Advertisment

ପ୍ରଶାସନ ଶୁଣିଲାନି, ଚାନ୍ଦା ଆଦାୟ କରି କେନାଲ ସଫା କଲେ ଗାଁ ଲୋକେ

ନିଜ କାମ ନିଜେ କଲେ ମାଲକାନଗିରିର ଚାଷୀ

ଅଦ୍ୟତନ ହୋଇଛି
Special story

Special story

Advertisment

ନିଜ ଗାଁ କେନାଲ ନିଜେ ସଫା କଲେ ଗ୍ରମାବାସୀ । ପ୍ରଶାସନକୁ ବାରମ୍ବାର କହିବା ପରେ ମଧ୍ୟ କିଛି ଫଳ ନ ମିଳିବାରୁ ନିଜ ଉଦ୍ୟମରେ କେନାଲ ସଫା କଲେ ଗାଁ ଲୋକେ । ମାଲକାନଗିରି ଜିଲ୍ଲା କାଲିମେଳା ଚିତ୍ରାଙ୍ଗପାଲ୍ଲୀ ଓ ବଦିଲି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଥିବା ପଟେରୁ ମୁଖ୍ୟ କେନାଲ ପୋତି ହୋଇଥିବାରୁ ସେଥିରେ ପାଣି ଆସୁନଥିଲା ।

Advertisment

ଫଳରେ ଶହ ଶହ ଚାଷୀଙ୍କ ବିଲରେ ଚାଷ ନହୋଇ ପଡ଼ିଆ ପଡ଼ୁଥିଲା । ୫ ଶହ ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ପାରୁନଥିଲା । ଏକଥା ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ଗାଁ ଲୋକେ । କିନ୍ତୁ ପ୍ରଶାସନ ତରଫରୁ କେନାଲର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଚାଷ ଜମି ଥାଇ ଚାଷ ହୋଇ ପାରୁନଥିଲା ।

ତେଣୁ ୩ଟି ପଞ୍ଚାୟତ ୧୦ଟି ଗାଁର ଲୋକେ ଏକାଠି ହୋଇ ନିଜେ ଏହି କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ନିଜେ କୋଡ଼ି କୋଦାଲ ଧରି କେନାଲ ସଫା କରିଛନ୍ତି । ତା ସହିତ ପ୍ରତ୍ୟେକ ପରିବାର ୫ ଶହ ଟଙ୍କା ଲେଖାଏଁ ଚାନ୍ଦା କରି କେନାଲ ସଫେଇ କାମରେ ମେସିନ ଲଗାଇଛନ୍ତି ।

Advertisment

ତେବେ ଏନେଇ ମୁକା କବାସୀ ନାମକ ଜଣେ ଚାଷୀ କହିଛନ୍ତି, ଅଫିସର ମାନଙ୍କୁ ବାରମ୍ବାର କହିଲେ ମଧ୍ୟ ଆମ କଥାକୁ ଗୁରୁତ୍ୱ ଦେଲେ ନାହିଁ । ଆମେ କେତେ ଆଉ ତାଙ୍କ ପାଖକୁ ଦୌଡ଼ି ଥାଆନ୍ତୁ ।  ତେଣୁ ଆମେ ନିଜେ ଏଥିପାଇଁ ଏକ ଯୋଜନା କରିଥିଲୁ । ହଜାରେ, ପାଞ୍ଚ ଶହ ଯାହା ପାଖରେ ଯାହା ଥିଲା ତିନି ପଞ୍ଚାୟତର ଲୋକ ଚାନ୍ଦା ଆଦାୟ କଲୁ । ଏବେ ସେହି ଟଙ୍କା ଖର୍ଚ୍ଚ କରି କାମ ଚାଲିଛି । ଆମେ ବି ନିଜେ କାମ କରୁଛୁ ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ