣସି ବଡ ଘଟଣା ଘଟୁଛି ତା ପଛରେ ଏହାର ହିଁ ହାତ ଅଛି। ଏହି କାରଣରୁ ଇଲୁମିନାଟୀର ନାମକୁ ରହସ୍ୟମୟ ସଂଗଠନରେ ଗଣାଯାଉଛି। ଆଜିଯାଏ ବି ଏହା ଉପରୁ ପରଦା ଉଠିନି।

Advertisment

କୁହାଯାଏ ଯେ ଇଲୁମିନାଟୀର ଆରମ୍ଭ ଜର୍ମାନୀର ବାୱାରିୟା ସହରରୁ ହୋଇଥିଲା। ୧୭୭୬ରେ ଇଂଗୋଲ୍‌ସ୍ତାଦ୍‌ ୟୁନିଭର୍ସିଟିର ପ୍ରଫେସର୍ ଏଡମ୍ ୱିଶାପ୍ଟ ଏହାର ମୂଳଦୁଆ ଉପରେ କହିଛନ୍ତି। ଆରମ୍ଭରୁ ଇଲୁମିନାଟୀର କାମ ‘ଅର୍ଡର ଅଫ ଇଲୁମିନାଟୀ’ ଥିଲା। ସେ ସମୟରେ ଚର୍ଚ୍ଚ ଓ ଖ୍ରୀ।ଷ୍ଟିଆନ୍ ଧର୍ମର କଟୋରପନ୍ଥୀଙ୍କ ବହୁ ଦୌରାତ୍ମ୍ୟ ଥିଲା। ଏଥିରୁ ମୁକୁଳିବା ପାଇଁ ପ୍ରଫେସର ୱିଶାପ୍ଟ ଏକ ସଂଗଠନର ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଯେ କଠୋରପନ୍ଥୀ ଓ ଧର୍ମର ପାଚେରୀ କେଉଁଠି ରହିବ ନାହିଁ। ସମସ୍ତଙ୍କୁ ସମାନ ରୂପରେ ଦେଖାଯିବ।

Advertisment

ସଂଗଠନ ଆରମ୍ଭ ବେଳେ ତାଙ୍କ ସହିତ କିଛି ଛାତ୍ର ଜଡିତ ହେଲେ, କିନ୍ତୁ ପ୍ରରବର୍ତ୍ତୀ ସମୟରେ ସଂଗଠନର ପ୍ରଭାବ ବଢିବାକୁ ଲାଗିଲା ଏବଂ ହଜାର ହଜାର ଲୋକ ସଂଗଠନ ସହ ଜଡିତ ହେଲେ। ପରେ ୱିଶାପ୍ଟ କେତେକ ଗୁପ୍ତଚର ବୈଠକ ଆୟୋଜିତ କରିଥିଲେ, ଯେଉଁଥିରେ ସମାଜ ଓ ସରକାରକୁ ନେଇ ଅନେକ ବିଷୟରେ ଆଲୋଚନା ହେଉଥିଲା। ଥରେ ସ୍ଥାନୀୟ ସରକାରକୁ ଏହି ସଂଗଠନ ବିଷୟରେ ଜଣାପଡିଗଲା। ଫଳରେ ସରକାର ଏହି ସଂସ୍ଥା ଉପରେ ନିଷେଧାଜ୍ଞା ଜାରି କରିଥିଲା। ସେହିପରି ପ୍ରଫେସର ୱିଶାପ୍ଟଙ୍କୁ ମଧ୍ୟ ଜେଲ ପଠେଇଦିଆ ଯାଇଥିଲା। ଆଜି ବି ଅନେକ ଲୋକଙ୍କର ଏହି ବିଶ୍ୱାସ ରହିଛି ଯେ ଇଲୁମିନାଟୀ ଆଜିବି ସକ୍ରିୟ ଏବଂ ଦେଶ ଦୁନିଆରେ ଯାହା ବି କିଛି ହଉଛି ତା’ ପଛରେ ତା’ର ହାତ ରହିଛି।

କୁହାଯାଏ ଯେ ଜନ ଏଫ୍ କେନେଡୀଙ୍କ ରହସ୍ୟମୟ ହତ୍ୟା ପଛରେ ବି ଇଲୁମିନାଟୀ ହିଁ ଦାୟୀ। କେନେଡୀଙ୍କ ଯେତେବେଳେ ମୃତ୍ୟୁ ହୋଇଥିଲା ‍ସେତେବେଳେ ତାଙ୍କ ପାଖରେ କିଛି ମହିଳା ଥିଲେ। ସେମାନଙ୍କ ହାତରେ କ୍ୟାମେରା ଭଳି ଦେଖାଯାଉଥିବା ବନ୍ଧୁକ ଥିଲା। ଏହି ମହିଳାମାନଙ୍କୁ ‘ଦ ବବୁଷ୍କା’ ଲେଡୀ କୁହାଯାଉଥିଲା। ସେମାନଙ୍କ ସମ୍ପର୍କ ଇଲୁମିନାଟୀ ସହ ଥିବା ଅନୁମାନ କରାଯାଉଥିଲା।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ