Advertisment

ମୋବାଇଲ୍ ଫୋନ୍ ବ୍ୟାଟେରୀ ଫାଟିବାକୁ କିପରି ରୋକିବେ

ଅନେକ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ବେଳେ ବେପରୁଆ ନୀତି ବିନାଶକାରୀ ହୋଇପାରେ। ମୋବାଇଲ୍ ଫୋନକୁ ଅଧିକ ଗରମ କରିବା ଦ୍ୱାରା ବ୍ୟାଟେରୀ ବିସ୍ଫୋରଣ ହୋଇପାରେ। ତେବେ ଏହାକୁ କିପରି ରୋକିବେ ଆସନ୍ତୁ ଜାଣିବା।

How to prevent mobile phone batteries from exploding

How to prevent mobile phone batteries from exploding

Advertisment

ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଏହା ବ୍ୟାଟେରୀ ମଧ୍ୟ ବେଳେବେଳେ ଜୀବନ ପ୍ରତି ବିପଦ ସୃଷ୍ଟି କରେ। ଷ୍ଟାଟିଷ୍ଟା ଅନୁଯାୟୀ, ୨୦୨୧ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ପ୍ରାୟ ଅଧା ଉତ୍ତରଦାତା କହିଛନ୍ତି ଯେ ସେମାନେ କାମକୁ ଛାଡି ନିଜ ଫୋନ୍‌କୁ ଦିନକୁ ପ୍ରାୟ ପାଞ୍ଚରୁ ଛଅ ଘଣ୍ଟା ବ୍ୟବହାର କରନ୍ତି। ଏହା ସ୍ପଷ୍ଟ ଯେ ମୋବାଇଲ୍ ଫୋନ୍ ଆମ ଜୀବନ ସହ ଏତେ ପରିମାଣରେ ଜଡିତ ହୋଇଯାଇଛି ଯେ ଏହା ଏକ ଅବିଚ୍ଛେଦ୍ୟ ଜିନିଷ ପାଲଟି ଯାଇଛି।

Advertisment

ଅନେକ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ବେଳେ ବେପରୁଆ ନୀତି ବିନାଶକାରୀ ହୋଇପାରେ। ମୋବାଇଲ୍ ଫୋନକୁ ଅଧିକ ଗରମ କରିବା ଦ୍ୱାରା ବ୍ୟାଟେରୀ ବିସ୍ଫୋରଣ ହୋଇପାରେ। ମୋବାଇଲ୍ ବ୍ୟାଟେରୀ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ଓ ଆହତଜନିତ ଅନେକ ଘଟଣା ମଧ୍ୟ ଘଟିଛି।

ବ୍ୟାଟେରୀ ବିସ୍ଫୋରଣର କାରଣ:
ଆଧୁନିକ ମୋବାଇଲ୍ ଫୋନ୍ ଗୁଡିକ ଲିଥିୟମ୍-ଆୟନ ବ୍ୟାଟେରୀ ଦ୍ୱାରା ଚାଳିତ, ଯାହାର ଚାର୍ଜିଂ ପାଇଁ ସକାରାତ୍ମକ ଏବଂ ନକାରାତ୍ମକ ଇଲେକ୍ଟ୍ରୋଡ୍‌ର ସନ୍ତୁଳନ ହୋଇଥାଏ। ଏକ ବ୍ୟାଟେରୀର ଆଭ୍ୟନ୍ତରୀଣ ଉପାଦାନଗୁଡ଼ିକ ଏକ ଅସ୍ଥିର ପ୍ରତିକ୍ରିୟା ସୃଷ୍ଟି କରିପାରେ ଏବଂ ଅଗ୍ନିକାଣ୍ଡ ଘଟାଇପାରେ ବୋଲି ୱେବ୍‌ସାଇଟ୍‌ର ଏକ ରିପୋର୍ଟ PCMagରେ କୁହାଯାଇଛି।

Advertisment

ଅତ୍ୟଧିକ ଗରମ ହେତୁ ମୋବାଇଲ୍ ଫୋନର ବ୍ୟାଟେରୀ ବିସ୍ଫୋରଣ ହୋଇପାରେ। କିନ୍ତୁ ମୋବାଇଲ୍ ଫୋନ୍ ଗରମ ହେବାର ଭିନ୍ନ ଭିନ୍ନ କାରଣ ମଧ୍ୟ ଥାଇପାରେ। ମୋବାଇଲ୍‌ର ଶାରିରୀକ କ୍ଷତି, ଫୋନକୁ ଅଧିକ ସମୟ ସୂର୍ଯ୍ୟକିରଣରେ ରଖିବା, CPU କୁ ଅଧିକ କାମ କରେଇବା କିମ୍ବା ଚାର୍ଜିଂ ତ୍ରୁଟି ଫୋନ୍‌କୁ ଅଧିକ ଗରମ କରିପାରେ।

ପ୍ରାରମ୍ଭିକ ସଂକେତକୁ ଅଣଦେଖା କରନ୍ତୁ ନାହିଁ:

PCMagର ଏକ ରିପୋର୍ଟରେ କୁହାଯାଇଛି ଯେ ବେଳେବେଳେ ଫୋନରୁ ଏକ ପପିଙ୍ଗ୍ କିମ୍ବା ହିସିଙ୍ଗ ଶବ୍ଦ ବାହାରୁଥିବ କିମ୍ବା ପୋଡୁଥିବା ପ୍ଲାଷ୍ଟିକ୍ କିମ୍ବା ରାସାୟନିକ ପଦାର୍ଥର ଗନ୍ଧ ଆସୁଥିବ। ଯଦି ଏଭଳି ସଂକେତେ ଦେଖାଦିଏ ତେତେ କେବେ ବି ଅଣଦେଖା କରାଯିବା ଉଚିତ ନୁହେଁ। ଡିଭାଇସ୍‌ରୁ ଆସୁଥିବା ଅତ୍ୟଧିକ ଉତ୍ତାପରୁ ମଧ୍ୟ ଦୂରେଇ ରହିବା ଉଚିତ। ଏ କ୍ଷେତ୍ରରେ ଏହାକୁ ତୁରନ୍ତ ଅନ୍‌ପ୍ଲଗ୍ କରନ୍ତୁ।

Advertisment

କିପରି ରୋକିବେ:
ମୋବାଇଲ୍ ଫୋନ୍‌କୁ ରାତିସାରା ଚାର୍ଜ କରି ରଖନ୍ତୁ ନାହିଁ। ଦୀର୍ଘ ସମୟ ଧରି ଫୋନ୍ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ତକିଆ ତଳେ ମୋବାଇଲ୍ ଫୋନ୍ ରଖି ଶୋଇବା ଉଚିତ ନୁହେଁ। କାର୍‌ର ଡ୍ୟାସ୍‌ବୋର୍ଡରେ ରଖାଗଲେ ଫୋନ୍ ଗରମ ହୋଇପାରେ। ମୋବାଇଲ୍ ଫୋନକୁ କେବଳ ପ୍ରାଧିକୃତ ସେବା କେନ୍ଦ୍ରରେ କାମ କରନ୍ତୁ।

Mobile Phone Blast Mobile Phone Explodes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ