Advertisment

Gmail ଆକାଉଣ୍ଟରୁ କିପରି ଏକାଧିକ ଅଦରକାରୀ ମେସେଜ୍ ଡିଲିଟ୍ କରିବେ

Gmai ଆକାଉଣ୍ଟରେ ଅଦରକାରୀ ବାର୍ତ୍ତା ଭର୍ତ୍ତି ହୋଇଗଲେ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ଏ ସବୁକୁ ଏକାବେଳେ ଡିଲିଟ୍ କରିବାକୁ ଜାଣନ୍ତୁ ପ୍ରକ୍ରିୟା।

ଅଦ୍ୟତନ ହୋଇଛି
Gmail Account

How to delete gmail messages in bulk on your mobile

Advertisment

ଆପଣଙ୍କର Gmai ଆକାଉଣ୍ଟ୍ ଅଦରକାରୀ ବା ସ୍ପାମ୍ ବାର୍ତ୍ତାରେ ଭର୍ତ୍ତି ହୋଇଯାଇଛି କି? ଏମିତି ହୋଇଥିଲେ, ଏହି ଅଦରକାରୀ ଇମେଲଗୁଡିକ ଆପଣଙ୍କ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ସେ ସବୁକୁ ନିୟମିତ ସଫା କରିବା ଦରକାର ହୋଇଥାଏ।

Advertisment

ତେବେ ସବୁ ଇମେଲ ଖୋଲିବା ଏବଂ ବାର୍ତ୍ତାଗୁଡ଼ିକୁ ପୃଥକ ଭାବରେ ଡିଲିଟ୍ କରିବା ସବୁବେଳେ ସମ୍ଭବ ହୋଇ ନଥାଏ। ତେଣୁ କିପରି ଏକାବେଳେ ଏକାଧିକ ମେସେଜକୁ ଫିଲ୍ଟର୍ କରି ଡିଲିଟ୍ କରିବାକୁ ହେବ ତାହା Gmail ଅନୁମତି ଦେଇଛି।

ଗୁଗୁଲ୍ ଆନୁଷ୍ଠାନିକ ଭାବରେ PC କିମ୍ବା ଟ୍ୟାବଲେଟ୍ ମାଧ୍ୟମରେ ଏକାଧିକ ଇମେଲଗୁଡିକୁ ଡିଲିଟ୍ କରିବାକୁ ଅନୁମତି ଦେଇଛି କିନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍‌ Gmail ଆପରୁ ନୁହେଁ। କିନ୍ତୁ ଏପରି ଏକ ଉପାୟ ଅଛି ଯାହା ମାଧ୍ୟମରେ ଆପଣ ନିଜ ସ୍ମାର୍ଟଫୋନରୁ ସିଧାସଳଖ ଏକାଧିକ ଇମେଲକୁ ଡିଲିଟ୍ କରିପାରିବେ। Gmail ରୁ ଇମେଲଗୁଡିକ ଡିଲିଟ୍ କରିବାର ପ୍ରକ୍ରିୟା ଡେସ୍କଟପ୍ ଏବଂ ସ୍ମାର୍ଟଫୋନ୍ ପାଇଁ ସମାନ।

Advertisment

ଏନେଇ ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନେ କେବଳ ଏକ ବ୍ରାଉଜରରୁ ସେମାନଙ୍କର ମେଲ୍ ID ଖୋଲି ନିମ୍ନରେ ଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରିବା ଆବଶ୍ୟକ।

କିପରି କରିବେ ଡିଲିଟ୍:

  • ଯେକୌଣସି ବ୍ରାଉଜରରେ ଆପଣଙ୍କ ଡେସ୍କଟପ୍ କିମ୍ବା ସ୍ମାର୍ଟଫୋନରେ Gmail ଖୋଲନ୍ତୁ
  • ଉପର ବାମ ପାର୍ଶ୍ୱରେ ଥିବା ଇନ୍‌ବକ୍ସ ବିଭାଗରେ, ଡାଉନ୍ ତୀର କ୍ଲିକ୍ କରନ୍ତୁ
  • ସମସ୍ତ ମେସେଜ୍ ଟ୍ୟାପ୍ କରି ସିଲେକ୍ଟ କରନ୍ତୁ, ଯଦି ଆପଣଙ୍କର ଏକ ପୃଷ୍ଠାରୁ ଅଧିକ ମେସେଜ୍ ଅଛି, ତେବେ ଆପଣ Select all conversations କ୍ଲିକ୍ କରିପାରିବେ।
  • ଟ୍ରାଶ୍‌ରେ ଥିବା ସମସ୍ତ ମେସେଜ୍‌କୁ ହଟେଇବା ପାଇଁ Delete ଉପରେ କ୍ଲିକ୍ କରନ୍ତୁ
  • କିନ୍ତୁ ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ବର୍ଗରୁ ବହୁଳ ଭାବରେ ବାର୍ତ୍ତା ହଟେଇବାକୁ ଚାହୁଁଛନ୍ତି ତେବେ କଣ କରିବେ? ପ୍ରକ୍ରିୟା ସମାନ। ବ୍ରାଉଜରରେ Gmail ଖୋଲିବା ପରେ, ଆପଣ ମେସେସ୍ ଡିଲିଟ୍ କରିବାକୁ ଚାହୁଁଥିବା ବର୍ଗ ପୃଷ୍ଠାରେ ଚୟନ କରନ୍ତୁ।
  • ଏଠି Primary, Promotions and Social options କରିପାରିବେ
  • ଏବେ ବାର୍ତ୍ତାଗୁଡ଼ିକର ଉପର ବାମ ପାର୍ଶ୍ୱରେ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ସେହି ବର୍ଗ ଅନ୍ତର୍ଗତ ସମସ୍ତ ବାର୍ତ୍ତା ଚୟନ କରନ୍ତୁ ଏବଂ Delete ଉପରେ କ୍ଲିକ୍ କରନ୍ତୁ
Advertisment

ଯଦି ଆପଣ କେବଳ ଆପଣଙ୍କର ଇନବକ୍ସରେ କିମ୍ବା ନିର୍ଦ୍ଦିଷ୍ଟ ବର୍ଗରେ ଅନ୍‌ରିଡ୍ ମେସେଜଗୁଡ଼ିକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ :-

  • ବ୍ରାଉଜରରେ Gmail ଖୋଲନ୍ତୁ
  • ଇନବକ୍ସ କିମ୍ବା ଅନ୍ୟ ବର୍ଗର ସର୍ଚ୍ଚ ବାର୍ ରେ ''label:uread' ଟାଇପ୍ କରି ଏଣ୍ଟର୍ ମାରନ୍ତୁ
  • Gmail ଆପଣଙ୍କର ସମସ୍ତ ପଢିନଥିବା ଇମେଲଗୁଡିକ ଦେଖେଇବ
  • ଆପଣ 'label:uread' ସର୍ଚ୍ଚ କରି କେବଳ ପଠନ ବାର୍ତ୍ତା ଚୟନ କରିପାରିବେ
  • ବର୍ତ୍ତମାନ ବାର୍ତ୍ତାଗୁଡ଼ିକର ଉପର ପାର୍ଶ୍ୱରେ ଥିବା 'Select all box' କ୍ଲିକ୍ କରନ୍ତୁ ଏବଂ ତାପରେ 'ଏହି ସନ୍ଧାନ ସହିତ ମେଳ ହେଉଥିବା ସମସ୍ତ ବାର୍ତ୍ତାକୁ ବାଛନ୍ତୁ
  • ଅନ୍‌ରିଡ୍ ବାର୍ତ୍ତାକୁ ହଟେଇବା ନେଇ ଡିଲିଟ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
Social Media Gmail Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ