Advertisment

ସ୍ପେସ୍‌ରେ କିପରି ଧୁଆଯାଏ ଚୁଟି, ଦେଖନ୍ତୁ ଏହି ଭିଡିଓରେ

ନିକଟରେ ନାସାର ଅନ୍ତରୀକ୍ଷ ଯାତ୍ରୀ ମେଗନ ମେକଆର୍ଥର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯେ ସ୍ପେସ୍‌ରେ ଜଣେ ଅନ୍ତରୀକ୍ଷ ଯାତ୍ରୀ କିପରି ତାଙ୍କ ଚୁଟିକୁ ଧୋଉଛନ୍ତି। ପୃଥିବୀପୃଷ୍ଠରେ ଆମେ ଯେଉଁ କାମକୁ ଖୁବ ସହଜରେ କରିଦେଉଛେ ସେହି କାମ ଅନ୍ତରୀକ୍ଷରେ କରିବା କେତେ କଷ୍ଟ ଏଥିରୁ ଜଣାପଡୁଛି। ସ୍ପେସ୍‌ରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ପୃଥିବୀ ତୁଳନାରେ ନାହିଁ କହିଲେ ଚଳେ।

Hair Washing in Space

Hair Washing in Space

Advertisment

ନିକଟରେ ନାସାର ଅନ୍ତରୀକ୍ଷ ଯାତ୍ରୀ ମେଗନ ମେକଆର୍ଥର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯେ ସ୍ପେସ୍‌ରେ ଜଣେ ଅନ୍ତରୀକ୍ଷ ଯାତ୍ରୀ କିପରି ତାଙ୍କ ଚୁଟିକୁ ଧୋଉଛନ୍ତି। ପୃଥିବୀପୃଷ୍ଠରେ ଆମେ ଯେଉଁ କାମକୁ ଖୁବ ସହଜରେ କରିଦେଉଛେ ସେହି କାମ ଅନ୍ତରୀକ୍ଷରେ କରିବା କେତେ କଷ୍ଟ ଏଥିରୁ ଜଣାପଡୁଛି। ସ୍ପେସ୍‌ରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ପୃଥିବୀ ତୁଳନାରେ ନାହିଁ କହିଲେ ଚଳେ। ଏହି କାରଣରୁ ମାଇକ୍ରୋ ଗ୍ରାଭିଟିରେ କିପରି ରହିବାକୁ ହେବ ତାହା ଅନ୍ତରୀକ୍ଷ ଯାତ୍ରୀଙ୍କୁ ବର୍ଷ ବର୍ଷ ଧରି ଟ୍ରେନିଂ ଦେବାକୁ ପଡିଥାଏ। ସ୍ପେସ୍‌ରେ ଖାଇବା, ପିଇବା, ଗାଧୋଇବା, ଚୁଟି ଧୋଇବା ଭଳି ସାଧାରଣ କାମ ବହୁ କଷ୍ଟକର ହୋଇଥାଏ। ଏହି କାରଣରୁ ସ୍ପେସ୍‌ରେ ଏହି କାମ କରିବା ନେଇ ମହାକାଚାରୀମାନେ ଅନେକ ସ୍ୱତନ୍ତ୍ର ଉପକରଣ ସାଙ୍ଗରେ ନେଇକି ଯାଇଥାନ୍ତି।

Advertisment
Hair Washing in Spaceସ୍ପେସରେ ଚୁତି ଧୁଆ

ଏହି ସବୁ କାମ ସେଠାରେ ଆଶ୍ଚର୍ଯ୍ୟଜନକ ଭାବେ ହେଉଥିବାରୁ ଏହାର ଏକ ଭିଡିଓ ମହାକାଶଚାରୀ ନେଗମ ମେକଆର୍ଥର ଶେୟାର କରିଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ମାଇକ୍ରୋ ଗ୍ରାଭିଟିରେ ସେ କିଭଳି ଭାବେ ନିଜର ଚୁଟି ଧୋଉଛନ୍ତି। ଭିଡିଓ ଆରମ୍ଭରୁ ନେଗମ କହିଛନ୍ତି ଯେ “ମତେ ଅନେକ ସମୟରେ ପଚରାଯାଏ ଯେ ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ରେ କିପରୁ କାମ ହୁଏ? ଏହି ଅବସରରେ ମୁଁ ଆପଣଙ୍କୁ କହିବି ଯେ ସ୍ପେସ୍‌ରେ ଚୁଟିକୁ କିପରି ଧୁଆଯାଏ।”

Advertisment

ଭିଡିଓରେ ଦେଖାଯାଉଛି ଯେ ମାଇକ୍ରୋ ଗ୍ରାଭିଟିରେ କିପରି ତାଙ୍କ ଚୁଟି ଧିରେ ଧିରେ ଏପଟ ସେପଟ ହୋଇ ଉଡୁଛି। ଏହା ପରେ ମେଗନ ବହୁ ସାବଧାନ ହୋଇ ବୋତଲରେ ଥିବା ପାଣିରେ ଗୋଟିଏ କପଡାକୁ ଓଦା କରୁଛନ୍ତି। ଏହା ପରେ ସେ ଏହି ଓଦା କପଡାରେ ତାଙ୍କ ଚୁଟିକୁ ସଫା କରୁଛନ୍ତି।

Advertisment

ଚୁଟିକୁ ସଫା କରିବା ପରେ ମେଗନ କହୁଛନ୍ତି ଯେ “ମାଇକ୍ରୋ ଗ୍ରାଭିଟିରେ ଚୁଟିକୁ ଧୋଇବା ବହୁ ମଜାଦାର ହୋଇଥାଏ।” ଏହାପରେ ସେ ଏକ ଭିନ୍ନ ଶୈଳୀରେ ସାମ୍ପୁକୁ ତାଙ୍କ ଚୁଟିରେ ଲଗାନ୍ତି। ସାମ୍ପୁ ଲଗେଇବା ପରେ ମେଗନ ଆଉଥରେ ତାଙ୍କ ଚୁଟିକୁ ସଫା କରିବା ଦେଖାଯାଏ।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ମେଗନ ମେକଆର୍ଥର ଏହାକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ଖୁବ ଜୋରେ ଭାଇରାଲ ହେବାରେ ଲାଗିଛି। ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୪୨ହଜାରରୁ ଅଧିକ ଥର ଦେଖାସରିଥିଲା। ଏହାକୁ ଦେଖି ଅନେକ ଲୋକ ପ୍ରତିକ୍ରିୟା ମଧ୍ୟ କରିଛନ୍ତି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ