Advertisment

ଷ୍ଟେଜ୍‌ରେ କନ୍ୟାକୁ ଚାପୁଡ଼ା ମାରିଲା ବର, ଦେଖନ୍ତୁ ଭିଡିଓ...

ବିବାହ ରିସେପ୍‌ସନ ପାର୍ଟିରେ କନ୍ୟାକୁ ଚାପୁଡ଼ା ମାରିଲା ବର, ଆଉ ତା’ପରେ...

ଅଦ୍ୟତନ ହୋଇଛି
Groom who hit wife in the head on wedding day in Uzbekistan is charged

Groom who hit wife in the head on wedding day in Uzbekistan is charged

Advertisment

ସୋସିଆଲ୍‌ ମିଡ଼ିଆରେ ପ୍ରତିଦିନ ଅନେକ ଭିଡ଼ିଓ ଭାଇରାଲ୍ ହୋଇଥାଏ । ଏହାରି ମଧ୍ୟରେ ଏବେ ପୁଣି ଏକ ଭିଡ଼ିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି । ଯାହା ଦେଖିଲେ ହୁଏତ ଆପଣଙ୍କୁ ବି ରାଗ ଲାଗିପାରେ । ଭିଡିଓରେ ରିସେପସନ୍‌ ପାର୍ଟି ଚାଲିଥିବା ସମୟରେ ବର କନ୍ୟାକୁ ଚାପୁଡା ମାରୁଥିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

Advertisment

ନିକଟରେ ଉଜ୍‌ବେକିସ୍ତାନର ଏକ ଅଞ୍ଚଳରେ ବିବାହ ରିସେପ୍‌ସନ ପାର୍ଟି ଆୟୋଜନ ହୋଇଥିଲା । ସମସ୍ତେ ଭୋଜିଭାତ ନାଚ ଗୀତରେ ମସଗୁଲ ଥିଲେ । ଠିକ୍ ସେହି ସମୟରେ ବର କନ୍ୟାକୁ ଜୋରଦାର ଚାପୁଡା ମାରିଲା । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ଚାଲନ୍ତୁ ଜାଣିବା ବରଟି ଏପରି କାହିଁକି କଲା…

ମଞ୍ଚ ଉପରେ ବର-କନ୍ୟାଙ୍କ ମଧ୍ୟରେ ଏକ ଗେମ୍‌ ଖେଳାଯାଇଥିଲା। ଏହି ଗେମ୍‌ କନ୍ୟା ଜିତି ଯାଇଥିଲା । ନିଜ ପରାଜୟକୁ ସହି ନ ପାରି ବର ରାଗରେ ମଞ୍ଚ ଉପରେ ହିଁ ସମସ୍ତଙ୍କ ସାମ୍ନାରେ ନିଜ ପତ୍ନୀକୁ ଜୋରଦାର ଚାପୁଡା ମାରିଦେଲେ । ଚାପୁଡା ମାରିବା ପରେ ବର ଜଣକ କିଛି ଘଟିନଥିଲା ଭଳି ପୁଣି ସ୍ୱାଭାବିକ ଭାବେ ଠିଆ ହୋଇପଡିଲା। କିନ୍ତୁ କନ୍ୟା ଜଣକ ଏଭଳି ମାଡ ସହି ନପାରି ଯନ୍ତ୍ରଣା ହେଉଥିବାରୁ ନିଜ ମୁଣ୍ଡକୁ ଧରି ମଞ୍ଚ ଉପରୁ ମନ ଦୁଃଖ କରି ଚାଲି ଯାଇଥିଲେ। ପାଖରେ ଥିବା ଲୋକେ ଘଟଣାକୁ ନିଜ କ୍ୟାମେରାରେ କଏଦ୍‌ କରିନେଇଥିଲେ । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Advertisment

ତେବେ ସୋସିଆଲ ମିଡିଆର ଅନେକ ୟୁଜର୍ସ ଏହି ଭିଡ଼ିଓରେ କମେଣ୍ଟ ଓ ଲାଇକ୍‌ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ ଏହା ଅସହନୀୟ। ବରକୁ ନିଶ୍ଚିତ ରୂପେ ଦଣ୍ଡ ମିଳିବା ଉଚିତ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଝିଅର ବାପା-ମା’ ଏହା ଦେଖି କିଭଳି ସହ୍ୟ କରିପାରୁଛନ୍ତି? ଏହା ଏତେ ଭୟଙ୍କର ଯେ, ଏହାକୁ ସମାଧାନ କରାଯାଇପାରିବ ନାହିଁ।’

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ