ଅଣ୍ଡା ମାଡ଼ରୁ ଗିରଫ ! ଥାନା ଘେରିଲେ ଲୋକେ

ଝରିଗାଁ ଥାନାକୁ ଧସେଇ ପଶିଛନ୍ତି ଶହ ଶହ ଲୋକେ । ଇଚ୍ଛାପୁର ପଞ୍ଚାୟତର ୬ଟି ଗାଁର ଲୋକେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଝରିଗାଁ ଥାନାକୁ ଧସେଇ ପଶିଲେ ଶହ ଶହ ଲୋକେ

News Summary

ଝରିଗାଁ ଥାନାକୁ ଧସେଇ ପଶିଲେ ଶହ ଶହ ଲୋକେ

ଗିରଫ ବ୍ୟକ୍ତିଙ୍କୁ ଛାଡ଼ିବାକୁ ଦାବି କଲେ ଶହ ଶହ ଲୋକେ

ସାଂସଦ ରମେଶ ମାଝୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଓ ଆକ୍ରମଣ ମାମଲାରେ ଗିରଫଦାରୀକୁ ବିରୋଧ । ଝରିଗାଁ ଥାନାକୁ ଧସେଇ ପଶିଲେ ଶହ ଶହ ଲୋକେ । ଇଚ୍ଛାପୁର ପଞ୍ଚାୟତର ୬ଟି ଗାଁର ଲୋକେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପରିସ୍ଥିତି ଏପରି ହୋଇଛି କି ଥାନାର ଗେଟକୁ ବନ୍ଦ କରି ରଖିବାକୁ ପଡ଼ିଛି । ପୋଲିସ ଠାରୁ ଅଧିକ ଏବେ ଥାନା ପରିସରରେ ଲୋକ ରୁଣ୍ଡ ହୋଇଛନ୍ତି ।

ଗତକାଲି ଝରିଗାଁ ବ୍ଲକର ଇଚ୍ଛାପୁର ଗାଁରେ ସାଂସଦ ରମେଶ ମାଝୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହେବା ସହ ଲୋକେ ଠେଙ୍ଗା, ବାଡ଼ି ଧରି ଗୋଡ଼ାଇ ଥିଲେ । ଗତକାଲି ସେଠାକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ ସାଂସଦ ଓ ତାଙ୍କ ସହଯୋଗୀ । ତେବେ ଏହାକୁ ନେଇ ଲୋକେ ବିରୋଧ କରିବା ସହ ମାଡ଼ ମାରିବାକୁ ଗୋଡ଼ାଇ ଥିଲେ । କିଛି ଦିନ ପୂର୍ବରୁ ସାଂସଦଙ୍କୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟନକୁ ଡକାଯାଇଥିଲା । ହେଲେ ସେତେବେଳେ ନଆସି ଏବେ କାହିଁକି ଭୋଟ୍ ପାଇଁ ଆସିଲେ ବୋଲି ଲୋକେ ଅଭିଯୋଗ କରି ଏପରି କରିଥିଲେ ।

ଏହି ମାମଲାରେ ସାଂସଦଙ୍କ ପ୍ରତିନିଧିଙ୍କ ପକ୍ଷରୁ ଏଫ୍ଆଇଆର ଦିଆଯାଇଥିଲା । ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ୍ ।