Advertisment

ବିବାହ କାର୍ଯ୍ୟରେ ବଢିବାରେ ଲାଗିଛି ହେଲିକପ୍ଟର ଫ୍ୟାସନ୍‌, ସମସ୍ତେ ବୁକିଂ କରିପାରିବେ କି ?

ନିଆରା ଷ୍ଟାଇଲରେ ବାହା ହେବାକୁ ସମସ୍ତେ ଚାହିଁଥାନ୍ତି। କିଏ ଘୋଡା ଚଢି କନିଆଁ ଘରକୁ ଯାଇଥାଏ ତ ଆଉ କିଏ ଶାଶୁ ଘରକୁ ହେଲିକପ୍ଟରରେ ଯାଇଥାଏ। ଏବେ ଜାଣନ୍ତୁ କେମିତି ହୋଇଥାଏ ହେଲିକପ୍ଟର ବୁକିଂ?

ଅଦ୍ୟତନ ହୋଇଛି
marriage

marriage

Advertisment

ବିବାହ କାର୍ଯ୍ୟରେ ହେଲିକପ୍ଟର ବ୍ୟବହାର ଏବେ ଫ୍ୟାସନ୍‌ ହୋଇଗଲାଣି। ବିବାହ କାର୍ଯ୍ୟରେ ବହୁମାତ୍ରାରେ ବ୍ୟବହାର ହେଉଛି ହେଲିକପ୍ଟର। ବିଶେଷ କରି ହେଲିକପ୍ଟରରେ କନ୍ୟା ବିଦାୟୀ ଏକ ଫ୍ୟାସନରେ ପରିଣତ ହୋଇଛି। କିନ୍ତୁ ହେଲିକପ୍ଟର ବୁକିଂ କରିବା ପାଇଁ କେତେ ଟଙ୍କା ଲାଗିଥାଏ। କିଭଳି କରିବେ ହେଲିକପ୍ଟର ବୁକିଂ। ଏଥି ପାଇଁ କଣ କରିବାକୁ ହେବ ?  ସବୁଠାରୁ ବଡ କଥା ସମସ୍ତେ କଣ ହେଲିକପ୍ଟର ବୁକ୍‌ କରିପାରିବେ? ଏପରି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ । 

Advertisment

ଯଦି ଆପଣ ବିବାହ ପାଇଁ ହେଲିକପ୍ଟର ଭଡାରେ ଆଣିବାକୁ ଚାହୁଁଛନ୍ତି, ତେବେ ଆପଣ ଅନଲାଇନରେ ବୁକିଂ କରିପାରିବେ। ହେଲିକପ୍ଟର ବୁକିଂ କରିବା ସମୟରେ କିଛି ନିୟମ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡିଥାଏ । ଯେମିତିକି କେଉଁଠାରେ ଲ୍ୟାଣ୍ଡ ହେବ, ତାହା ସବୁଠାରୁ ବଡ ପ୍ରଶ୍ନ । କାରଣ ହେଲିକପ୍ଟର କେଉଁଠି ବି ଲ୍ୟାଣ୍ଡ କରାଯାଇପାରିବ ନାହିଁ । ଏଥିପାଇଁ କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନ ବାଛିବାକୁ ହୋଇଥାଏ, ଯେଉଁଠି କି ହେଲିକପ୍ଟରକୁ ସହଜରେ ଲ୍ୟାଣ୍ଡ କରା ଯାଇପାରିବ ।

ଏହା ବାଦ୍ ହେଲିକପ୍ଟର ବୁକିଂ କରିବା ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅନୁମତି ଆଣିବାକୁ ହୋଇଥାଏ । ହେଲିକପ୍ଟର ଲ୍ୟାଣ୍ଡ କରିବାର ସମୟ, ସ୍ଥାନ ଏବଂ ତାରିଖ ପୂର୍ବରୁ ସୂଚନା ଦିଆଯାଇଥାଏ । ସବୁଠାରୁ ବଡ କଥା ହେଉଛି, ହେଲିକପ୍ଟର ବୁକିଂରେ କେତେ ଟଙ୍କା ଦେବାକୁ ପଡିଥାଏ । ହେଲିକପ୍ଟର କେତେ ଦୂର ଯିବାକୁ ଅଛି ତାହା ଜାଣିବା ପରେ ଯାଇ ଏହାର ଭଡା ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ।

Advertisment

ଏହା ସହିତ ଭଡାରେ ନେଲେ ଘଣ୍ଟାପ୍ରତି ଏହାର ଭଡା ନିଆଯାଇଥାଏ। ଅତିକମରେ ୨ ଘଣ୍ଟା ପାଇଁ ୨ରୁ ଅଢେଇ ଲକ୍ଷ ଟଙ୍କା ଭଡା ଲାଗିଥାଏ । ୨ ଘଣ୍ଟା ଅତିକ୍ରମ କରିବା ପରେ ଘଣ୍ଟାପ୍ରତି ୫୦ରୁ ୬୦ ହଜାର ଟଙ୍କା ଯାଏଁ ଭଡା ଗଣିବାକୁ ପଡିଥାଏ ।  ଆମ ଦେଶରେ ଅନେକ ଟ୍ରାଭେଲ୍‌ ଏଜେନ୍ସି ହେଲିକପ୍ଟର ସର୍ଭିସ୍‌ ଦେଉଛନ୍ତି । ଅଧିକ ଜାଣିବା ପାଇଁ ବିଶ୍ୱସ୍ତ ଟ୍ରାଭେଲ୍‌ ଏଜେନ୍ସି ସହ ଯୋଗାଯୋଗ କଲେ ସଠିକ୍ ସୂଚନା ମିଳିପାରିବ ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ