Advertisment

ଖୁବ ଶୀଘ୍ର ଏଲିଏନ୍‌କୁ ଭେଟିବ ମଣିଷ : ନାସା

ଦୁନିଆଁରେ କ’ଣ ଖାଲି ପୃଥିବୀରେ ଜୀବ ଅଛନ୍ତି? ପୃଥିବୀ ଛଡା କ’ଣ ଆଉ କେଉଁ ଗ୍ରହରେ ଜୀବନ ନାହିଁ? ନା ଅନ୍ୟ ଗ୍ରହରେ ବି ପୃଥିବୀ ଭଳି ଜୀବ ଅଛନ୍ତି? ଅଲଗା ଦୁନିଆର ଜୀବ ଅର୍ଥାତ୍ ଏଲିଏନ୍ସକୁ ନେଇ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ, ଯାହାର ଉତ୍ତର ଏବେ ବି ରହସ୍ୟରେ ରହିଛି। ଏମିତିରେ ବି ଅନେକ ବୈଜ୍ଞାନିକ ଏଲିୟନ୍ସ ଥିବା ସମ୍ଭାବନାକୁ ଏଡେଇ ଦେଇ ନାହାନ୍ତି। କିନ୍ତୁ ଏହାକୁ ନେଇ ଏନେଇ କଳ୍ପନା ଜଳ୍ପନା ଲାଗିରହିବାର କାରଣ ହେଉଛି, ଏଲିୟନ୍ସ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳି ନାହିଁ।

Human will contact with Aliens

Human will contact with Aliens

Advertisment

ଏଲିୟନ୍ସକୁ ନେଇ ବର୍ଷ ବର୍ଷ ଧରି କଳ୍ପନା ଜଳ୍ପନା ଲାଗି ରହିଛି। ଅଲଗା ଗ୍ରହର ଜୀବନକୁ ନେଇ ପ୍ରଶ୍ନ ସବୁବେଳେ ଆନ୍ଦୋଳିତ କରୁଛି। ଦୁନିଆଁରେ କ’ଣ ଖାଲି ପୃଥିବୀରେ ଜୀବ ଅଛନ୍ତି? ପୃଥିବୀ ଛଡା କ’ଣ ଆଉ କେଉଁ ଗ୍ରହରେ ଜୀବନ ନାହିଁ? ନା ଅନ୍ୟ ଗ୍ରହରେ ବି ପୃଥିବୀ ଭଳି ଜୀବ ଅଛନ୍ତି? ଅଲଗା ଦୁନିଆର ଜୀବ ଅର୍ଥାତ୍ ଏଲିୟନ୍ସକୁ ନେଇ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ, ଯାହାର ଉତ୍ତର ଏବେ ବି ରହସ୍ୟରେ ରହିଛି। ଏମିତିରେ ବି ଅନେକ ବୈଜ୍ଞାନିକ ଏଲିୟନ୍ସ ଥିବା ସମ୍ଭାବନାକୁ ଏଡେଇ ଦେଇ ନାହାନ୍ତି। କିନ୍ତୁ ଏହାକୁ ନେଇ ଏନେଇ କଳ୍ପନା ଜଳ୍ପନା ଲାଗିରହିବାର କାରଣ ହେଉଛି, ଏଲିୟନ୍ସ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳି ନାହିଁ।

Advertisment

ଏହି ସମୟରେ ଆମେରିକାର ସ୍ପେସ୍ ଏଜେନ୍ସୀ ତଥା ନାସାର ସ୍ପେସ୍ ରିସର୍ଚ୍ଚ ସେଣ୍ଟର ଜେଟ୍ ପ୍ରୋପଲ୍ସନ୍ ଲେବୋରେଟୋରୀର ଏକ ପ୍ରିପ୍ରିଣ୍ଟ୍‌ ପେପରର ପୂର୍ବାନୁମାନ ଅନୁସାରେ ଚଳିତ ଶତାବ୍ଦୀର ଶେଷ ଭାଗରେ ପୃଥିବୀର ମନୁଷ୍ୟ ବୃହଷ୍ପତି ବା ଶନିର ଆଖପାଖ କୌଣସି ଏକ ଗ୍ରହକୁ ଯିବ। ସବୁଠାରୁ ଆଚମ୍ବିତ କଥା ହେଉଛି ଏହି ପେପରରେ ଅନୁମାନ କରାଯାଇଛି ଯେ ୩୫୦ ବର୍ଷ ପରେ ବା ପାଖାପାଖି ୨୩୮୩ ମସିହାରେ ମଣିଷ ସୌରମଣ୍ଡଳର ବାହାରେ ଥିବା କୌଣସି ଏକ ଏଲିଏନ୍‌ର ସଂସ୍ପର୍ଶରେ ଆସିବ।

Advertisment

କୁହାଯାଇଛି ଯେ ମନୁଷ୍ୟ ୨୩୮୩ ସୁଦ୍ଧା ମଙ୍ଗଳ ଗ୍ରହରେ ପହଞ୍ଚିଯିବାରେ ସଫଳ ହେବ। ଯଦି ସବୁକିଛି ଠିକଠାକ୍ ଚାଲେ ତେବେ ୨୦୮୬ ସୁଦ୍ଧା ମନୁଷ୍ୟ ଶନି ଗ୍ରହରେ ପହଞ୍ଚିବାରେ ଫଳପ୍ରଦ ହେବ। ଏହାପରେ ପୃଥିବୀର ମଣିଷ ଦିନେ ନା ଦିନେ ଅର୍ଥାତ ୨୨୫୪ ସୁଦ୍ଧା ଆମ ସୌରମଣ୍ଡଳ ବାହାରକୁ ଯାଇ ନିକଟତମ ପ୍ଲାନେଟୋରୀ ସିଷ୍ଟମ୍ ପ୍ରୋକ୍ସିମା ସେଣ୍ଟାରୀ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହେବ।

ଏଲିୟନ୍ସକୁ ନେଇ ରିସର୍ଚ୍ଚର୍ସମାନେ କୁହନ୍ତି ଯେ ୨୩୮୩ ସୁଦ୍ଧା ମାନବ କୌଣସି ନା କୌଣସି ଏକ ଏଲିଏନ୍‌କୁ ଭେଟିବା ସମ୍ଭବ ହେବ। ଏହା ମଧ୍ୟ ଧ୍ୟାନରେ ରଖିବା ଉଚିତ ଯେ ଜୀବନର ଅସ୍ତିତ୍ୱକୁ ବଜାୟ ରଖିବା ନେଇ ସମ୍ଭାବନା ଥିବା ନିକଟତମ କେନ୍ଦ୍ର ଏବେ ମଧ୍ୟ ସୌରମଣ୍ଡଳ ଠାରୁ ପାଖାପାଖି ୧୪,୦୦୦ ପ୍ରକାଶ ବର୍ଷ ଦୂରରେ ରହିଛି।

Advertisment
NASA Science Alien
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ