Advertisment

ହଠାତ୍‌ ଘର ଭିତରେ ହେଲା ବିସ୍ଫୋରଣ, ତା’ପରେ...

ଘର ଭିତରେ ବିସ୍ଫୋରଣ। ବିସ୍ଫୋରଣରେ ଘରର ଆସବାବପତ୍ର ଛିନ୍‌ଛତ୍ର ହୋଇ ପଡ଼ିଥିବା ବେଳେ ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଛି।

Blast At House

Blast At House

Advertisment

ବ୍ରହ୍ମପୁର: ଘର ଭିତରେ ବିସ୍ଫୋରଣ। ଏଥିରେ ଜଣେ ୮ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମେଦିନିପୁର ଗାଁରେ ଗୁରୁବାର ଅପରାହ୍ଣରେ ଏହି ବିସ୍ଫୋରଣ ଘଟିଛି। ଶିଶୁଟିକୁ ପ୍ରଥମେ କୋଦଳା ହସ୍ପିଟାଲରେ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ସୂଚନା ଅନୁସାରେ, ଫାସି ଗାଁର ବିନାୟକ ସାହୁଙ୍କ ପୁଅ ବିବେକାନନ୍ଦ ଗତକାଲି ମେଦିନିପୁର ଗାଁ ସ୍ଥିତ ନିଜ ମାମୁ ଘରକୁ ବୁଲିବାକୁ ଯାଇଥିଲେ। ଅପରାହ୍ଣରେ ଖାଇ ସାରିବା ପରେ ସେ ପ୍ରଥମ ମହଲାକୁ ଶୋଇବାକୁ ଯାଇଥିଲେ। କିଛି ସମୟ ପରେ ଘରେ ବିସ୍ଫୋରଣର ଶବ୍ଦ ଶୁଭି ଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବିସ୍ଫୋରଣରେ ଘରର ଆସବାବପତ୍ର ଛିନ୍‌ଛତ୍ର ହୋଇ ପଡ଼ିବା ସହ ଘରର କାନ୍ଥ ଫାଟି ଯାଇଥିଲା।

ଘଟଣାକୁ ନେଇ ବିବେକାନନ୍ଦଙ୍କ ଜେଜେମା’ କହିଛନ୍ତି, ‘ସେ ଖାଇ ସାରି ଉପ ଘରକୁ ଶୋଇବାକୁ ଯାଇଥିଲା। ଏହି ସମୟରେ ଆମେ ସମସ୍ତେ ତଳ ଘରେ ଖାଉଥିଲୁ। କିଛି ପୁରୁଣା ବାଣରୁ ଏହି ବିସ୍ଫୋରଣ ଘଟିଛି।

Advertisment

ବିସ୍ଫୋରଣରେ ଘରର ଆସବାବପତ୍ର ଛିନ୍‌ଛତ୍ର ହୋଇ ପଡ଼ିଥିବା ବେଳେ ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଛି।  ଅନ୍ୟ କିଛି ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରଣର ସନ୍ଦେହ କରୁଛି ପୋଲିସ। ପ୍ରକୃତରେ କେଉଁ କାଣ ଯୋଗୁ ବିସ୍ଫୋରଣ ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ବାଣରୁ ନା ବୋମା ବିସ୍ଫୋରଣ ଘଟିଛି ? ନା ବିସ୍ଫୋରଣ ପଛରେ ଅନ୍ୟ କିଛି କାରଣ ରହିଛି, ସେନେଇ ତଦନ୍ତ ଚାଲିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Advertisment
Explosion In House Blast In House
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ