Advertisment

ଜଳଖିଆ ଦୋକାନରୁ ପାଣି ପିଇଲେ, ବ୍ରିଜ୍‌ ଉପରେ ସାଇକେଲ୍‌ ରଖି ନଦୀକୁ ଡେଇଁଲେ ଯୁବତୀ

ଆଜି ସକାଳେ ଯୁବତୀ ଜଣକ ସାଇକେଲରେ ଯୋକଡିଆ ବ୍ରିଜ୍‌ ନିକଟରେ ପହଞ୍ଚି ନିକଟସ୍ଥ ଜଳଖିଆ ଦୋକାନରୁ ପାଣି ପିଇଥିଲେ। ପରେ ବ୍ରିଜ୍‌ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ।

ଅଦ୍ୟତନ ହୋଇଛି
Girl goes missing after jumping into Kharasrota river

Girl goes missing after jumping into Kharasrota river

Advertisment

ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଯୋକଡ଼ିଆ ଖରସ୍ରୋତା ନଦୀକୁ ଯୁବତୀ ଜଣକ ଡେଇଁ ପଡ଼ିଥିବା ସୂଚନା ମଳିଛି। ଯୁବତୀ ଜଣଙ୍କ ସ୍ଥାନୀୟ ବାଉଁଶଅଣ୍ଟା ଅଞ୍ଚଳର କାଠିଆ ଦେହୁରୀଙ୍କ ଝିଅ ପୂଜାରାଣୀ ଦେହୁରୀ(୧୫) ବୋଲି ଜଣାପଡ଼ିଛି। 

Advertisment

ସୂଚନାଅନୁସାରେ, ଆଜି ସକାଳେ ପୂଜାରାଣୀ ସାଇକେଲରେ ଯୋକଡିଆ ବ୍ରିଜ୍‌ ନିକଟରେ ପହଞ୍ଚି ନିକଟସ୍ଥ ଜଳଖିଆ ଦୋକାନରୁ ପାଣି ପିଇଥିଲେ। ଏହାପରେ ବ୍ରିଜ୍‌ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ।

ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛି। ତେବେ କେଉଁ କାରଣ ପାଇଁ ପୂଜାରାଣୀ ନଦୀକୁ ଡେଇଁଲେ ତାହା ଅସ୍ପଷ୍ଟ ରହିଛି। କିଛି ମାନସିକ ଚାପରେ ଥିଲେ ନା ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି। 

Advertisment
Girl Jumps Into River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ