Astrospeak
  • Live TV
  • Read In English

କେମିତି ଅଛି ଆମ ଉତ୍କଳ ନିର୍ମାତାଙ୍କ ଏନ୍ତୁଡ଼ିଶାଳ

ମହାମନିଷୀମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆଜକୁ ୮୬ ବର୍ଷ ତଳେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଯେଉଁମାନଙ୍କ ଯୋଗୁଁ ଆମେ ଆଜି ଓଡିଆ ଜାତି ବୋଲି ମୁଣ୍ଡ ଟେକିଛେ, ଗର୍ବ କରୁଛେ, କହିବାକୁ ଗଲେ ଯିଏ ଗଢିଥିଲେ ଓଡ଼ିଶା, ସେଇମାନଙ୍କ ମଧ୍ୟରୁ କିଛି ବରପୁତ୍ରମାନଙ୍କ ଜନ୍ମମାଟି କିପରି ଅଛି ଆସନ୍ତୁ ଜାଣିବା।

How is house of our Odisha maker
କେମିତି ଅଛି ଆମ ଉତ୍କଳ ନିର୍ମାତାଙ୍କ ଏନ୍ତୁଡ଼ିଶାଳ

ଆଜି ଓଡ଼ିଶା ଦିବସ। ରାଜ୍ୟ ଆଜି ଉତ୍ସବମୁଖର। ଆଜି ଆମେ ଗର୍ବରେ କହୁଛି ଆମେ ଓଡିଆ। ହେଲେ ଯେଉଁମାନଙ୍କ ଯୋଗୁଁ ଆମେ ଆଜି ଓଡିଆ ଜାତି ବୋଲି ମୁଣ୍ଡ ଟେକିଛେ, ଯିଏ ଗଢିଥିଲେ ଓଡ଼ିଶା, ସେଇମାନଙ୍କ ମଧ୍ୟରୁ କିଛି ବରପୁତ୍ରମାନଙ୍କ ଜନ୍ମମାଟି କିପରି ଅଛି ଆସନ୍ତୁ ଜାଣିବା।

ମଧୁସୂଦନ ଦାସ:

ମଧୁବାବୁଙ୍କ ଘର

୧୯୩୩ ମସିହା ସେପ୍ଟେମ୍ବର ୧୫ ତାରିଖ। କଲିକତାର ଏକ ଘରୋଇ ହସ୍ପିଟାଲ ବେଡ୍‌ରେ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ରୋଗାକ୍ରାନ୍ତ ଉତ୍କଳ ଗୌରବ ମଧୁସୂଦନ। ଯନ୍ତ୍ରଣାର ଉପସମ ପାଇଁ ଅବରିତ ସଂଗ୍ରାମ ଚଳାଇ ଥକି ପଡିଥାନ୍ତି ଅଭିଜ୍ଞ ଡାକ୍ତର ନୀଳରତନ ସରକାର। ନିରୁପାୟ ଡାକ୍ତର କିଛି ସମୟ ପଦାକୁ ଯାଇ ଫେରିବା ପରେ ହସ୍ପିଟାଲ୍‌ ବେଡ୍‌ରେ ଯେଉଁ ଅଦ୍ଭୁତ ଦୃଶ୍ୟ ଦେଖିଲେ, ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେନି। ହସ୍ପିଟାଲର ଶଯ୍ୟା ଉପରେ ଖୁବ୍ ଆନନ୍ଦ ଆଉ ନିର୍ମିମେଶ ବଦନରେ ଶୋଇଥିଲେ କୂଳବୃଦ୍ଧ ମଧୁସୂଦନ।

ଆଶ୍ଚର୍ଯ୍ୟ ହେଇଗଲେ ଡାକ୍ତର ସରକାର। ଏହା କେମିତି ସମ୍ଭବ? କୁଳବୃଦ୍ଧ ବଢାଇ ଦେଇଥିଲେ ଖଣ୍ଡିଏ ଖବର କାଗଜ, ଦୈନିକ ଆଶା। ସେଥିରେ ଲେଖାଥିଲା ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଡାକ୍ତର ବାବୁଙ୍କ ପ୍ରଶ୍ନିଳ ଆଖିକୁ ଦେଖି ଉତ୍ତର ଦେଇଥିଲେ ମଧୁବାବୁ। ଜାତୀୟତାବାଦର ମଦ ମୁଁ ପାନ କରିଛି, ମୋର ଆଉ ଦୁଃଖ କଷ୍ଟ କଣ?

ପଣ୍ଡିତ ନିଳକଣ୍ଠ ଦାସ:

ନିଳକଣ୍ଠ ମିଶ୍ରଙ୍କ ଘର

ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପଛରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅବଦାନ ବି ଅନେକ ଥିଲା। ୧୯୨୦ ଡିସେମ୍ବରରେ ନାଗପୁର କଂଗ୍ରେସ ଅଧିବେଶନରେ ଭାଷାନୁଯାୟୀ ପ୍ରଦେଶ ଗଠନର ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ସେଥିରେ ନୀଳକଣ୍ଠଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। ସେହିଭଳି ଓଡିଆ ଶବ୍ଦକୋଷ ପ୍ରଣୟନ ପାଇଁ ଓଡ଼ିଶା ସରକାର ଯେଉଁ କମିଟି ଗଠନ କରିଥିଲେ ତା’ର ପୂରୋଭାଗରେ ଥିଲେ ଏହି ମହାପୁରୁଷ। ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ।

ରାଜ୍ୟ ପାଇଁ ଯିଏ ଏତେ କଥା କରିଥିଲେ ତାଙ୍କ ଘରକୁ ଆଜି ସରକାର ଭୁଲିଯାଇଛନ୍ତି। ଘରର କାନ୍ଥରୁ ଛାଡିଗଲାଣି ସିମେଣ୍ଟ। ଘର ଦୁଆରେ ସ୍ଥାପିତ ଥିବା ପ୍ରତିମୂର୍ତ୍ତୀ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଭଙ୍ଗାକାନ୍ଥ, ଭଙ୍ଗା କବାଟ, ଛାତରୁ ସିମେଣ୍ଟ ଛେଲା ଖସି ରଡ୍ ଦିଶୁଛି। ଘର ଭିତର ଅଳନ୍ଦୁରେ ଭରା ହୋଇଥିବା ବେଳେ ବାଦୁଡି ସାଲୁବାଲୁ ହେଉଛନ୍ତି।

ଛାତ ଏତେ ବିପଦ ସଙ୍କୁଳ ଅବସ୍ଥାରେ ଅଛି ଯେ ଯିଏ ଦେଖିବ ଭୟ କରିବ। ଘର କାନ୍ଥରେ ବି ଗଛ ବଢିଗଲାଣି, ପକ୍ଷୀମାନେ ଛାଡା ପରିଶ୍ରା କରୁଛନ୍ତି। ତେବେ ଏହି କୋଠାର ପ୍ରଥମ କୋଠରୀରେ ଆରଆଇ ଅଫିସ୍‌ ବି ଚାଲିଛି। ପୁରୀ ଜିଲ୍ଲା ଚନ୍ଦନପୁର ପାଖରେ ଥିବା ଶ୍ରୀରାମଚନ୍ଦ୍ରପୁରର ଶ୍ରୀ ଥିଲେ ନୀଳକଣ୍ଠ ଦାସ। ସେଇ ଶିରିଙ୍କ ଶିରିପା ସିନା ଲୋକଙ୍କ ହୃଦୟରେ ବଞ୍ଚି ରହିଛି, ହେଲେ ତାଙ୍କ ଏନ୍ତୁଡି ଶାଳ ଆଜି ଶ୍ରୀହିନ।

କୃପାସିନ୍ଧୁ ମିଶ୍ର:

କୃପାସିନ୍ଦୁ ମିଶ୍ରଙ୍କ ଘର

ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ପୁରୀ ଜିଲ୍ଲା ବୀରପ୍ରତାପପୁର ଶାସନର ପଣ୍ଡିତ କୃପାସିନ୍ଧୁ ମିଶ୍ର। ଘର ଆଗରେ ପଡିରହିଛି ଏକ ଭଙ୍ଗା କଳଙ୍କିଲଗା ମାଲବାହୀ ଗାଡି। ଘର ଭିତରେ ବି କୁଢକୁଢ ଅଳିଆ ଓ ଆବର୍ଜନା। କବାଟରେ ଉଈ ଲାଗିଗଲେଣି। ଘରସାରା ଅଳନ୍ଧୁ। କୃପାସିନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଏଠି କେବଳ ପ୍ରତିମୂର୍ତ୍ତୀଟେ ସ୍ଥାପନ କରାଯାଇଛି। ଗାଁ ମୁଣ୍ଡରେ ଗୋଟେ ଏବଂ ତାଙ୍କ ଘରଠୁ ଟିକେ ଦୂରରେ ଅନ୍ୟ ମହାପୁରୁଷଙ୍କ ସହ କୃପାସିନ୍ଧୁଙ୍କ ପ୍ରତିମୂର୍ତ୍ତୀ ରହିଛି। କିନ୍ତୁ ଏ ପ୍ରତିମୂର୍ତ୍ତୀ ସରକାର ନୁହେଁ ବରଂ ଗାଁଲୋକ ଏକ ସମିତି ଗଢି ଏହାକୁ ନିର୍ମାଣ କରିଛନ୍ତି।