ଅସହାୟ ପ୍ରାଣୀଙ୍କ ପାଇଁ ଜାରି ହେଲା ଷ୍ଟେଟ୍‌ ଆନିମଲ୍‌ ହେଲ୍ପଲାଇନ୍‌ ନମ୍ବର

ବୁଲା, ଅସହାୟ ଓ ପରିତ୍ୟକ୍ତ ଅବସ୍ଥାରେ ଥିବା ପ୍ରାଣୀମାନଙ୍କୁ ସହାୟତା ଲାଗି ଜାରି ହେଲା ଷ୍ଟେଟ୍‌ ଆନିମଲ୍‌ ହେଲ୍ପଲାଇନ୍‌ ଟୋଲ ଫ୍ରି ନମ୍ବର ।

Animal Helpline Number

ଆରମ୍ଭ ହେଲା ଷ୍ଟେଟ୍ ଆନିମଲ ହେଲ୍ପ ଲାଇନ୍ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲପ୍ଲାଇନ ସହ ଅନେକ ନୂଆ ଯୋଜନାର ଶୁଭାରମ୍ଭ ହୋଇଛି । ଅନଲାଇନ୍ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଟୋଲଫ୍ରି ସେବାର ଶୁଭାରମ୍ଭ କରିଛନ୍ତି । ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇ ଦେବାକୁ  ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରି କରାଯାଇଛି ।

ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀମାନଙ୍କୁ ସହାୟତା ଲାଗି ଲୋକେ ଆଗେଇ ଆସିବାକୁ ଜନସାଧାରଣକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୁଲା ପ୍ରାଣୀମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍ପ ଲାଇନ ନମ୍ବର '୧୯୬୨' ୨୪ ଘଣ୍ଟା କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ଜରୁରୀକାଳୀନ ସ୍ଥିତିରେ ପ୍ରାଣୀମାନଙ୍କୁ ଚିକିତ୍ସା ମିଳିପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

5T ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ । ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ମିଶନ ଶକ୍ତି କମିଶନରଙ୍କ ସହ ବିଭିନ୍ନ ଜିଲ୍ଲାର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।