Advertisment

ମହୁଲ ଫୁଲର ବିକ୍ରି ପାଇଁ ଉପଯୁକ୍ତ ବଜାର ନଥିବାରୁ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ

ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏହି ସଂପ୍ରଦାୟର ଲୋକେ ଲାଗିପଡ଼ନ୍ତି ମହୁଲ ସଂଗ୍ରହରେ । ହାଡ ଭଙ୍ଗା ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍‍ ବ୍ୟବସ୍ଥା କରାଯାଉ ନଥିବାରୁ ଶୋଷଣର ଶିକାର ହେଉଥିବା ସବୁବେଳେ ଅଭିଯୋଗ ହେଉଛି..

ଅଦ୍ୟତନ ହୋଇଛି
Mahula Cultivation

Mahula Cultivation

Advertisment

ଜଙ୍ଗଲ ମାଟିରୁ ଗୋଟି କରି ସଂଗ୍ରହ ଚାଲିଛି ମହୁଲ । ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ତଥାପି ଖରାକୁ ନ ଡରି ପିଲା ଭେଣ୍ଡା ବୃଦ୍ଧ ବୃଦ୍ଧା ସମସ୍ତେ ଲାଗି ପଡ଼ିଛନ୍ତି ମହୁଲ ସଂଗ୍ରହ କରିବାରେ । କାହିଁକିନା ମହୁଲ ସଂଗ୍ରହ କରି ତାକୁ ଶୁଖାଇ ବିକ୍ରି କଲେ ହିଁ ଘରେ ଚୁଲି ଜଳିବ । ପେଟକୁ ଭାତ ଯିବ ଆଉ ଜୀବନ ବଞ୍ଚିବ ।

Advertisment

ପିଲାମାନଙ୍କ ଭଲ ମନ୍ଦରେ ସେଥିରୁ ଆଦାୟ ଅର୍ଥରେ ଖର୍ଚ୍ଚ ହେବ । କାହିଁକିନା ଏମାନଙ୍କ ଆଖପାଖରେ ଆଉ ଜୀବିକା ନିର୍ବାହ ପାଇଁ ନାହିଁ ଆଉ ଅନ୍ୟ କୌଣସି ଜୀବନ ପନ୍ଥା । ହେଲେ ସମସ୍ୟା ହେଉଛି ମହୁଲ ବେପାର ପାଇଁ ଉପଯୁକ୍ତ ବଜାର ନଥିବାରୁ ଏମାନେ ଶୋଷଣର ଶିକାର ହେଉଥିବା କହିଛନ୍ତି ।

ମହୁଲ ଋତୁ ଜନିତ ଫୁଲ । ରବି ଋତୁରେ ପାଣି ଅଭାବ ଯୋଗୁଁ କୌଣସି ଫସଲ ହେଉନଥିବା ବେଳେ ଆଦିବାସୀ ଏହି ରବି ଋତୁର ବନ ଜାତ ଦ୍ରବ୍ୟ ମାଧ୍ୟମରେ ଆର୍ଥିକ ଉପାର୍ଜନର ସୁଯୋଗ ପାଆନ୍ତି । ଘର ପାଖକୁ ବେପାରୀ ଆସି କିଣୁଥିବା ଓ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଜାଣିନଥିବା ଯୋଗୁଁ କମ୍‍ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଗତ କିଛି ବର୍ଷ ପୂର୍ବେ ଗୁଣପୁର ଅଞ୍ଚଳ ପାଇଁ ଟିଡିସିସି ସଂସ୍ଥା ଜରିଆରେ ମହୁଲ ବିକ୍ରିବଟା ସୁବିଧା ରହିଥିଲା । ହେଲେ ୮ ବର୍ଷ ହେବ କିନ୍ତୁ ଆଉ ଟିଡିସିସି ଅଞ୍ଚଳରେ ନାହିଁ ।

Advertisment

ପ୍ରତିବର୍ଷ ଏମିତି ଆଦିବାସୀମାନେ ଶୋଷଣର ଶିକାର ହେଉଛନ୍ତି । ଆଉ ଏହି ଦିଗରେ ପ୍ରଶାସନ ପଦକ୍ଷେପ ନେଉନାହିଁ । ସମସ୍ୟା ଯେଉଁଠି କି ସେଇଠି ରହିଯାଇଛି । ଏଭଳି ସ୍ଥିତିରେ ଆଦିବାସୀଙ୍କ ଜୀବନ ଜିବିକା ପାଲଟିଥିବା ଲଘୁ ବନ ଜାତ ଦ୍ରବ୍ୟ ମହୁଲର ଉଚିତ୍‍ ମୂଲ୍ୟ କେବେ ମିଳିବ ତାହା ଏବେ ବଡ ପ୍ରଶ୍ନ ।

(ରିପୋର୍ଟ - ଗୁଣପୁରରୁ ଇନ୍ଦ୍ରଜିତ୍‍ କୁମାର ପଣ୍ଡା)

Tribal Haat Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ