groom-touches-bride-feet
ଯୁଗ ବଦଳିବା ସଙ୍ଗେ ସଙ୍ଗେ ଲୋକେ ନିଜକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ନାରୀଙ୍କୁ ଅଧିକାର ମିଳିବା ସହ ଉଚିତ୍ ସମ୍ମାନ ମଧ୍ୟ ମିଳୁଛି । ମହିଳାଙ୍କ ପ୍ରତି ଥିବା ମାନସିକତା ପରିବର୍ତ୍ତନ ହେବା ସହ ବିଭିନ୍ନ କ୍ଷେତ୍ରରେ ତାଙ୍କୁ ଅଗ୍ରାଧିକାର ଦିଆଯାଉଛି । ପୂର୍ବ ପରି ମହିଳାମାନେ କେବଳ ଘର ସମ୍ଭାଳୁ ନାହାନ୍ତି, ପୁରୁଷଙ୍କ କାନ୍ଧକୁ କାନ୍ଧ ମିଳାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏଥିରେ ପୁରୁଷଙ୍କର ଭୂମିକାକୁ ମଧ୍ୟ ଅଣଦେଖା କରିହେବ ନାହିଁ । କାରଣ ସ୍ୱାମୀମାନେ ନିଜ ସ୍ତ୍ରୀଙ୍କୁ ପୂର୍ବପରି କେବଳ ଘର ଭିତରେ ରଖିବାକୁ ପସନ୍ଦ କରୁନାହାନ୍ତି, ଉପଯୁକ୍ତ ସମ୍ମାନ ଜଣାଉଛନ୍ତି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ବିବାହ ପରେ ବର ଯାହା କରିଛି, ସେଥିପାଇଁ ତାଙ୍କୁ ପ୍ରଶଂସା କରାଯାଇଛି ।
ଭାଇରାଲ ହେଉଥିବା ଭିଡିଓରେ ବର ବିବାହ ପରେ କନ୍ୟାର ପାଦ ଛୁଇଁବା ପରେ ଖୁସିରେ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି । ଇନଷ୍ଟାଗ୍ରାମ ୟୁଜର ଦିତି ଗରୋଡିଆ ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ପଣ୍ଡିତଙ୍କୁ ଏହା ବିଲକୁଲ୍ ପସନ୍ଦ ହେଲାନାହିଁ । କିନ୍ତୁ ବିବାହ ପର୍ବ ଶେଷ ହେବା ପରେ ସେ ଆସିକି କନ୍ୟାକୁ କହିଥିଲେ, ତୁମେ ବହୁତ ଭାଗ୍ୟବାନ ଝିଅ ।
ତେବେ ସେୟାର କରିବା ପରଠାରୁ ଏହି ପୋଷ୍ଟକୁ ୪ ଲକ୍ଷରୁ ଅଧିକ ଲାଇକ୍ ମିଳିଥିବା ବେଳେ ହଜାରେରୁ ଅଧିକ ଭ୍ୟୁ ମିଳିଛି । ଜଣେ ୟୁଜର ଲେଖିଛନ୍ତି, " ଆଜି ସୋସିଆଲ ମିଡିଆରେ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଲା । ସେହିପରି ଆଉ ଜଣେ ଲେଖିଛନ୍ତି, ଆଜି ଟେନସନରେ ଥିବା ବେଳେ ଏହି ଭିଡିଓ ଦେଖିବା ପରେ ମନକୁ ଟିକିଏ ଶାନ୍ତି ମିଳିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656419614.jpg)