Advertisment

ନିଜ ଶରୀରରେ ୮୫ ଚାମଚ ସନ୍ତୁଳନ କରି ବିଶ୍ୱ ରେକର୍ଡ କଲେ ବ୍ୟକ୍ତି

ବ୍ୟକ୍ତିଙ୍କ ପାଖରେ ରହିଛି ନିଆରା ଶକ୍ତି। ନିଜ ଶରୀରରେ ଧରି ରଖିପାରୁଛନ୍ତି ଅନେକ ଚାମଚ। ଏହି କାରଣରୁ ସେ ଆଜି ବିଶ୍ୱ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି।

ଅଦ୍ୟତନ ହୋଇଛି
Guinness world records; man balance 85 spoons

Guinness world records; man balance 85 spoons

Advertisment

ଜଣେ ବ୍ୟକ୍ତି ନିଜ ଶରୀରରେ ସର୍ବାଧିକ ଚାମଚ ସନ୍ତୁଳନ କରିବା ନେଇ ତ ଗିନିଜ୍ ୱାର୍ଲ୍ଡ ରେକର୍ଡ ତିଆରି କରିଛନ୍ତି। ଇରାନର କରାଜରେ ରହୁଥିବା ୫୦ ବର୍ଷୀୟ ଅବୁଫଜଲ ସାବେର ମୋଖ୍‌ତାରୀ ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ତାଙ୍କ ଶରୀରରେ ଏକାବେଳକେ ୮୫ଟି ଚାମର ଧରି ରଖିବାରେ ସକ୍ଷମ ହୋଇଛନ୍ତି। ମୋଖ୍‌ତାରୀ କୁହନ୍ତି, "ମୁଁ ପିଲାଦିନେ ହଠାତ ଏହି ପ୍ରତିଭା ବିଷୟରେ ଜାଣିଥିଲି। କିନ୍ତୁ ଦୀର୍ଘବର୍ଷର ଅଭ୍ୟାସ ଏବଂ ପ୍ରୟାସ ପରେ ମୁଁ ଏହି ପ୍ରତିଭାକୁ ବଢେଇବାକୁ ସକ୍ଷମ ହୋଇଥିଲି ଏବଂ ମୁଁ ଆଜି ଏଠାରେ ପହଞ୍ଚିଛି।"

Advertisment

ତେବେ ତୃତୀୟ ପ୍ରୟାସରେ ହିଁ ଅବୁଫଜଲ ଏହି ଅଦ୍ଭୁତ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ଦେହରେ ସର୍ବାଧିକ ଚାମଚ ସନ୍ତୁଳନ କରିବାର ରେକର୍ଡ ସ୍ପେନ୍‌ର ମାର୍କୋଜ୍ ରୁଇଜ୍ ସେସୈଲୋଜଙ୍କ ନାମରେ ଥିଲା। ସେ ତାଙ୍କ ଦେହରେ ୬୪ ଚାମଚ ସନ୍ତୁଳନ କରିଥିଲେ। ବର୍ତ୍ତମାନ ଅବୁଫଜଲ ଅଧିକ ୨୧ଟି ଚାମଚକୁ ନିଜ ଦେହରେ ସନ୍ତୁଳନ କରି ରଖି ତାଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଅବୁଫଜଲଙ୍କ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ଯେଉଁଥିରେ ଚାମଚ ତାଙ୍କ ଦେହରେ ଗୋଟିଏ ପରେ ଗୋଟିଏ ରଖାଯାଇଛି। ସେ ଏହି ଚାମଚକୁ ଏମିତି ଭାବରେ ସନ୍ତୁଳନ କରୁଛନ୍ତି ସତେ ଯେପରି ତାଙ୍କ ଶରୀରରେ ଚୁମ୍ବକ ଅଛି।

Advertisment

ଗିନିଜ ୱାର୍ଲ୍ଡ ରେକର୍ଡସ ଟିମ୍ ସହିତ ଆଲୋଚନା ବେଳେ ମୋଖ୍‌ତାରୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ବିଶ୍ୱାସ ଅଛି ଯେ ତାଙ୍କ ପାଖରେ ବିଶେଷ ଶକ୍ତି ଅଛି। ସେ କହିଛନ୍ତି ଯେ ତାଙ୍କର ଏପରି କିଛି ଦକ୍ଷତା ଅଛି ଯେ ଯାହା ମାଧ୍ୟମରେ ସେ ନିଜ ଶରୀରର ଉର୍ଜାକୁ ଯେକୌଣସି ଜିନିଷକୁ ସ୍ଥାନାନ୍ତର କରିପାରିବେ। ଏହାରି ମାଧ୍ୟମରେ ସେ ତାଙ୍କ ଶରୀରରେ କିଛି ବି ଜିନିଷକୁ ରଖିପାରିବେ।

Advertisment

ଅବୁଫଜଲ ସାବେର କୁହନ୍ତି ଯେ “ମୁଁ ମୋ ଶରୀରର ଉର୍ଜାକୁ କୌଣସି ବି ବସ୍ତୁ ଉପରକୁ ସ୍ଥାନାନ୍ତର କରିଦେଇପାରେ। ଯେତେବେଳେ ମୁଁ ଏହାକୁ ଛୁଏଁ ଓ ଅନୁଭବ କରେ ସେତେବେଳେ ମୁଁ ଏପରି କରିଦେଇ ପାରେ। ଏହାପରେ ଯେତେ ସମ୍ଭବ ମୁଁ ଏହା ଉପରେ ଧ୍ୟାନ କେନ୍ଦ୍ରୀତ କରେ। ଏହିପରି ଭାବେ ମୁଁ ଏମିତି ଅଦ୍ଭୁତ କରିବାରେ ସକ୍ଷମ ହୋଇପାରେ।”

ଅବୁଫଜଲ ସାବେର ମୋଖ୍‌ତାରୀ ଇରାନର ଚୁମ୍ବକୀୟ ମ୍ୟାନ୍ ଭାବରେ ମଧ୍ୟ ଜଣାଶୁଣା। ତାଙ୍କ କହିବା କଥା ସେ ତାଙ୍କ ଶରୀରରେ ଯେକୌଣସି ଜିନିଷକୁ ବି ଧରି ରଖିପାରିବେ। ଏପରିକି ମଣିଷକୁ ମଧ୍ୟ ସେ ତାଙ୍କ ଶରୀରରେ ଧରି ରଖିପାରିବେ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ