Advertisment

ହର୍ବାଲ ଫଗୁ ଯୋଗାଇ ହୋଲିରେ ଲୋକଙ୍କ ସ୍ୱାସ୍ଥ୍ୟ ଚିନ୍ତା କଲେ ମହିଳା

ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଫଗୁ ଅପେକ୍ଷା ଏହି ଫଗୁ ସୁରକ୍ଷିତ ଓ ଶସ୍ତା ହୋଇଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଏହାପ୍ରତି ଆଗ୍ରହ ବଢ଼ିଥିବା ବ୍ୟବସାୟୀ ଜଣାଇଛନ୍ତି ।

ଅଦ୍ୟତନ ହୋଇଛି
Herbal Colour

Herbal Colour

Advertisment

ଡୁମୁରିପୁଟର ଏକ ଛୋଟ ଘରେ ଗାଜର ,ବିଟ ରୁଟ ଓ ଶାଗ କଟା ଚାଲିଛି ଏବଂ ଗେଣ୍ଡୁ ଫୁଲ କୁ ଗୁଣ୍ଡ କରିଦିଆ ହେଉଛି । ସେସବୁକୁ ପୁଣି ଗ୍ରାଇଣ୍ଡରରେ ବାଟି ଦିଆଯାଉଛି । ଆଜି ଗାଁରେ କାହାରି ଭୋଜିଭାତ ପାଇଁ ଏହା କୌଣସି ପ୍ରସ୍ତୁତି ନୁହେଁ । ବରଂ ଶୈଳବାଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହେଉଛି ଭଳିକି ଭଳି ରଙ୍ଗର ଫଗୁ ।

Advertisment

ସ୍ଥାନୀୟ ବାଡ଼ି ବଗିଚାରୁ ସଂଗୃହିତ ଏହି ପନିପରିବା ଓ ଫୁଲକୁ ଗ୍ରାଇଣ୍ଡରରେ ବାଟି ଦିଆଯିବା ପରେ ଏହାର ରସକୁ ନିଗାଡି ଦେଇ ମଇଦାରେ ଗୋଳାଇ ଦିଆଯାଏ । ଭଲଭାବେ ମଇଦାର ଧଳା ରଙ୍ଗ ବଦଳି ଯାଇ ରଙ୍ଗ ବେରଙ୍ଗର ଫଗୁ ବନି ଗଲା ପରେ ତାକୁ ବାହାରେ ଶୁଖାଇଦିଆଯାଉଥିବା ମହିଳା ଗୋଷ୍ଠୀ ର ସଦସ୍ୟ ଜଣାଇଛନ୍ତି ।

ଓଡ଼ିଶା ଜୀବିକା ମିଶନର ସହାୟତାରେ ଚଳିତ ବର୍ଷ ଆରମ୍ଭ କରିଥିବା ଏହି ବ୍ୟବସାୟ ରେ ଲାଭ କ୍ଷତିର ବିଚାର ନ କରି ଲୋକଙ୍କୁ ଏକ ସୁରକ୍ଷିତ ଫଗୁରେ ହୋଲି ଖେଳିବାର ସୁଯୋଗ ଦେଇପାରିଥିବା ଯୋଗୁଁ ଆତ୍ମସନ୍ତୋଷ ଲାଭ କରିଛନ୍ତି ଏହି ମହିଳା ମାନେ । ତେବେ ଏହି ଫଗୁର ଗୁଣାତ୍ମକ ମୂଲ୍ୟ ଯୋଗୁଁ ଜୀବିକା ମିଶନ ତରଫରୁ ଏହି ଫଗୁକୁ କୋରାପୁଟ ଜିଲ୍ଲାର ବିଭିନ୍ନ ସହର ବଜାରରେ ବିକ୍ରି କରାଯାଉଥିବା ବେଳେ ଭୁବନେଶ୍ୱର କୁ ମଧ୍ୟ ପଠାଯାଇଥିବା ଜୀବିକା ମିଶନର ସ୍ଥାନୀୟ ସଂଯୋଜିକା ସିପ୍ରା ରାଉତ ସୂଚନା ଦେଇଛନ୍ତି ।

Advertisment

ଚଳିତ ବର୍ଷ ମହିଳା ଦିବସ ଦିନ ଆରମ୍ଭ କରିଥିବା ଏହି ପ୍ରକ୍ରିୟା ରେ ମହିଳା ଗୋଷ୍ଠୀ ଏକ କ୍ଵିଣ୍ଟାଲ ଫଗୁ ପ୍ରସ୍ତୁତ କରିଥିବା ବେଳେ ଆସନ୍ତା ବର୍ଷ ଆହୁରି ଅଧିକା ଫଗୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଥିବା ସେ ଜଣାଇଛନ୍ତି । ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଫଗୁ ଅପେକ୍ଷା ଏହି ଫଗୁ ସୁରକ୍ଷିତ ଓ ଶସ୍ତା ହୋଇଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଏହାପ୍ରତି ଆଗ୍ରହ ବଢ଼ିଥିବା ବ୍ୟବସାୟୀ ଜଣାଇଛନ୍ତି ।

SHG Herbal Colour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ