କାହିଁକି ଛୋଟ ହେଉଛି ମାନବ ମସ୍ତିଷ୍କ, ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ

ମାନବ ମସ୍ତିଷ୍କକୁ ଅଧ୍ୟୟନ କରିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଆକର୍ଷଣୀୟ ବିଷୟ ହୋଇଥାଏ। ସେମାନେ ଆଶା କରନ୍ତି ଯେ ଏହାକୁ ଅଧ୍ୟୟନ କରି ସେମାନେ ମଣିଷର ବିବର୍ତ୍ତନକୁ ବୁଝିପାରିବେ। ବୈଜ୍ଞାନିକମାନେ ମଧ୍ୟ ମସ୍ତିଷ୍କର ଉତ୍ପତ୍ତି ବିଷୟରେ ଅଧ୍ୟୟନ କରୁଛନ୍ତି, ଯେଉଁଠି ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ମସ୍ତିଷ୍କ କିପରି ଏକ ସୁପର ବୁଦ୍ଧିମାନ ମସ୍ତିଷ୍କରେ ବିକଶିତ ହେଲା? ପ୍ରାୟ ତିନି ହଜାର ବର୍ଷ ପୂର୍ବେ ମାନବ ମସ୍ତିଷ୍କର ଆକାର ଛୋଟ ହୋଇଯାଇଥିଲା, କିନ୍ତୁ ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପିମ୍ପୁଡ଼ି ଉପରେ କରାଯାଇଥିବା ଅଧ୍ୟୟନକୁ ଆଧାର କରି ବର୍ତ୍ତମାନ ନୂଆ ଅନୁସନ୍ଧାନରେ ଏହାର କାରଣ ମିଳିଛି।

କାହିଁକି ଛୋଟ ହେଉଛି ମାନବ ମସ୍ତିଷ୍କ

ମାନବ ମସ୍ତିଷ୍କକୁ ଅଧ୍ୟୟନ କରିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଆକର୍ଷଣୀୟ ବିଷୟ ହୋଇଥାଏ। ସେମାନେ ଆଶା କରନ୍ତି ଯେ ଏହାକୁ ଅଧ୍ୟୟନ କରି ସେମାନେ ମଣିଷର ବିବର୍ତ୍ତନକୁ ବୁଝିପାରିବେ। ବୈଜ୍ଞାନିକମାନେ ମଧ୍ୟ ମସ୍ତିଷ୍କର ଉତ୍ପତ୍ତି ବିଷୟରେ ଅଧ୍ୟୟନ କରୁଛନ୍ତି, ଯେଉଁଠି ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ମସ୍ତିଷ୍କ କିପରି ଏକ ସୁପର ବୁଦ୍ଧିମାନ ମସ୍ତିଷ୍କରେ ବିକଶିତ ହେଲା? ପ୍ରାୟ ତିନି ହଜାର ବର୍ଷ ପୂର୍ବେ ମାନବ ମସ୍ତିଷ୍କର ଆକାର ଛୋଟ ହୋଇଯାଇଥିଲା, କିନ୍ତୁ ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପିମ୍ପୁଡ଼ି ଉପରେ କରାଯାଇଥିବା ଅଧ୍ୟୟନକୁ ଆଧାର କରି ବର୍ତ୍ତମାନ ନୂଆ ଅନୁସନ୍ଧାନରେ ଏହାର କାରଣ ମିଳିଛି।

କାହିଁକି ଛୋଟ ହେଉଛି ମାନବ ମସ୍ତିଷ୍କ

ବିଶ୍ୱାସ କରାଯାଏ ଯେ ଏହି ଅଧ୍ୟୟନ ମାନବ ବିକାଶକୁ ବୁଝିବା ଦିଗରେ ଏକ ବଡ ପଦକ୍ଷେପ ହୋଇପାରେ। ପିମ୍ପୁଡ଼ି ଉପରେ ଅଧ୍ୟୟନ କରି ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ ମସ୍ତିଷ୍କର ଆକାର କାହିଁକି ବଢେ ଓ କମେ। ମସ୍ତିଷ୍କର ବିକାଶର କାରଣ ଏବଂ ପ୍ରଭାବକୁ ବୁଝିବା ଦ୍ୱାରା ଏହା ଆମକୁ ମାନବତାକୁ ବୁଝିବାରେ ସାହାଯ୍ୟ କରିବ। ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ମାନବ ବିକାଶ ଇତିହାସରେ ମସ୍ତିଷ୍କର ଆକାର ବୃଦ୍ଧି ପାଉଛି। ତେବେ ପ୍ଲାଇଷ୍ଟୋସିନ୍ ସମୟରେ ମନୁଷ୍ୟର ମସ୍ତିଷ୍କ ଆକାରରେ ହ୍ରାସ ପାଇଥିବା ସତ୍ୟକୁ କେବେ ଗ୍ରହଣ କରାଯାଇ ନାହିଁ।

ଏହି ପରିବର୍ତ୍ତନଟି କେତେବେଳେ ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଅଧ୍ୟୟନର ସହଲେଖକ ତଥା ଡାର୍ଥମାଉଥ୍ କଲେଜର ଡ. ଜେରେମି ଡିସିଲ୍‌ଭା କହିଛନ୍ତି ଯେ ଆଜିର ମଣିଷମାନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ ଆମର ମସ୍ତିଷ୍କ ପ୍ଲାଇଷ୍ଟୋସିନ୍ ପିତୃପୁରୁଷଙ୍କ ମସ୍ତିଷ୍କଠାରୁ ଛୋଟ। ଏହା କାହିଁକି ହୁଏ, ମାନବଶାସ୍ତ୍ରଜ୍ଞମାନଙ୍କ ପାଇଁ ରହସ୍ୟର ବିଷୟ ହୋଇ ଥିଲା।

କାହିଁକି ଛୋଟ ହେଉଛି ମାନବ ମସ୍ତିଷ୍କ

ଏହି ରହସ୍ୟର ସମାଧାନ ପାଇଁ, ବିଭିନ୍ନ ବିଭାଗର ଅନୁସନ୍ଧାନକାରୀ ଦଳ ମାନବ ମସ୍ତିଷ୍କ ବିକାଶର ଐତିହାସିକ ଢାଞ୍ଚାଗୁଡ଼ିକୁ ଅଧ୍ୟୟନ କରିଥିଲେ। ଏନେଇ ସେମାନେ ପିମ୍ପୁଡ଼ିଙ୍କ ଉପରେ ଅଧ୍ୟୟନରୁ ଅଧିକ ସୂଚନା ପାଇଥିଲେ। ଏହି ଅଧ୍ୟୟନରେ ଜୀବବିଜ୍ଞାନୀ, ନୃତତ୍ତ୍ୱବିଜ୍ଞାନୀ, ଆଚରଣ ବିଧି ବିଶେଷଜ୍ଞ ଏବଂ ଉଦୀୟମାନ ସ୍ନାୟୁବିଜ୍ଞାନୀ ବିଶେଷଜ୍ଞମାନେ ଯୋଗଦାନ ଦେଇଥିଲେ।

ଏହି ଅଧ୍ୟୟନର ବୋଷ୍ଟନ୍ ୟୁନିଭର୍ସିଟିର ଡ. ଡେମ୍ସ ଟ୍ରାନେଲୋ କହିଛନ୍ତି ଯେ ମସ୍ତିଷ୍କ ବିକାଶ ଉପରେ ବିଶେଷଜ୍ଞମାନେ ସେମାନଙ୍କ ମତାମତ ଦେଇଛନ୍ତି ଏବଂ ଜାଣିବାକୁ ପାଇଛନ୍ତି ଯେ ଏହି ସମସ୍ୟା ବୁଝିବାରେ ମଣିଷ ଏବଂ ପିମ୍ପୁଡ଼ି ଉପରେ ହୋଇଥିବା ଗବେଷଣା ସହାୟକ ହୋଇପାରେ। ଏହି ଅଧ୍ୟୟନ ଫ୍ରଣ୍ଟିଅର୍ସରେ ଇନ୍ ଇକୋଲୋଜି ଆଣ୍ଡ୍ ଇଭୋଲ୍ୟୁସନରେ ପ୍ରକାଶିତ ହୋଇଛି।

ଅନୁସନ୍ଧାନକାରୀମାନେ ପରିବର୍ତ୍ତନର ମୂଳ କାରଣ ଜାଣିବା ନେଇ ମାନବ ଖପୁରୀ ଏବଂ ୯୮୫ ଜୀବାଶ୍ମ ତଥ୍ୟର ସମୂହକୁ ବିଶ୍ଳେଷଣ କରିଥିଲେ। ସେମାନେ ଜାଣିବାକୁ ପାଇଥିଲେ ଯେ ପ୍ଲେଇଷ୍ଟୋସିନ୍ ସମୟରେ ୨୧ ଲକ୍ଷ ବର୍ଷରୁ ୧୫ ଲକ୍ଷ ବର୍ଷ ପୂର୍ବେ ମାନବ ମସ୍ତିଷ୍କର ଆକାର ବୃଦ୍ଧି ପାଇଥିଲା। କିନ୍ତୁ ତିନି ହଜାର ବର୍ଷ ପୂର୍ବେ ହୋଲୋସିନ୍ ସମୟରେ ଏହା ଛୋଟ ହୋଇଗଲା।

ପିମ୍ପୁଡି ଉପରେ ବୈଜ୍ଞାନିକଙ୍କ ଅଧ୍ୟୟନ

ଟ୍ରାନେଲୋ କହିଛନ୍ତି ଯେ ଅନେକ ଲୋକ ଜାଣନ୍ତି ଯେ ମାନବ ମସ୍ତିଷ୍କ ଅସ୍ୱାଭାବିକ ଭାବରେ ବଡ ହୋଇଥାଏ। ବିଶେଷକରି ଶରୀର ଅନୁଯାୟୀ, ଏହା ବହୁତ ବଡ। ଅତୀତରେ ମାନବ ମସ୍ତିଷ୍କର ଆକାର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। କିନ୍ତୁ ତିନି ହଜାର ବର୍ଷ ପୂର୍ବେ ଏହା ଅପ୍ରତ୍ୟାଶିତ ଥିଲା। ଏହା ହୋମୋର ବିକାଶର ସମୟ ଥିଲା ଏବଂ ବୈଷୟିକ ବିକାଶ ମଧ୍ୟ ଘଟୁଥିଲା। ଏହା ସହିତ ଉନ୍ନତ ଖାଦ୍ୟ ଏବଂ ବୃହତ ସାମାଜିକ ଗୋଷ୍ଠୀ ତିଆରି ହେଉଥିଲା।

ଅନୁସନ୍ଧାନକାରୀମାନେ ବିଭିନ୍ନ ପ୍ରକାରର ପିମ୍ପୁଡ଼ିର ମସ୍ତିଷ୍କର ଆକାର, ଗଠନ ଏବଂ ଶକ୍ତି ବ୍ୟବହାରକୁ ବିଶ୍ଳେଷଣ କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ଏହିପରି ଗତିବିଧିକୁ ଆପଣେଇଲେ ମସ୍ତିଷ୍କ ନିଜକୁ ଉନ୍ନତ କରିପାରିବ ଏବଂ ଏହାର ଆକାର ହ୍ରାସ କରିପାରିବ। ମଣିଷ ଏବଂ ପିମ୍ପୁଡ଼ିର ସାମାଜିକ ଦିଗଗୁଡିକ ବହୁତ ଭିନ୍ନ, ତେଣୁ ଉଭୟଙ୍କ ମସ୍ତିଷ୍କ ଭିନ୍ନ ଭାବରେ ବିକଶିତ ହୋଇଥିଲା। ଛୋଟ ମସ୍ତିଷ୍କ ଅଧିକ ଶକ୍ତି ଖର୍ଚ୍ଚ କରେ।