Advertisment

ଏହି ମହିଳାମାନେ ୭୦ ବର୍ଷରେ ବି ମା’ ହୁଅନ୍ତି

ଏ ଦୁନିଆରେ ଏମିତି ଏକ ଅଞ୍ଚଳ ରହିଛି ଯେଉଁଠି ପ୍ରତ୍ୟେକ ଲୋକ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଏଠାର ମହିଳାମାନେ ୮୦ ବର୍ଷରେ ବି ଯୁବତୀଙ୍କ ଭଳି ଦେଖାଯାଆନ୍ତି ଏବଂ ୭୦ ବର୍ଷରେ ବି ମା ହେବାର କ୍ଷମତା ରଖନ୍ତି।

ଅଦ୍ୟତନ ହୋଇଛି
Hunja women can give birth at 70

Hunja women can give birth at 70

Advertisment

ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଛି ଅନେକ ବ୍ୟାଧି। ସାରା ବିଶ୍ୱର ଲୋକ ବୟସ ବଢିବା ସହିତ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି। ଏହି କାରଣରୁ ଶୀଘ୍ର ମୃତ୍ୟୁକୁ ମଧ୍ୟ ସାମ୍ନା କରିଥାନ୍ତି। କିନ୍ତୁ ଏ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଲୋକମାନେ ସେମାନଙ୍କର ଉତ୍ତମ ଜୀବନଶୈଳୀ କାରଣରୁ ୧୦୦ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଖାଲି ଯେ ଦୀର୍ଘ ବୟସ ବଞ୍ଚନ୍ତି ତାହା ନୁହେଁ ଏଠାକାର ମହିଳାମାନେ ୭୦ ବର୍ଷରେ ବି ମା ହୋଇପାରନ୍ତି।

Advertisment

ଉତ୍ତର ପାକିସ୍ତାନର ହୁଞ୍ଜା ଉପତ୍ୟକାରେ ବାସ କରୁଥିବା ଏହି ସମ୍ପ୍ରଦାୟଙ୍କୁ ହୁଞ୍ଜା ବୋଲି କୁହାଯାଏ। ଏହି ଲୋକଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ବୈଜ୍ଞାନିକମାନଙ୍କ ପାଇଁ ଅନୁସନ୍ଧାନର ବିଷୟ ହୋଇଛି।

ହୁଞ୍ଜା ସମ୍ପ୍ରଦାୟର ଚଳନୀ ଉପରେ ଗବେଷଣା କରାଯାଇଛି ଏବଂ ସେମାନଙ୍କ ଉପରେ ଅନେକ ପୁସ୍ତକ ମଧ୍ୟ ଲେଖାଯାଇଛି। ତାଙ୍କ ଉପରେ ଲେଖାଯାଇଥିବା ପୁସ୍ତକଗୁଡ଼ିକ ମଧ୍ୟରେ ଜେ.ଆଇ ରୋଡାଲଙ୍କ ' ଦ ହେଲ୍‌ଦୀ ହୁଞ୍ଜା' ଏବଂ ଡକ୍ଟର ଜୋ କ୍ଲାର୍କଙ୍କ 'ଦ ଲାଷ୍ଟ୍ କିଙ୍ଗ୍‌ଡମ୍ ଅଫ୍ ଦି ହିମାଳୟାଜ୍' ସବୁଠାରୁ ପ୍ରସିଦ୍ଧ। ପାକିସ୍ତାନର ହୁଞ୍ଜା ଉପତ୍ୟକାରେ ରହୁଥିବା ମହିଳାମାନେ ସେମାନଙ୍କ ବୟସଠାରୁ ବହୁ ବର୍ଷ ସାନ ଦେଖାଯାଆନ୍ତି।

Advertisment
Women looks too young even if in 80ମହିଳାମାନେ ୮୦ ବର୍ଷରେ ବି ଲାଗନ୍ତି ଯୁବତୀ

୮୦ ବର୍ଷ ବୟସରେ ମଧ୍ୟ ସେମାନେ ଯୁବତୀଙ୍କ ପରି ଦେଖାଯାଆନ୍ତି। କେବଳ ଏତିକି ନୁହେଁ, ସେମାନେ ୬୫ ରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ମଧ୍ୟ ଜନ୍ମ ଦେଇପାରନ୍ତି, ଯେତେବେଳେ କି ମହିଳାମାନେ ସାଧାରଣତଃ ୫୦ ରୁ ୫୫ ବର୍ଷ ବୟସ ପରେ ସନ୍ତାନ ଜନ୍ମ କରିବାର କ୍ଷମତା ହରାଇଥାନ୍ତି ।

କୁହାଯାଏ ଯେ ହୁଞ୍ଜା ସମ୍ପ୍ରଦାୟର ଦୀର୍ଘ ଜୀବନ କଥା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଜଣେ ବ୍ୟକ୍ତି ବ୍ରିଟେନ୍‌ରେ ଭିସା ପାଇଁ ଆବେଦନ କରିଥିଲେ। ୧୯୮୪ ମସିହାରେ ପାସ୍‌ପୋର୍ଟରେ ତାଙ୍କ ଜନ୍ମ ୧୮୩୨ ବୋଲି ଲେଖାଯାଇଥିଲା। ଏହି ସ୍ଥାନର ସବୁଠାରୁ ବଡ ବିଶେଷତ୍ୱ ​​ହେଉଛି ଯଦିଓ ପାକିସ୍ତାନରେ ମହିଳାମାନଙ୍କୁ ପଢିବା ପାଇଁ ସଂଘର୍ଷ କରିବାକୁ ପଡିଥାଏ, କିନ୍ତୁ ଏଠାରେ ସେମାନଙ୍କୁ ପୁଅମାନଙ୍କ ଭଳି ଶିକ୍ଷା ଦିଆଯାଇଥାଏ।

Advertisment
Hunja women can give birth at 70 ଏହି ମହିଳାମାନେ ୭୦ ବର୍ଷରେ ବି ମା’ ହୁଅନ୍ତି

ହୁଞ୍ଜା ସମ୍ପ୍ରଦାୟର ମହିଳାମାନେ ଶିକ୍ଷିତ ହେବା ସହିତ ସୁନ୍ଦର ମଧ୍ୟ। ସେମାନଙ୍କର ସୌନ୍ଦର୍ଯ୍ୟ ହ୍ରାସ ନ ହେବାର ମୁଖ୍ୟ କାରଣ ହେଉଛି, ସେମାନେ ହିମାଳୟର ଗ୍ଲେସିୟରରୁ ଆସୁଥିବା ପାଣି ପିଅନ୍ତି ଏବଂ ଏଥିରେ ସ୍ନାନ ମଧ୍ୟ କରନ୍ତି। ଏହି ପାଣିରେ ବହୁ ପରିମାଣରେ ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ପାକିସ୍ତାନରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ଲୋକମାନେ ମୁସଲମାନ ଧର୍ମ ଅନୁସରଣ କରନ୍ତି। ସେମାନଙ୍କର ସମ୍ପ୍ରଦାୟକୁ ବୁରୁଶୋ କୁହାଯାଏ ଏବଂ ସେମାନେ ବୁରୁଶାସ୍କି ଭାଷା କୁହନ୍ତି। ଏହି ଲୋକଙ୍କ ଜୀବନଶୈଳୀ ଦେଖିବାକୁ ପର୍ଯ୍ୟଟକମାନେ ହୁଞ୍ଜା ଉପତ୍ୟକାକୁ ଆସନ୍ତି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ